Gold Rate Today: ଖସିଲା ସୁନା ରେଟ୍ , ଜାଣନ୍ତୁ ଭୁବନେଶ୍ବରରେ ୧୦ ଗ୍ରାମ୍ ପିଛା କେତେ ରହିଛି ଦର?
Gold Silver Price: ଆଗକୁ ଆସୁଛି ବିବାହ ସିଜିନ୍। ଆଉ ତା ପୂର୍ବରୁ ଖସିଲା ସୁନା ରେଟ୍। ଯାହା ଗ୍ରାହକଙ୍କୁ ଆଶ୍ବସ୍ତି ଦେଇଛି। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ରେଟ୍?
Gold Silver Price: ଆଗକୁ ଆସୁଛି ବିବାହ ସିଜିନ୍। ଆଉ ତା ପୂର୍ବରୁ ଖସିଲା ସୁନା ରେଟ୍। ଯାହା ଗ୍ରାହକଙ୍କୁ ଆଶ୍ବସ୍ତି ଦେଇଛି। ଗତ କିଛି ଦିନ ହେବ ଅନ୍ତର୍ଜାତୀୟ ବଜାରରେ ସୁନା ଦର ବୃଦ୍ଧି ଯୋଗୁଁ ଭାରତୀୟ ବଜାରରେ ସୁନା ରେଟ୍ ଉପରମୁହାଁ ରହିଥିଲା। ଜଣେ ମଧ୍ୟବିତ ଶ୍ରେଣୀର ଲୋକେ ବି ସୁନା କିଣିବାକୁ ସାହାସ କରିପାରୁ ନଥିଲା। କିନ୍ତୁ ଆଜି ସୁନା ଦରରେ ପରିବର୍ତ୍ତନ ହୋଇଛି। ଯଦି ଆପଣ ଆଜି ସୁନା କିଣିବା ପାଇଁ ଯୋଜନା କରିଛନ୍ତି । ତେବେ,ଏହି ଖବରଟି ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ରେଟ୍?
ALSO READ: Monsoon: ଏହି ଦିନ ଓଡି଼ଶା ଛୁଇଁବ ମୌମୁମୀ, ସୂଚନା ଦେଲା ପାଣିପାଗ ବିଭାଗ
ALSO READ: Petrol Diesel Price Today: ନିର୍ବାଚନ ଫଳାଫଳ ପରେ ବଡ଼ ଝଟକା, ରାଜ୍ୟରେ ବଢିଲା ପେଟ୍ରୋଲ-ଡିଜେଲ ଦର
ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୬, ୬୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ଦାମ୍ ୭୨, ୬୫୦ ଟଙ୍କା ରହିଛି । ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ୨୨ କ୍ୟାରେଟ୍ ରେ ୨୦୦ ଓ ୨୪ କ୍ୟାରେଟରେ ୨୨୦ ଟଙ୍କା ଦର ହ୍ରାସ ହୋଇଛି। ସେହିପରି, ଦେଶର ରାଜଧାନୀ ଦିଲ୍ଲୀରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୬,୭୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ଦାମ୍ ୭୨,୮୦୦ ଟଙ୍କା ରହିଛି। ୨୨ କ୍ୟାରେଟ୍ ରେ ୨୦୦ ଓ ୨୪ କ୍ୟାରେଟରେ ୨୨୦ ଟଙ୍କା ହ୍ରାସ ହୋଇଛି।
ଅନ୍ୟପଟେ, ମାୟାନଗରୀ ମୁମ୍ବାଇରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୬, ୬୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ଦାମ୍ ୭୨,୬୫୦ ଟଙ୍କା ରହିଛି । ୨୨ କ୍ୟାରେଟରେ ୨୦୦ ଓ ୨୪ କ୍ୟାରେଟରେ ୨୨୦ ଟଙ୍କା ହ୍ରାସ ପାଇଛି। ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ବି ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଚେନ୍ନାଇ ବଜାରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୭,୨୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ମୂଲ୍ୟ ୧୦ ଗ୍ରାମ୍ ପିଛା ୭୩,୩୬୦ ଟଙ୍କା ରହିଛି। ୨୨ କ୍ୟାରେଟ୍ ରେ ୨୦୦ ଓ ୨୪ କ୍ୟାରେଟରେ ୨୨୦ ଟଙ୍କା ଖସିଛି। ସେହିକ୍ରମରେ ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୬,୬୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ୧୦ ଗ୍ରାମ୍ ମୂଲ୍ୟ ୭୨,୬୫୦ ଟଙ୍କା ରହିଛି। ତେବେ, ୨୨ କ୍ୟାରେଟ୍ ରେ ୨୦୦ ଓ ୨୪ କ୍ୟାରେଟରେ ୨୨୦ ଟଙ୍କା ଦର ହ୍ରାସ ପାଇଛି। ସେହିପରି, ରୂପା କେଜି ପିଛା ୨,୩୦୦ ଟଙ୍କା ଖସି ଦର ୯୬ ହଜାର ୨୦୦ ଟଙ୍କାରେ ପହଞ୍ଚିଛି।