Gold Price Today: ଗ୍ରାହକଙ୍କ ପାଇଁ ଖୁସି ଖବର। ବିବାବ ସିଜିନ୍ ପୂର୍ବରୁ ଶସ୍ତା ହେଲା ସୁନା । ଚଳିତ ସସ୍ତାହରେ ସୁନା ଦର ଅହେତୁକ ବୃଦ୍ଧି ହେତୁ ଗ୍ରାହକଙ୍କ ଟେନସନ୍ ବଢିଯାଇଥିଲା। କେବଳ ଗ୍ରାହକ ନୁହେଁ ସୁନା ଦୋକାନୀଙ୍କର ନିଦ ମଧ୍ୟ ହଜି ଯାଇଥିଲା। କାହିଁକିନା ସୁନା ଦର ବୃଦ୍ଧି ହେତୁ ବେପାର ମାନ୍ଦା ଥିଲା। କିନ୍ତୁ ଆଜି ଦରରେ ବିରାଟ ପରିବର୍ତ୍ତନ ଦେଖିବାକୁ ମିଳିଛି। ଗତକାଲି ଦର ବୃଦ୍ଧି ହୋଇଥିବା ବେଳେ ଆଜି ରେଟ୍ ଖସିଛି । ଯଦି ଆପଣ ଆଜି ସୁନା ଗହଣା କିଣିବାକୁ ଯୋଜନା କରୁଛନ୍ତି । ତେବେ, ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ଦର? 


COMMERCIAL BREAK
SCROLL TO CONTINUE READING

ALSO READ: Shukra Aditya Yoga 2024: ଏହିସବୁ ରାଶିଙ୍କ ଭାଗ୍ୟ ବଦଳାଇବ ଶୁକ୍ରା ଆଦିତ୍ୟ ଯୋଗ, ଆରମ୍ଭ ହେଲା ଶୁଭ ସମୟ, ଆକସ୍ମିକ ଧନଲାଭର ରହିଛି ଯୋଗ !


ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୫, ୭୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ଦାମ୍ ୭୧ , ୬୭୦ ଟଙ୍କା ରହିଛି । ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ୨୨ ରେ ୧,୯୦୦ ଓ ୨୪ କ୍ୟାରେଟ୍ ରେ ୨,୦୮୦ ଟଙ୍କା ହ୍ରାସ ହୋଇଛି। ସେହିପରି, ଦେଶର ରାଜଧାନୀ ଦିଲ୍ଲୀରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୫,୮୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ଦାମ୍ ୭୧,୮୨୦ ଟଙ୍କା ରହିଛି। ୨୨ କ୍ୟାରେଟ୍ ରେ ୧,୯୦୦ ଓ ୨୪  କ୍ୟାରେଟ୍ ରେ ୨,୦୮୦ ଟଙ୍କା ଖସିଛି। 


ଅନ୍ୟପଟେ, ମାୟାନଗରୀ ମୁମ୍ବାଇରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୫, ୭୦୦ ଟଙ୍କା ହୋଇଥିବା ବେଳେ  ୨୪ କ୍ୟାରେଟର ଦାମ୍ ୭୧ ,୬୭୦ ଟଙ୍କା ରହିଛି । ୨୨ କ୍ୟାରେଟରେ ୧,୯୦୦ ଓ  ୨୪ କ୍ୟାରେଟରେ ୨,୦୮୦ ଟଙ୍କା ଖସିଛି।  ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ସୁନା ରେଟ୍ ରେ ପରିବର୍ତ୍ତନ ଦେଖାଦେଇଛି।  ଚେନ୍ନାଇ ବଜାରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୬,୫୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ମୂଲ୍ୟ ୧୦ ଗ୍ରାମ୍ ପିଛା ୭୨, ୫୫୦ ଟଙ୍କା ରହିଛି। ୨୨ କ୍ୟାରେଟ୍ ରେ ୧,୯୦୦ ଓ ୨୪ କ୍ୟାରେଟ୍ ରେ ୨,୦୭୦ ଟଙ୍କା ହ୍ରାସ ହୋଇଛି।  ସେହି-କ୍ରମରେ ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୫,୭୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ୧୦ ଗ୍ରାମ୍ ମୂଲ୍ୟ ୭୧ ,୬୭୦ ଟଙ୍କା ରହିଛି । ଏବଂ ୧୮ କ୍ୟାରେଟର ଦାମ୍ ୫୩, ୭୨୦ ଟଙ୍କା ରହିଛି। ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ୨୨ କ୍ୟାରେଟରେ ୧,୯୦୦ , ୨୪ କ୍ୟାରେଟ୍ ରେ ୨,୦୮୦ ଓ ୧୮ କ୍ୟାରେଟ୍ ରେ ୧,୫୫୦  ଟଙ୍କା ହ୍ରାସ ହୋଇଛି।