Gold-Silver Price: ସପ୍ତାହର ପ୍ରଥମ ଦିନ ଅର୍ଥାତ ସୋମବାର ଦିନ ବଜାର ଖୋଲିବା ପରେ ମୂଲ୍ୟବାନ ଧାତୁ ଦରରେ ବଡ଼ ପରିବର୍ତ୍ତନ ଦେଖାଦେଇଛି । ଗତକାଲି ବଜାରର ବନ୍ଦ ଥିବାରୁ ସୁନା ଓ ରୁପା ପରି ମୂଲ୍ୟବାନ ଧାତୁ ମୂଲ୍ୟ ସ୍ଥିର ରହିଥିଲା । ଆଜି (ସୋବାର) ଅର୍ଥାତ ମେ ୧ରେ ସୁନା ଓ ରୁପା ମୂଲ୍ୟରେ ହ୍ରାସ ଘଟିଛି । ସେହିପରି ବୈଶ୍ୱିକ ବଜାରରେ ମୂଲ୍ୟବାନ ଧାତୁ ମୂଲ୍ୟରେ ମଧ୍ୟ ସମାନ ପରିସ୍ଥିତି ଦେଖାଦେଇଛି । ଯାହାର ପ୍ରଭାବ ଦେଶର ଘରୋଇ ବଜାରରେ ଦେଖିବାକୁ ମିଳୁଛି । ଗତକାଲି (ରବିବାର) ୨୪ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ କୌଣସି ପରିବର୍ତ୍ତନ ଘଟି ନଥିଲା । ସେପଟେ ଆଜି ୨୪ କ୍ୟାରେଟ ୧୦ ସୁନା ଦରରେ ୧୭୦ ଟଙ୍କାର ହ୍ରାସ ଘଟିଛି । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୬୦,୭୬୦ ଟଙ୍କାକୁ ଖସି ଆସିଛି । ଯାହା ଗତକାଲି ଏହାର ମୂଲ୍ୟ ୬୦,୯୩୦ ଟଙ୍କା ଥିଲା । ସେହିପରି ୨୨ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ୧୫୦ ଟଙ୍କାର ହ୍ରାସ ରେକର୍ଡ କରାଯାଇଛି । ଫଳରେ ୧୦ ଗ୍ରାମ ସୁନା ଦର ୫୫,୭୦୦ ଟଙ୍କାକୁ ଖସି ଆସିଛି । ଯାହା ଗତକାଲି ଏହାର ମୂଲ୍ୟ ୫୫,୮୫୦ ଟଙ୍କା ଥିଲା । 
 
ସେହିପରି ଆଜି ଅର୍ଥାତ ମେ ୧ରେ ରୁପା ମୂଲ୍ୟ (Silver Price) ରେ ହ୍ରାସ ଘଟିଛି । ଗତକାଲି ରୁପା ମୂଲ୍ୟ ସ୍ଥିର ରହିଥିଲା । ଅନ୍ୟପଟେ ଆଜି ରୁପା ମୂଲ୍ୟରେ ୨୦୦ ଟଙ୍କାର ହ୍ରାସ ଘଟିଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୭୬,୦୦୦ ଟଙ୍କାକୁ ଖସି ଆସିଛି । ଯାହା ଗତକାଲି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୭୬,୨୦୦ ଟଙ୍କା ଥିଲା । ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୭,୬୦୦ ଟଙ୍କା ରହିଛି । ଯାହା ଗତକାଲି ୭,୬୨୦ ଟଙ୍କା ଥିଲା ।


COMMERCIAL BREAK
SCROLL TO CONTINUE READING

ଅଲଟାଇମ୍ ହାଇରୁ ସୁନା ୯୫୦ ଟଙ୍କା ଓ ରୁପା ୩,୯୮୦ ଟଙ୍କା ଶସ୍ତା ମିଳୁଛି


ଏପ୍ରିଲ ୨୦୨୩ ମାସରେ ସୁନା (Gold Price) ସର୍ବକାଳୀନ ଉଚ୍ଚ ଦରରେ ପହଞ୍ଚିଥିଲା ।​ ୧୪ ଏପ୍ରିଲ ୨୦୨୩ରେ ୨୨ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମ ପିଛା ୫୬,୬୫୦ ଟଙ୍କା ମୂଲ୍ୟରେ ପହଞ୍ଚିଥିଲା । ଆଜି ଯଦି ଆମେ ବର୍ତ୍ତମାନର ସୁନା ମୂଲ୍ୟ (Gold Price) କୁ ଏହାର ସର୍ବକାଳୀନ ରେକର୍ଡ ରେଟ ସହିତ ତୁଳନା କରୁ, ତେବେ ଆପଣ ଦେଖିବେ ଯେ ସୁନା ବର୍ତ୍ତମାନ ପ୍ରତି ୧୦ ଗ୍ରାମ ପିଛା ୯୫୦ ଟଙ୍କା ଶସ୍ତା ମୂଲ୍ୟରେ ବିକ୍ରି ହେଉଛି । ସେହି​ ସେହିପରି ରୁପାର ସର୍ବକାଳୀନ ଉଚ୍ଚ ସ୍ତର ହେଉଛି କିଲୋଗ୍ରାମ ପିଛା ୭୯,୯୮୦ ଟଙ୍କା । ଅର୍ଥାତ ଆଜି ଯଦି ଆମେ ବର୍ତ୍ତମାନର ରୁପା ମୂଲ୍ୟ (Gold Price) କୁ ଏହାର ସର୍ବକାଳୀନ ରେକର୍ଡ ରେଟ ସହିତ ତୁଳନା କରୁ, ତେବେ ଆପଣ ଦେଖିବେ ଯେ ରୁପା ବର୍ତ୍ତମାନ ପ୍ରତି କିଲୋଗ୍ରାମ ପିଛା ୩,୯୮୦ ଟଙ୍କା ଶସ୍ତା ମୂଲ୍ୟରେ ବିକ୍ରି ହେଉଛି । 


ଅଧିକ ପଢ଼ନ୍ତୁ-ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ପୁଣି ବଢ଼ିଲା ମହଙ୍ଗା ଭତ୍ତା, ଆକାଉଣ୍ଟକୁ ଆସିବ ମୋଟା ଅଙ୍କର ଟଙ୍କା


ଅଧିକ ପଢ଼ନ୍ତୁ-ବିଜେପି ବିଧାୟକଙ୍କ ପୁଅଙ୍କ ହୃଦଘାତରେ ନିଧନ, କୋଠରୀରୁ ମୃତଦେହ ଉଦ୍ଧାର


ଅଧିକ ପଢ଼ନ୍ତୁ-୧୨ ବର୍ଷ ପରେ ଗୁରୁ ସୃଷ୍ଟି କଲେ ବିପରୀତ ରାଜ ଯୋଗ, ବର୍ତ୍ତମାନ ଏହି ୫ ରାଶି ଉପରେ ବର୍ଷିବ ପ୍ରବଳ ଧନ


ଉଲ୍ଲେଖନୀୟ କଥା ହେଉଛି, ଗତ କିଛି ଦିନ ହେବ ସୁନା ଓ ରୁପା ମୂଲ୍ୟରେ କ୍ରମାଗତ ଅସ୍ଥିରତା ଚାଲିଛି । ସୁନା ଓ ରୂପା ମୂଲ୍ୟ ବେଳେବେଳେ ହ୍ରାସ ହୁଏ ଓ ବେଳେବେଳେ ବଢ଼ିବାରେ ଲାଗେ । ଏଭଳି ପରିସ୍ଥିତିରେ ଗ୍ରାହକ ନିଜର କ୍ରୟକୁ ନେଇ ସଂଶୟରେ ଅଛନ୍ତି । ସୁନା ଓ ରୁପା କିଣିବା ସେମାନଙ୍କ ପାଇଁ କେବେ ଲାଭଦାୟକ ହେବ ଲୋକମାନେ ବୁଝିପାରୁ ନାହାଁନ୍ତି । ଅନ୍ୟପକ୍ଷରେ, ଶର୍ରାଫା ବଜାର ବିଶେଷଜ୍ଞମାନେ କହିଛନ୍ତି ଯେ, ବର୍ତ୍ତମାନ ଲୋକମାନେ ସୁନା ଓ ରୁପା ଶସ୍ତା କିଣିବା ପାଇଁ ଏକ ବଡ଼ ସୁଯୋଗ ପାଇଛନ୍ତି । କାରଣ ଆଗାମୀ ଦିନରେ ସୁନା ସହିତ ରୁପା ମୂଲ୍ୟ ଆହୁରି ବୃଦ୍ଧି ପାଇବ । ଏହାସହ ଉଭୟ ମୂଲ୍ୟବାନ ଧାତୁ ନୂତନ ରେକର୍ଡ ସୃଷ୍ଟି କରିପାରେ ।