DA Hike: ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ପୁଣି ବଢ଼ିଲା ମହଙ୍ଗା ଭତ୍ତା, ଆକାଉଣ୍ଟକୁ ଆସିବ ମୋଟା ଅଙ୍କର ଟଙ୍କା
Advertisement

DA Hike: ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ପୁଣି ବଢ଼ିଲା ମହଙ୍ଗା ଭତ୍ତା, ଆକାଉଣ୍ଟକୁ ଆସିବ ମୋଟା ଅଙ୍କର ଟଙ୍କା

DA Hike: ହିମାଚଳ ପ୍ରଦେଶ ସରକାର କହିଛନ୍ତି ଯେ, ରାଜ୍ୟ କର୍ମଚାରୀମାନେ ୩ ପ୍ରତିଶତ ଅତିରିକ୍ତ ମହଙ୍ଗା ଭତ୍ତା ବା ଡିଏ ପାଇବେ । ସେହିପରି ବିଗତ ଦିନରେ କେନ୍ଦ୍ର ସରକାର ମହଙ୍ଗା ଭତ୍ତା ବୃଦ୍ଧି କରି କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀଙ୍କୁ ଏକ ଉପହାର ଦେଇଥିଲେ । କେନ୍ଦ୍ର ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ୪ ପ୍ରତିଶତ ବୃଦ୍ଧି କରିଥିଲେ । 

DA Hike: ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ପୁଣି ବଢ଼ିଲା ମହଙ୍ଗା ଭତ୍ତା, ଆକାଉଣ୍ଟକୁ ଆସିବ ମୋଟା ଅଙ୍କର ଟଙ୍କା

DA Hike Himachal Pradesh Government: ହିମାଚଳ ପ୍ରଦେଶ ସରକାର ରାଜ୍ୟର ସରକାରୀ କର୍ମଚାରୀ (State Government Employees) ଙ୍କୁ ବଡ଼ ଉପହାର ପ୍ରଦାନ କରିଛନ୍ତି । ରାଜ୍ୟ ସରକାର ପୁଣି ଥରେ ସରକାରୀ କର୍ମଚାରୀ (Himachal Pradesh Government Employees) ଙ୍କ ପାଇଁ ମହଙ୍ଗା ଭତ୍ତା (Dearness Allowance) ବୃଦ୍ଧି କରିଛନ୍ତି । ଏଥର ରାଜ୍ୟ ସରକାର ନିଜ କର୍ମଚାରୀଙ୍କ ୩ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି (DA Hike) କରିଛନ୍ତି । ଫଳରେ ବର୍ତ୍ତମାନ ରାଜ୍ୟ ସରକାର ୩୧ ପ୍ରତିଶତ ବଦଳରେ ୩୪ ପ୍ରତିଶତ ମହଙ୍ଗା ଭତ୍ତା (DA) ପାଇବେ । ହିମାଚଳ ପ୍ରଦେଶ ସରକାର ଗୁରୁବାର କହିଛନ୍ତି ଯେ, ରାଜ୍ୟ କର୍ମଚାରୀମାନେ ୩ ପ୍ରତିଶତ ଅତିରିକ୍ତ ମହଙ୍ଗା ଭତ୍ତା ବା ଡିଏ ପାଇବେ । ଏକ ଦିଆଯାଇଥିବା ବିଜ୍ଞପ୍ତିରେ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ଜାନୁଆରୀ ୨୦୨୨ ମସିହାରୁ ମହଙ୍ଗା ଭତ୍ତାକୁ ବର୍ତ୍ତମାନର ୩୧ ପ୍ରତିଶତରୁ ୩୪ ପ୍ରତିଶତକୁ ବୃଦ୍ଧି କରାଯାଇଛି ।

ଏହି ନିର୍ଦ୍ଦେଶ ଅଲ ଇଣ୍ଡିଆ ସର୍ଭିସେସ୍, ହିମାଚଳ ପ୍ରଦେଶ ଜୁଡିସିଆଲ୍ ସର୍ଭିସର ଅଧିକାରୀ ଏବଂ ୟୁଜିସି କ୍ୟାଡର ଅଧୀନରେ ଆସୁଥିବା କର୍ମଚାରୀଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ ହେବ । ଅତିରିକ୍ତ ମହଙ୍ଗା ଭତ୍ତା (DA Hike) ଏପ୍ରିଲରୁ ପ୍ରଦାନ କରାଯିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି । ଜାନୁଆରୀ ୧, ୨୦୨୨ରୁ ମାର୍ଚ୍ଚ ୩୧, ୨୦୨୩ ପର୍ଯ୍ୟନ୍ତ ବକେୟା ଜିପିଏଫ୍ ଆକାଉଣ୍ଟରେ ଜମା ହେବ ।

ସେପଟେ ନିକଟ ଅତୀତରେ କେନ୍ଦ୍ର ସରକାର (Center Government) ମହଙ୍ଗା ଭତ୍ତା ବୃଦ୍ଧି କରି କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀଙ୍କୁ ଏକ ଉପହାର ଦେଇଥିଲେ । କେନ୍ଦ୍ର ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତା (Dearness Allowance) କୁ ୪ ପ୍ରତିଶତ ବୃଦ୍ଧି କରିଥିଲେ । ଫଳରେ ମହଙ୍ଗା ଭତ୍ତା (DA) ୩୮ ପ୍ରତିଶତରୁ ୪୨ ପ୍ରତିଶତକୁ ପହଞ୍ଚିଥିଲା । ସେହିପରି ମହଙ୍ଗା ରିଲିଫ୍ (DR) କୁ ୪୨ ପ୍ରତିଶତକୁ ବୃଦ୍ଧି କରିଛନ୍ତି, ଯାହା ଜାନୁଆରୀ ୧ରୁ କାର୍ଯ୍ୟକାରୀ ହେଉଛି । ଏହାପୂର୍ବରୁ ସରକାର କର୍ମଚାରୀମାନଙ୍କୁ ୩୮ ପ୍ରତିଶତ ମହଙ୍ଗା ଭତ୍ତା ମିଳୁଥିଲା ।

fallback

ସୂଚନାଯୋଗ୍ୟ, ମାର୍ଚ୍ଚ ୨୪, ୨୦୨୩ରେ କେନ୍ଦ୍ର କ୍ୟାବିନେଟ ବୈଠକରେ ଏକ ପ୍ରମୁଖ ନିଷ୍ପତ୍ତି ନେଇ ସରକାର କେନ୍ଦ୍ରୀୟ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା ଓ ମହଙ୍ଗା ରିଲିଫକୁ ୪ ପ୍ରତିଶତ ବୃଦ୍ଧି କରିଥିଲେ । ଏହା ପରେ ରାଜସ୍ଥାନ, ଆସାମ, ହିମାଚ ପ୍ରଦେଶ, ବିହାର ପରି ରାଜ୍ୟ ସରକାର ମହଙ୍ଗା ଭତ୍ତା ବୃଦ୍ଧି ଘୋଷଣା କରିଥିଲେ । ବର୍ତ୍ତମାନ ଝାଡ଼ଖଣ୍ଡ ସରକାର ମଧ୍ୟ ମହଙ୍ଗା ଭତ୍ତା ବୃଦ୍ଧି (DA Hike) କରିଛନ୍ତି ।

ଶ୍ରମ ମନ୍ତ୍ରଣାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ଗ୍ରାହକ ମୂଲ୍ୟ ସୂଚକାଙ୍କ (CPI-IW) ଆଧାରରେ ଡିଏ ଗଣନା କରାଯାଏ । ଦେଶରେ ମୁଦ୍ରାସ୍ଫୀତି କିପରି ବୃଦ୍ଧି ପାଉଛି? ସେହି ଅନୁଯାୟୀ, କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି (DA Hike) କରାଯାଇଥାଏ । ବର୍ତ୍ତମାନ ଜାନୁୟାରୀ ମାସରେ ସରକାର ମହଙ୍ଗା ଭତ୍ତା (DA Hike) କୁ ୪ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ସୂଚନାଯୋଗ୍ୟ, ସରକାରଙ୍କ ଦ୍ୱାରା ବର୍ଷକୁ ଦୁଇଥର ମହଙ୍ଗା ଭତ୍ତା ବୃଦ୍ଧି କରାଯାଏ । ଏହା ଜାନୁଆରୀ ଓ ଜୁଲାଇରେ କାର୍ଯ୍ୟକାରୀ ହୋଇଥାଏ । ତେବେ ଏହି ଘୋଷଣା ପ୍ରତିବର୍ଷ ବିଳମ୍ବରେ ହୋଇଥାଏ । ଯେପରି ଜାନୁଆରୀ ପାଇଁ ମହଙ୍ଗା ଭତ୍ତା ନିଷ୍ପତ୍ତି ମାର୍ଚ୍ଚରେ ନିଆଯାଇଛି । ସେହିଭଳି ଜୁଲାଇ ପାଇଁ ନିଷ୍ପତ୍ତି ସେପ୍ଟେମ୍ବର-ଅକ୍ଟୋବରରେ ନିଆଯାଇଥାଏ । 

ଅଧିକ ପଢ଼ନ୍ତୁ-ବିଜେପି ବିଧାୟକଙ୍କ ପୁଅଙ୍କ ହୃଦଘାତରେ ନିଧନ, କୋଠରୀରୁ ମୃତଦେହ ଉଦ୍ଧାର

ଅଧିକ ପଢ଼ନ୍ତୁ-୧୨ ବର୍ଷ ପରେ ଗୁରୁ ସୃଷ୍ଟି କଲେ ବିପରୀତ ରାଜ ଯୋଗ, ବର୍ତ୍ତମାନ ଏହି ୫ ରାଶି ଉପରେ ବର୍ଷିବ ପ୍ରବଳ ଧନ

ଅଧିକ ପଢ଼ନ୍ତୁ-ସାଧାରଣ ଜନତାଙ୍କ ପାଇଁ ଖୁସି ଖବର: LPG ସିଲିଣ୍ଡର ଦରରେ ବଡ଼ ଧରଣର ହ୍ରାସ, ଜାଣନ୍ତୁ କ'ଣ ରହିଛି ନୂଆ ରେଟ୍