Today Gold-Silver Rate, Gold Silver Price: ମାର୍ଚ୍ଚ ୨ (ଗୁରୁବାର) ରେ ଦେଶରେ ସୁନା ମୂଲ୍ୟ (Gold Price) ବୃଦ୍ଧି ରେକର୍ଡ କରାଯାଇଛି । ସେହିପରି ଅନ୍ତର୍ଜାତୀୟ ବଜାରରେ ମଧ୍ୟ ମୂଲ୍ୟବାନ ଧାତୁ ମୂଲ୍ୟରେ ବୃଦ୍ଧି ଘଟିଛି । ଯାହାର ପ୍ରଭାବ ଘରୋଇ ବଜାରରେ ଦେଖିବାକୁ ମିଳୁଛି । ଦେଶରେ ଗତକାଲି ୨୪ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ୧୦୦ ଟଙ୍କାର ବୃଦ୍ଧି ଘଟିଥିଲା । ସେହିପରି ଆଜି (ଗୁରୁବାର) ୨୪ କ୍ୟାରେଟ ୧୦ ସୁନା ଦରରେ ୧୭୦ ଟଙ୍କାର ବୃଦ୍ଧି ଘଟିଛି ।  ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୫୬,୨୯୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ଏହାର ମୂଲ୍ୟ ୫୬,୧୨୦ ଟଙ୍କା ଥିଲା । ସେହିପରି ୨୨ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ୧୫୦ ଟଙ୍କାର ବୃଦ୍ଧି ଘଟିଛି । ଫଳରେ ୧୦ ଗ୍ରାମ ସୁନା ଦର ୫୧,୬୦୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ଏହାର ମୂଲ୍ୟ ୫୧,୪୫୦ ଟଙ୍କା ଥିଲା । 
 
ଆଜି ଦେଶରେ ରୁପା ମୂଲ୍ୟ (Silver Price) ସ୍ଥିର ରହିଛି । ଗତକାଲି (ବୁଧବାର) ଅର୍ଥାତ ମାର୍ଚ୍ଚ ୧ରେ ରୁପା ଦରରେ କୌଣସି ପରିବର୍ତ୍ତନ ଘଟି ନଥିଲା । ସେପଟେ ଆଜି ରୁପା ମୂଲ୍ୟରେ କୌଣସି ପରିବର୍ତ୍ତନ ଘଟିନାହିଁ । ଫଳରେ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୬,୮୦୦ ଟଙ୍କା ଅଛି । ଯାହା ଗତକାଲି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୭,୫୦୦୦ ଟଙ୍କା ଥିଲା । ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୬,୬୮୦ ଟଙ୍କା ଅଛି । ଯାହା ଗତକାଲି ୬,୭୫୦ ଟଙ୍କା ଥିଲା ।


COMMERCIAL BREAK
SCROLL TO CONTINUE READING

ଅଲଟାଇମ୍ ହାଇରୁ ସୁନା ପ୍ରାୟ ୩,୮୦୦ ଟଙ୍କା ଓ ରୁପା ୧୩,୧୮୦ ଟଙ୍କା ମିଳୁଛି ଶସ୍ତା 


ଅଗଷ୍ଟ ୨୦୨୦ ମାସରେ  ସୁନା (Gold Price) ସର୍ବକାଳୀନ ଉଚ୍ଚ ରେଟରେ ପହଞ୍ଚିଥିଲା ।​ ୧୦ ଅଗଷ୍ଟ ୨୦୨୦ରେ ୨୨ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମ ପିଛା ୫୫,୪୦୦ ଟଙ୍କା ମୂଲ୍ୟରେ ପହଞ୍ଚିଥିଲା ।​ ଆଜି ଯଦି ଆମେ ବର୍ତ୍ତମାନର ସୁନା ମୂଲ୍ୟ (Gold Price) କୁ ଏହାର ସର୍ବକାଳୀନ ରେକର୍ଡ ରେଟ ସହିତ ତୁଳନା କରୁ, ତେବେ ଆପଣ ଦେଖିବେ ଯେ ସୁନା ବର୍ତ୍ତମାନ ପ୍ରତି ୧୦ ଗ୍ରାମ ପିଛା ୩,୮୦୦ ଟଙ୍କା ଶସ୍ତା ମୂଲ୍ୟରେ ବିକ୍ରି ହେଉଛି । ସେହିପରି ରୁପାର ସର୍ବକାଳୀନ ଉଚ୍ଚ ସ୍ତର ହେଉଛି କିଲୋଗ୍ରାମ ପିଛା ୭୯,୯୮୦ ଟଙ୍କା । ଅର୍ଥାତ ଆଜି ଯଦି ଆମେ ବର୍ତ୍ତମାନର ରୁପା ମୂଲ୍ୟ (Gold Price) କୁ ଏହାର ସର୍ବକାଳୀନ ରେକର୍ଡ ରେଟ ସହିତ ତୁଳନା କରୁ, ତେବେ ଆପଣ ଦେଖିବେ ଯେ ରୁପା ବର୍ତ୍ତମାନ ପ୍ରତି କିଲୋଗ୍ରାମ ପିଛା ୧୩,୧୮୦ ଟଙ୍କା ଶସ୍ତା ମୂଲ୍ୟରେ ବିକ୍ରି ହେଉଛି । 


ଉଲ୍ଲେଖନୀୟ କଥା ହେଉଛି, ଗତ କିଛି ଦିନ ହେବ ସୁନା ଓ ରୁପା ମୂଲ୍ୟରେ କ୍ରମାଗତ ଅସ୍ଥିରତା ଚାଲିଛି । ସୁନା ଓ ରୂପା ମୂଲ୍ୟ ବେଳେବେଳେ ହ୍ରାସ ହୁଏ ଓ ବେଳେବେଳେ ବଢ଼ିବାରେ ଲାଗେ । ଏଭଳି ପରିସ୍ଥିତିରେ ଗ୍ରାହକ ନିଜର କ୍ରୟକୁ ନେଇ ସଂଶୟରେ ଅଛନ୍ତି । ସୁନା ଓ ରୁପା କିଣିବା ସେମାନଙ୍କ ପାଇଁ କେବେ ଲାଭଦାୟକ ହେବ ଲୋକମାନେ ବୁଝିପାରୁ ନାହାଁନ୍ତି । ଅନ୍ୟପକ୍ଷରେ, ଶର୍ରାଫା ବଜାର ବିଶେଷଜ୍ଞମାନେ କହିଛନ୍ତି ଯେ, ବର୍ତ୍ତମାନ ଲୋକମାନେ ସୁନା ଓ ରୁପା ଶସ୍ତା କିଣିବା ପାଇଁ ଏକ ବଡ଼ ସୁଯୋଗ ପାଇଛନ୍ତି । କାରଣ ଆଗାମୀ ଦିନରେ ସୁନା ସହିତ ରୁପା ମୂଲ୍ୟ ଆହୁରି ବୃଦ୍ଧି ପାଇବ । ଏହାସହ ଉଭୟ ମୂଲ୍ୟବାନ ଧାତୁ ନୂତନ ରେକର୍ଡ ସୃଷ୍ଟି କରିପାରେ ।


ଅଧିକ ପଢ଼ନ୍ତୁ:-ଶେଷରେ ଜଣାପଡ଼ିଗଲା କ'ଣ ହୋଇଥାଏ ମୃତ୍ୟୁ ପରେ! ମରିବାର କିଛି ମିନିଟ ପରେ ଜୀବନ୍ତ ହୋଇଥିବା ବ୍ୟକ୍ତି କଲେ ଖୁଲାସା


ଅଧିକ ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର; ହୋଲି ପୂର୍ବରୁ ମିଳିଲା ଉପହାର, ବେତନରେ ୧୭ ପ୍ରତିଶତ ବୃଦ୍ଧି ଘୋଷଣା କଲେ ରାଜ୍ୟ ସରକାର


ଅଧିକ ପଢ଼ନ୍ତୁ:-ଅଭିନେତା ପିଣ୍ଟୁ ନନ୍ଦଙ୍କ ନିଧନ, ଓଡ଼ିଆ ସିନେ ଜଗତରେ ଶୋକର ଛାୟା


ଗହଣା ବଜାରର ଗଣିତକୁ ବୁଝନ୍ତୁ 


ସୁନା-ରୁପାର ଯେଉଁ ଦାମ କୁହାଯାଇଛି,  ତା' ଠାରୁ ଆପଣଙ୍କୁ ଅଧିକ ଦାମ୍ ଦେବାକୁ ପଡ଼ିଥାଏ । ଉଦାହରଣ ସ୍ୱରୂପ, ଜିଏସଟି ଓ ଅଳଙ୍କାର ତିଆରି ଚାର୍ଜ ଏଥିରେ ଅନ୍ତର୍ଭୂକ୍ତ ହୋଇଥାଏ । ଏହାସହ ଅଳଙ୍କାରର ଲାଭ ମଧ୍ୟ ଏଥିରେ ଯୋଗ କରାଯାଇଥାଏ । ଏପରି ପରିସ୍ଥିତିରେ ଜିଏସଟି ଓ ଅଳଙ୍କାରର ଆନୁମାନିକ ଲାଭ ଯୋଡିବା ପରେ IBJA ଦ୍ୱାରା ଜାରି ରେଟ୍ ଦେବାକୁ ପଡ଼ିଥାଏ । ଏଠାରେ କହି ରଖୁଛୁ ଯେ, IBJA ଦ୍ୱାରା ଜାରି କରାଯାଇଥିବା ରେଟ୍ ସାରା ଦେଶରେ ସର୍ବମାନ୍ୟ ହୋଇଥାଏ ।