Gold-Silver Price: ସୁନା ଓ ରୁପା ମୂଲ୍ୟରେ ଜବରଦସ୍ତ ବୃଦ୍ଧି ରେକର୍ଡ କରାଯାଇଛି । ବିଗତ କିଛି ସମୟ ଧରି ମୂଲ୍ୟବାନ ଧାତୁ ମୂଲ୍ୟରେ ଲଗାତର ବୃଦ୍ଧି ଦେଖାଯାଇଛି । ବିଶେଷଜ୍ଞମାନେ ମଧ୍ୟ ପୂର୍ବାନୁମାନ କରିଥିଲେ କି ସୁନା ଓ ରୁପା ମୂଲ୍ୟରେ ରେକର୍ଡ ବୃଦ୍ଧି ଘଟିବ । ଆଜି (ଶୁକ୍ରବାର) ଅର୍ଥାତ ଏପ୍ରିଲ ୧୪ରେ ସୁନା ଓ ରୁପା ମୂଲ୍ୟରେ ବୃଦ୍ଧି ରେକର୍ଡ କରାଯାଇଛି । ଏହି କ୍ରମରେ ଅନ୍ତର୍ଜାତୀୟ ବଜାରରେ ମୂଲ୍ୟବାନ ଧାତୁ ମୂଲ୍ୟରେ ମଧ୍ୟ ବୃଦ୍ଧି ଘଟିଛି । ଯାହାର ପ୍ରଭାବ ଦେଶର ଘରୋଇ ବଜାରରେ ଦେଖିବାକୁ ମିଳୁଛି । ଗତକାଲି (ଗୁରୁବାର) ୨୪ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ୧୧୦ ଟଙ୍କାର ହ୍ରାସ ଘଟିଥିଲା । ସେପଟେ ଆଜି ୨୪ କ୍ୟାରେଟ ୧୦ ସୁନା ଦରରେ ୬୦୦ ଟଙ୍କାର ବୃଦ୍ଧି ଘଟିଛି । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୬୧,୮୦୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ଏହାର ମୂଲ୍ୟ ୬୧,୨୦୦ ଟଙ୍କା ଥିଲା । ସେହିପରି ୨୨ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ୫୦୦ ଟଙ୍କାର ବୃଦ୍ଧି ଘଟିଛି । ଫଳରେ ୧୦ ଗ୍ରାମ ସୁନା ଦର ୫୬,୬୫୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ଏହାର ମୂଲ୍ୟ ୫୬,୧୦୦ ଟଙ୍କା ଥିଲା । 
 
ସେହିପରି ଆଜି ରୁପା ମୂଲ୍ୟ (Silver Price) ରେ ରେକର୍ଡ ବୃଦ୍ଧି ଘଟିଛି । ଗତକାଲି (ଗୁରୁବାର) ରୁପା ଦରରେ ୬୫୦ ଟଙ୍କାର ବୃଦ୍ଧି ଘଟିଥିଲା । ସେହିପରି ଆଜି ରୁପା ମୂଲ୍ୟରେ ୧୬୦୦  ଧରଣର ବୃଦ୍ଧି ଘଟିଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୭୯,୬୦୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୭୮,୮୦୦ ଟଙ୍କା ଥିଲା । ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୭,୯୬୦ ଟଙ୍କା ରହିଛି । ଯାହା ଗତକାଲି ୭,୮୦୦ ଟଙ୍କା ଥିଲା ।


COMMERCIAL BREAK
SCROLL TO CONTINUE READING

ଅଲଟାଇମ୍ ହାଇରେ ପହଞ୍ଚିଲା ସୁନା ଓ ରୁପା ଦର


ଏପ୍ରିଲ ୨୦୨୩ ମାସରେ ସୁନା (Gold Price) ସର୍ବକାଳୀନ ଉଚ୍ଚ ଦରରେ ପହଞ୍ଚିଛି ।​ ୧୪ ଏପ୍ରିଲ ୨୦୨୩ରେ ୨୨ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମ ପିଛା ୫୬,୬୫୦ ଟଙ୍କା ମୂଲ୍ୟରେ ପହଞ୍ଚିଛି ।​ ସେହିପରି ରୁପାର ସର୍ବକାଳୀନ ଉଚ୍ଚ ସ୍ତର ହେଉଛି କିଲୋଗ୍ରାମ ପିଛା ୭୯,୯୮୦ ଟଙ୍କା । ଅର୍ଥାତ ଆଜି ଯଦି ଆମେ ବର୍ତ୍ତମାନର ରୁପା ମୂଲ୍ୟ (Gold Price) କୁ ଏହାର ସର୍ବକାଳୀନ ରେକର୍ଡ ରେଟ ସହିତ ତୁଳନା କରୁ, ତେବେ ଆପଣ ଦେଖିବେ ଯେ ରୁପା ବର୍ତ୍ତମାନ ପ୍ରତି କିଲୋଗ୍ରାମ ପିଛା ୩୮୦ ଟଙ୍କା ଶସ୍ତା ମୂଲ୍ୟରେ ବିକ୍ରି ହେଉଛି । 


ଅଧିକ ପଢ଼ନ୍ତୁ-ପୁରୁଣା ପେନସନକୁ ନେଇ ମୋଦି ସରକାର ଦେଲେ ବଡ଼ ଖୁସି ଖବର, ଖୁସିରେ ନାଚି ଉଠିବେ ଲକ୍ଷ ଲକ୍ଷ କର୍ମଚାରୀ!


ଅଧିକ ପଢ଼ନ୍ତୁ-କେନ୍ଦ୍ର କର୍ମଚାରୀଙ୍କ ଲାଗିଲା ଲଟେରୀ: ଏପ୍ରିଲ ୩୦ରେ ଆକାଉଣ୍ଟକୁ ଆସିବ ୧.୨୦ ଲକ୍ଷ ଟଙ୍କା, ହୋଇସାରିଛି ଘୋଷଣା!


ଅଧିକ ପଢ଼ନ୍ତୁ-ପୁରୁଣା ପେନସନ ଉପରେ କେନ୍ଦ୍ର ସରକାର ନେଲେ ଏପରି ନିଷ୍ପତ୍ତି, ଜାଣି ଆପଣ ହୋଇଯିବେ ଖୁସ୍! ଅର୍ଥ ମନ୍ତ୍ରଣାଳୟ ଜାରି କଲା ବିଜ୍ଞପ୍ତି


ଉଲ୍ଲେଖନୀୟ କଥା ହେଉଛି, ଗତ କିଛି ଦିନ ହେବ ସୁନା ଓ ରୁପା ମୂଲ୍ୟରେ କ୍ରମାଗତ ଅସ୍ଥିରତା ଚାଲିଛି । ସୁନା ଓ ରୂପା ମୂଲ୍ୟ ବେଳେବେଳେ ହ୍ରାସ ହୁଏ ଓ ବେଳେବେଳେ ବଢ଼ିବାରେ ଲାଗେ । ଏଭଳି ପରିସ୍ଥିତିରେ ଗ୍ରାହକ ନିଜର କ୍ରୟକୁ ନେଇ ସଂଶୟରେ ଅଛନ୍ତି । ସୁନା ଓ ରୁପା କିଣିବା ସେମାନଙ୍କ ପାଇଁ କେବେ ଲାଭଦାୟକ ହେବ ଲୋକମାନେ ବୁଝିପାରୁ ନାହାଁନ୍ତି । ଅନ୍ୟପକ୍ଷରେ, ଶର୍ରାଫା ବଜାର ବିଶେଷଜ୍ଞମାନେ କହିଛନ୍ତି ଯେ, ବର୍ତ୍ତମାନ ଲୋକମାନେ ସୁନା ଓ ରୁପା ଶସ୍ତା କିଣିବା ପାଇଁ ଏକ ବଡ଼ ସୁଯୋଗ ପାଇଛନ୍ତି । କାରଣ ଆଗାମୀ ଦିନରେ ସୁନା ସହିତ ରୁପା ମୂଲ୍ୟ ଆହୁରି ବୃଦ୍ଧି ପାଇବ । ଏହାସହ ଉଭୟ ମୂଲ୍ୟବାନ ଧାତୁ ନୂତନ ରେକର୍ଡ ସୃଷ୍ଟି କରିପାରେ ।