Gold Rate Today: ଏବେ ଚାଲିଛି ବିବାହ ସିଜିନ୍ (Wedding Season)। ଦିନକୁ ଦିନ ସୁନାର ଚାହିଦା ବଢିବାର ଲାଗିଛି। ଲଗାତର ସୁନା ଦର ବଢୁଥିବା ବେଳେ ଆଜି ରେଟ୍ ଖସିଛି ।  ସପ୍ତାହ ଆରମ୍ଭରୁ ଶସ୍ତା ହୋଇଛି ସୁନା (Gold Rate Today) । ଯାହା ଗ୍ରାହକଙ୍କୁ ଆଶ୍ବସ୍ତି ଦେଇଛି । ଯଦି ଆପଣ ଆଜି ସୁନା କିଣିବା ପାଇଁ ଯୋଜନା କରିଛନ୍ତି । ତେବେ, ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆଜି ଗହଣା କିଣିବା ପୂର୍ବରୁ ଜାଣି ନିଅନ୍ତୁ କେଉଁ ସହରରେ କେତେ ରହିଛି ସୁନା-ରୂପା ଦର?


COMMERCIAL BREAK
SCROLL TO CONTINUE READING

ALSO READ: Odisha News: ଆଜି ପରିବହନ ଶ୍ରମିକ ସଂଘର ଧର୍ମଘଟ, ଡିପୋରୁ ପେଟ୍ରୋଲ୍ -ଡିଜେଲ ଲୋଡିଂ ବନ୍ଦ


ଆଜିର ସୁନା-ରୂପା ରେଟ୍:


ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୭,୨୯୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟର ଦାମ୍ ୬୨,୫୪୦ ରହିଛି। ସେହିପରି ଦେଶର ରାଜଧାନୀ ଦିଲ୍ଲୀରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୭, ୯୫୦ ଟଙ୍କାରେ ରହିଥିବା ବେଳେ ୨୪ କ୍ୟାରେଟର ଦାମ୍ ୬୩,୨୦୦ ରହିଛି । ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ୨୨ ଓ ୨୪ କ୍ୟାରେଟରେ ୨୦୦ ଓ ୨୨୦ ଟଙ୍କା ଖସିଛି। ସେହିପରି ରୂପାରେ କେଜି ପ୍ରତି ୨୦୦ ଟଙ୍କା ଦର କମିଛି। 


ସେହିପରି ମାୟାନଗରୀ ମୁମ୍ବାଇରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୭,୮୦୦ ଥିବା ବେଳେ ୨୪ କ୍ୟାରେଟର ୧୦ ଗ୍ରାମ୍ ପ୍ରତି ୬୩,୦୫୦ ଟଙ୍କା ରହିଛି।  ୨୨ ଓ ୨୪ କ୍ୟାରେଟରେ ୨୦୦ ଓ ୨୨୦ ଟଙ୍କା କମିଛି। ଅନ୍ୟପଟେ, ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ବି ସୁନାଦରରେ ପରିବର୍ତ୍ତନ ହୋଇଛି । ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୮,୩୦୦ ଥିବା ବେଳେ ୨୪ କ୍ୟାରେଟର ଦାମ୍ ୬୩,୬୦୦ ରହିଛି। ୨୨ ଓ ୨୪ କ୍ୟାରେଟରେ  ୨୦୦ ଓ ୨୨୦ ଟଙ୍କା ହ୍ରାସ ପାଇଛି। 


ସେହିପରି ଓଡିଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୭,୮୦୦ ଥିବା ବେଳେ ୨୪ କ୍ୟାରେଟର ଦାମ୍ ୬୩,୦୫୦ ରହିଛି । ଏବଂ ୧୮ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ଦାମ୍ ୪୭,୨୯୦ ଟଙ୍କା ରହିଛି । ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ,୧୮,୨୨  ଓ ୨୪ କ୍ୟାରେଟରେ ୧୬୦, ୨୦୦ ଓ ୨୨୦ ଟଙ୍କା ହ୍ରାସ ପାଇଛି। ଏବଂ ରୂପାଦର କେଜି ପିଛା ୭୭,୮୦୦ ଟଙ୍କା ରହିଛି। କେଜି ପିଛା ୨୦୦ ଟଙ୍କା ଦର ଖସିଛି । ସିଲଭର ସିଟିରେ ମଧ୍ୟ ସୁନା-ରୂପା ଦର ଖସିଛି।