Odisha News: ଆଜି ପରିବହନ ଶ୍ରମିକ ସଂଘର ଧର୍ମଘଟ, ଡିପୋରୁ ପେଟ୍ରୋଲ୍ -ଡିଜେଲ ଲୋଡିଂ ବନ୍ଦ
Advertisement
Article Detail0/zeeodisha/odisha2048882

Odisha News: ଆଜି ପରିବହନ ଶ୍ରମିକ ସଂଘର ଧର୍ମଘଟ, ଡିପୋରୁ ପେଟ୍ରୋଲ୍ -ଡିଜେଲ ଲୋଡିଂ ବନ୍ଦ

Odisha News: ହିଟ୍ ଆଣ୍ତ ରନ୍  ଆଇନ୍ ବିରୋଧରେ ( Hit -and -run-Law) ଆନ୍ଦୋଳନ ଥମିବାର ନାଁ  ନେଉନି। ଡ୍ରାଇଭରଙ୍କ ଧର୍ମଘଟ ସ୍ଥଗିତ ହେବାର ଦିନ ୨ଟା ପୁରିନି ,ପରିବହନ ଶ୍ରମିକମାନେ ଆନ୍ଦେଳନ ଡାକରା ଦେଇଛନ୍ତି। ଆଜିଠାରୁ  ଓଡ଼ିଶା ପରିବହନ ଶ୍ରମିକ ମହାସଂଘ (Odisha Transport Workers Association) ସାରା ରାଜ୍ୟରେ ଧର୍ମଘଟକୁ ଓହ୍ଲାଇବ। ଫଳରେ ଡିଜେଲ୍, ପେଟ୍ରୋଲ୍  ଲୋଡିଂ ବନ୍ଦ (diesel petrol loading) ରହିବ ବୋଲି ମହାସଂଘ ଚେତାବନୀ ଦେଇଛି। 

Odisha News: ଆଜି ପରିବହନ ଶ୍ରମିକ ସଂଘର ଧର୍ମଘଟ, ଡିପୋରୁ ପେଟ୍ରୋଲ୍ -ଡିଜେଲ ଲୋଡିଂ ବନ୍ଦ

Odisha News: ହିଟ୍ ଆଣ୍ତ ରନ୍  ଆଇନ୍ ବିରୋଧରେ ( Hit -and -run-Law) ଆନ୍ଦୋଳନ ଥମିବାର ନାଁ  ନେଉନି। ଡ୍ରାଇଭରଙ୍କ ଧର୍ମଘଟ ସ୍ଥଗିତ ହେବାର ଦିନ ୨ଟା ପୁରିନି ,ପରିବହନ ଶ୍ରମିକମାନେ ଆନ୍ଦେଳନ ଡାକରା ଦେଇଛନ୍ତି। ଆଜିଠାରୁ  ଓଡ଼ିଶା ପରିବହନ ଶ୍ରମିକ ମହାସଂଘ (Odisha Transport Workers Association) ସାରା ରାଜ୍ୟରେ ଧର୍ମଘଟକୁ ଓହ୍ଲାଇବ। ଫଳରେ ଡିଜେଲ୍, ପେଟ୍ରୋଲ୍  ଲୋଡିଂ ବନ୍ଦ (diesel petrol loading) ରହିବ ବୋଲି ମହାସଂଘ ଚେତାବନୀ ଦେଇଛି। ତେଣୁ ପୁଣି ତେଲ ସଙ୍କଟ ଦେଖାଦେବାର ଆଶଙ୍କା ରହିଛି। 

ALSO READ :  NEET & JEE Coaching: ଆଜିଠୁ ନିଟ୍ ଓ ଜେଇଇ ମାଗଣା କୋଚିଂ ଆରମ୍ଭ , ଏତିକି ଦିନ ଯାଏଁ ମିଳିବ ସୁବିଧା

ମହାସଂଘ ସଭାପତି ଜନାର୍ଦ୍ଦନ ପତି ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, କେନ୍ଦ୍ର ସରକାର ନୂଆ ନୂଆ ଶ୍ରମିକ ବିରୋଧି ଆଇନ୍ ଆଣୁଛନ୍ତି। ହିଟ୍ ଆଣ୍ତ ରନ୍ ସେଥିମଧ୍ୟରୁ ଗୋଟିଏ। ଚାଳକଙ୍କୁ ୧୦ ବର୍ଷ ଜେଲ୍ ଓ ୭ ଲକ୍ଷ ଟଙ୍କା ଜରିମାନା ଭଳି ଆଇନ୍ ଶ୍ରମିକଙ୍କ ବେକରେ ଫାଶି ଲଗାଇଲା ସଦୃଶ। ଏହି ଆଇନକୁ ହଟାନ୍ତୁ। ଓଡି଼ଶା ସରକାର(odisha govt) ଡ୍ରାଇଭରଙ୍କୁ ନ୍ୟାୟ ଦିଅନ୍ତୁ। ଆଇନ୍ ପ୍ରତ୍ୟାହାର କରିବା ପାଇଁ କେନ୍ଦ୍ର ଉପରେ ଚାପ ପକାନ୍ତୁ। ଆଜିଠାରୁ ରାଜ୍ୟରେ ଚକାଜାମ୍ ହେବ। ଜାତିୟ ରାଜପଥ, ରାଜ୍ୟ ରାଜପଥରେ ପିକେଟିଂ ଚାଲିବ। ସମସ୍ତ ଗାଡି଼ର ଡ୍ରାଇଭର , କଣ୍ତକ୍ଟର, ହେଲଫର ଓ ରେଳ ଷ୍ଟେସନର କୁଲି  ଏହି  ଆନ୍ଦୋଳନରେ ସାମିଲ୍ ହେବେ। 

କିନ୍ତୁ ବସ୍ ଓ ଟ୍ରକ୍ ମାଲିକ ସଂଘ ଧର୍ମଘଟକୁ ସମର୍ଥନ କରିବେନି ବୋଲି କହିଛନ୍ତି। କିନ୍ତୁ ଆଶଙ୍କା ଉପୁଜିଛି ଯେ, ପାରାଦ୍ବୀପରେ ଥିବା ତିନୋଟି ତେଳ ଟର୍ମିନାଲ୍ ବିପିସିଏଲ୍, ଏଚପିସିଏଲ୍  ଓ ଆଇଓସିଏଲରୁ ତେଲ ପରିବହନ ସମ୍ପୁର୍ଣ୍ଣ ବନ୍ଦ ହୋଇପାରେ।  ଦିନକୁ ହାରହାରି ଏକ କୋଟି ଲିଟର ତେଲ ପରିବହନ ଠପ୍ ହେବ।  ବିପିସିଏଲ୍ ଟର୍ମିନାଲରୁ ଦିନକୁ ପ୍ରାୟ ୨୦୦ଟି, ଏଚପିସିଏଲରୁ ୧୮୦ ଓ ଆଇଓସିଏଲରୁ ୧୫୦ଟି ଟ୍ୟାଙ୍କରରେ ତେଲ ଲୋଡିଂ ହେଉଛି। ଧର୍ମଘଟ ଚାଲିଲେ ଦିନକରେ ୨୦ ଲିଟରରୁ ଅଧିକ ତେଲ ପରିବହନ ଠପ୍ ହେବ ବୋଲି ପରିବହନ ଶ୍ରମିକ ମହାସଂଘ ସାଧାରଣ ସମ୍ପାଦକ କହିଛନ୍ତି। 

ଉତ୍କଳ ପେଟ୍ରୋଲିୟମ୍ ଡିଲର ସଂଘ ସଭାପତି ସଂଜୟ ଲାଠ କହିଛନ୍ତି  ଡ୍ରାଇଭର ଆନ୍ଦୋଳନ ଯୋଗୁଁ ଶନିବାର ଠୁ ଅଧିକାଂଶ ପେଟ୍ରୋଲ ପମ୍ପରେ ଷ୍ଟକ୍ କମିଥିଲା।  ମାଲକାନଗିରି, ନବରଙ୍ଗପୁର ଓ କୋରାପୁଟ୍ ଭଳି ଉପାନ୍ତ ଅଞ୍ଚଳରେ  ପେଟ୍ରୋଲ ପମ୍ପରେ ତେଲ ସରିଯାଇଥିଲା।  ରବିବାର ସତ୍ତ୍ବେ  ଦିନ ତମାମ୍ ପାରାଦୀପ୍,  ଝାରସୁଗୁଡା,  ଓ ବାଲେଶ୍ବର ଡିପୋରୁ  ମାତ୍ର ୨୫-୩୦ ପ୍ରତିଶତ ଟ୍ୟାଙ୍କରରେ ତେଲ  ଲୋଡିଂ ହୋଇପାରିଛି। ଯଦି ଆଜିଠୁ ଟ୍ୟାଙ୍କର ରାସ୍ତାରେ ନ ଗଡିବ, ସଂନ୍ଧ୍ୟା ସୁଧା ଠାଏ ଠାଏ ପେଟ୍ରୋଲ ପମ୍ପରେ  ତେଲ ଅଭାବ ହୋଇପାରେ। ତେଲ ଯୋଗାଣ କରିବା ପାଇଁ ରାଜ୍ୟ ସରକାର ତତପର ହୁଅନ୍ତୁ। ଏବଂ ତ୍ବରିତ ପଦକ୍ଷେପ ଗ୍ରହଣ କରନ୍ତୁ।