Todays Gold Rate: ଆଗକୁ ଆସୁଛି ବିବାହ ସିଜିନ୍ (Wedding Season)। ଆଉ ତା ପୂର୍ବରୁ ସୁନା ଦର ବୃଦ୍ଧି (gold price hike) ଗ୍ରାହକଙ୍କୁ ଝଟକା ଦେଇଛି। କାହିଁକିନା ଗତକାଲି ସୁନା ଦର କମିଥିବା ବେଳେ ଆଜି ପୁଣି ଦର ବୃଦ୍ଧି ପାଇଛି । ଯଦି ଆପଣ ଆଜି ସୁନା ଗହଣା କିଣିବାକୁ ଯୋଜନା କରିଛନ୍ତି । ତେବେ, ଏହି ଖବରଟି ଆପଣଙ୍କ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ନଜର ପକାନ୍ତୁ ଆଜି କେଉଁ ସହରରେ କେତେ ରହିଛି ସୁନା ଦର (gold silver price today 1 December 2023)। 


COMMERCIAL BREAK
SCROLL TO CONTINUE READING

ଏହାବି ପଢନ୍ତୁ :Odisha News: ଉତ୍ତରକାଶୀ ଟନେଲ୍ ଟ୍ରାଜେଡି, ଆଜି ଓଡ଼ିଶା ଫେରୁଛନ୍ତି ଉଦ୍ଧାର ହୋଇଥିବା ୫ ଓଡି଼ଆ ଶ୍ରମିକ


ଆଜି ଭାରତୀୟ ବଜାର ତଥା ଦିଲ୍ଲୀରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୭,୮୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟର ଦାମ୍ ୬୩, ୧୦୦ ଟଙ୍କା ରହିଛି । ୨୨ କ୍ୟାରେଟ୍ ୨୦୦ ଓ ୨୪ କ୍ୟାରେଟରେ ୨୨୦ ଟଙ୍କା ବୃଦ୍ଧି ପାଇଛି । ସେହିପରି, ରୂପା ଦର କେଜି ପିଛା  ୭୯,୫୦୦ ଟଙ୍କା ରହିଛି । କେଜି ପିଛା ୩୦୦ ଟଙ୍କା ବଢିଛି। ସେହିପରି, ମାୟାନଗରୀ ମୁମ୍ବାଇରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୭, ୭୦୦ ରହିଥିବା ବେଳେ ୨୪ କ୍ୟାରେଟର ଦାମ୍ ୬୨,୯୫୦ ରହିଛି। ୨୨ ଓ ୨୪ କ୍ୟାରେଟ୍ ୨୦୦ ଓ ୨୨୦ ଟଙ୍କା ବୃଦ୍ଧି ପାଇଛି। ସେହିପରି, ରୂପା କେଜି ପିଛା ୩୦୦ ଟଙ୍କା ବଢିଛି। 


ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ମଧ୍ୟ ସୁନା ଦରରେ ପରିବର୍ତ୍ତନ ହୋଇଛି। ଏଠାରେ ସୁନା ଦର ହ୍ରାସ ପାଇଛି। ୨୨ କ୍ୟାରେଟର ଦାମ୍ ୫୮,୫୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟର ଦାମ୍ ୬୩,୮୨୦ ଟଙ୍କା ରହିଛି। ୨୨ କ୍ୟାରେଟରେ ୧୫୦ ଓ ୨୪ କ୍ୟାରେଟରେ ୧୬୦ ଟଙ୍କା କମିଛି। ରୂପା ଦରରେ ଦର ବୃଦ୍ଧି ହୋଇଛି । ରୂପା କେଜି ପିଛା ୩୦୦ ଟଙ୍କା କମିଛି। ସେହିପରି କୋଲକାତାରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୭,୭୦୦ ଟଙ୍କା ରହିଛି। ଏବଂ ୨୪ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୬୨,୯୫୦ ଟଙ୍କା ରହିଛି । ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ୨୨ ଓ ୨୪ କ୍ୟାରେଟରେ ୨୦୦ ଓ ୨୨୦ ଟଙ୍କା ରହିଛି।  ସେହିପରି ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୭,୭୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନାର ଦାମ୍ ୬୨,୯୫୦ ଟଙ୍କା ରହିଛି । ୨୨ ଓ ୨୪ କ୍ୟାରେଟରେ ୨୦୦ ଓ ୨୨୦ ଟଙ୍କା ବୃଦ୍ଧି ପାଇଛି।  ରୂପା କେଜି ୮୨,୫୦୦ ଟଙ୍କା ରହିଛି । ରୂପା କେଜି ପିଛା ୩୦୦ ଟଙ୍କା ବଢିଛି। ସେହିପରି କଟକରେ ମଧ୍ୟ ସୁନା ଓ ରୂପା ଦର ବି ବୃଦ୍ଧି ପାଇଛି।