Odisha News: ଉତ୍ତରକାଶୀ ଟନେଲ୍ ଟ୍ରାଜେଡି, ଆଜି ଓଡ଼ିଶା ଫେରୁଛନ୍ତି ଉଦ୍ଧାର ହୋଇଥିବା ୫ ଓଡି଼ଆ ଶ୍ରମିକ
Advertisement
Article Detail0/zeeodisha/odisha1987077

Odisha News: ଉତ୍ତରକାଶୀ ଟନେଲ୍ ଟ୍ରାଜେଡି, ଆଜି ଓଡ଼ିଶା ଫେରୁଛନ୍ତି ଉଦ୍ଧାର ହୋଇଥିବା ୫ ଓଡି଼ଆ ଶ୍ରମିକ

ଭୁବନେଶ୍ୱର: ଉତ୍ତରାଖଣ୍ଡର ଉତ୍ତରକାଶୀ (Uttarkashi tunnel collapse incident)ନିକଟ ଶିଳ୍କ୍ୟାରା ଟନେଲ ( Silkyara tunnel) ୧୭ ଦିନ ଫଶି ରହିଥିବା ୫ ଓଡ଼ିଆ ଶ୍ରମିକ ଆଜି ରାଜ୍ୟକୁ ଫେରୁଛନ୍ତି। ଭୁବନେଶ୍ୱର ପହଞ୍ଚିବା ପରେ ସେମାନେ ପ୍ରଥମେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବେ। 

Odisha News: ଉତ୍ତରକାଶୀ ଟନେଲ୍ ଟ୍ରାଜେଡି,  ଆଜି ଓଡ଼ିଶା ଫେରୁଛନ୍ତି ଉଦ୍ଧାର ହୋଇଥିବା ୫ ଓଡି଼ଆ ଶ୍ରମିକ

ଭୁବନେଶ୍ୱର: ଉତ୍ତରାଖଣ୍ଡର ଉତ୍ତରକାଶୀ (Uttarkashi tunnel collapse incident)ନିକଟ ଶିଳ୍କ୍ୟାରା ଟନେଲ ( Silkyara tunnel) ୧୭ ଦିନ ଫଶି ରହିଥିବା ୫ ଓଡ଼ିଆ ଶ୍ରମିକ ଆଜି ରାଜ୍ୟକୁ ଫେରୁଛନ୍ତି। ଭୁବନେଶ୍ୱର ପହଞ୍ଚିବା ପରେ ସେମାନେ ପ୍ରଥମେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବେ। ଏହାପରେ ନିଜ ନିଜ ଗାଁକୁ ଫେରିବାର କାର୍ଯ୍ୟକ୍ରମ ରହିଛି। ଗତକାଲି ହସ୍ପିଟାଲରୁ ସମସ୍ତ ୪୧ ଶ୍ରମିକଙ୍କୁ  ସୁସ୍ଥ ଘୋଷଣା କରାଯାଇ ଡିସଚାର୍ଜ କରାଯାଇଥିଲା। ଏହାପରେ  ଓଡ଼ିଶାରୁ ଯାଇଥିବା ଶ୍ରମ ଅଧିକାରୀ ଓଡ଼ିଆ ଶ୍ରମିକଙ୍କୁ ନୂଆଦିଲ୍ଲୀ ନେଇ ଆସିଥିଲେ।  ଆଜି ସକାଳ ୯.୩୦ରେ ସେମାନ ନୂଆଦିଲ୍ଲୀରୁ ଭୁବନେଶ୍ୱର ପାଇଁ ବିମାନରେ ଯାତ୍ରା ଆରମ୍ଭ କରିଥିବା ଜଣାପଡିଛି। 

ଯେଉଁ ଟନେଲରେ ୪୧ ଜଣ ଶ୍ରମିକ ଫଶି ରହିଥିଲେ, ତାହା ବିଗତ ୫ ବର୍ଷରେ ୨୦ ଥର ଭୁଶୁଡ଼ିଥିବା ଜଣାପଡ଼ିଛି। ଜାତୀୟ ରାଜପଥ ଭିତ୍ତିଭୂମି ବିକାଶ ନିଗମର ନିର୍ଦ୍ଦେଶକ ଅଂଶୁ ମନୀଶ ଖାଲକୋଙ୍କ ସୂଚନା ଅନୁସାରେ ଏହି ଟନେଲର ଲମ୍ବ ପ୍ରାୟ ସାଢ଼େ ଚାରି କିଲୋମିଟର। ଏହା ଚାରିଧାମ ଯାତ୍ରା ରାସ୍ତାର ସବୁଠାରୁ ଲମ୍ବା ଟନେଲ୍‍। ଏହାର ଗୋଟିଏ ପଟେ ଶିଲ୍କ୍ୟାରା ବାଟ ଥିବା ବେଳେ ଅନ୍ୟ ପଟଟି ବାରକୋଟକୁ ଖୋଲିଛି।  ତିଆରି ସମୟରେ ମଧ୍ୟ ଏହି ଟନେଲ ୧୯-୨୦ଟି ଛୋଟବଡ଼ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। କିନ୍ତୁ ଏସବୁ ସ୍ୱାଭାବିକ ଘଟଣା ଏବଂ ପ୍ରତିଟି ଟନେଲ ତିଆରି ସମୟରେ ଏପରି ଭୁଶୁଡ଼ିଥାଏ ବୋଲି କହିଛନ୍ତି ଜାତୀୟ ରାଜପଥ ଭିତ୍ତିଭୂମି ବିକାଶ ନିଗମର ନିର୍ଦ୍ଦେଶକ । ଉଭୟ ପାର୍ଶ୍ୱରେ ଏପରି ଟନେଲ୍‍ ଭୁଶୁଡ଼ିଥାଏ କିନ୍ତୁ ବାରକୋଟ ପଟେ ସବୁଠାରୁ ଅଧିକ ଅତଡ଼ା ଖସିଥାଏ ବୋଲି ସେ କହିଛନ୍ତି। 

ଟନେଲ୍ ମୃତ୍ତିକା ବିଷୟରେ କହିବାକୁ ଯାଇ ସେ କହିଛନ୍ତି, ଶିଳ୍କ୍ୟାରା ମୁହଁର ୧୬୦ ରୁ ୨୬୦ ମିଟର ଯାଏ ମୃତ୍ତିକା ସବୁଠାରୁ ଅଧିକ ସମ୍ବେଦନଶୀଳ।  ବିଭିନ୍ନ ସମୟରେ ଏଠାରେ ମାଟି ଖସିବାର ଆଶଙ୍କା ରହିଛି। ଯାହାକୁ ‘ରେଡ୍‍ ଜୋନ୍‍’ ଭାବେ ଅଭିହିତ କରାଯାଇଛି। ଏଥିଲାଗି କର୍ତ୍ତୃପକ୍ଷ ସ୍ୱତନ୍ତ୍ର ପଦକ୍ଷେପ ନେବାକୁ ଯାଉଥିବା ସେ ସୂଚନା ଦେଇଛନ୍ତି।