Todays Gold Rate In India: ଆଗକୁ ଆସୁଛି ବିବାହ ସିଜିନ୍ । ଆଉ ତା ପୂର୍ବରୁ ମହଙ୍ଗା ହୋଇଛି ସୁନା। ଯାହା ଗ୍ରାହକଙ୍କ ଟେନସନ୍ ବଢାଇ ଦେଇଛି । ଗତକାଲି ସୁନା ଦର ୧୦ ଗ୍ରାମ୍ ପିଛା ୨୦୦ ଟଙ୍କା ହ୍ରାସ ହୋଇଥିବା ବେଳେ ଆଜି ଦରରେ ପରିବର୍ତ୍ତନ ହୋଇଛି । ଯଦି ସୁନାଦର ଏପରି ବୃଦ୍ଧି ପାଏ । ତେବେ, ମଧ୍ୟବିତ ପରିବାରର ଲୋକେ ସୁନା କିଣିବାକୁ ଭୟ କରିବେ। ଯଦି ଆପଣ ଆଜି ସୁନା କିଣିବା ପାଇଁ ଯୋଜନା କରିଛନ୍ତି । ତେବେ, ଏହି ଖବରଟି ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ । ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ଦର?


COMMERCIAL BREAK
SCROLL TO CONTINUE READING

ALSO READ: Petrol Diesel Price Today: ଆଜି ପୁଣି ବଢିଲା ରାଜ୍ୟରେ ପେଟ୍ରୋଲ୍-ଡିଜେଲ୍ ଦର, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ତେଲ ରେଟ୍ ?


ALSO READ: Budh Gochar 2024: ରଜ ସଂକ୍ରାନ୍ତିରୁ ଖୋଲିବ ଏହି ସବୁ ରାଶିଙ୍କ ଭାଗ୍ୟ, ବୁଧ-ସୂର୍ଯ୍ୟ କରିବେ ଧନ ବର୍ଷା!


ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୭, ୩୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ଦାମ୍  ୭୩, ୪୨୦ ଟଙ୍କା ରହିଛି । ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ୨୨ କ୍ୟାରେଟ୍ ରେ ୭୦୦ ଓ  ୨୪ କ୍ୟାରେଟରେ ୭୭୦ ଟଙ୍କା ବୃଦ୍ଧି ହୋଇଛି। ସେହିପରି, ଦେଶର ରାଜଧାନୀ ଦିଲ୍ଲୀରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୭,୪୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ଦାମ୍ ୭୩,୫୭୦ ଟଙ୍କା ରହିଛି। ୨୨ କ୍ୟାରେଟ୍ ରେ ୭୦୦ ଓ  ୨୪ କ୍ୟାରେଟରେ ୭୭୦ ଟଙ୍କା ବୃଦ୍ଧି ହୋଇଛି।  


ଅନ୍ୟପଟେ, ମାୟାନଗରୀ ମୁମ୍ବାଇରେ  ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୭, ୩୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ଦାମ୍ ୭୩,୪୨୦ ଟଙ୍କା ରହିଛି । ୨୨ କ୍ୟାରେଟରେ ୭୦୦ ଓ ୨୪ କ୍ୟାରେଟରେ ୭୭୦ ଟଙ୍କା ଦର ବଢିଛି। ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ବି ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଚେନ୍ନାଇ ବଜାରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୭,୨୪୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ମୂଲ୍ୟ ୧୦ ଗ୍ରାମ୍ ପିଛା ୭୩,୩୫୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୧୦ ଟଙ୍କା ହ୍ରାସ ହୋଇଛି।  ସେହିକ୍ରମରେ ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୭,୩୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ୧୦ ଗ୍ରାମ୍ ମୂଲ୍ୟ ୭୩,୪୨୦ ଟଙ୍କା ରହିଛି । ତେବେ, ୨୨ କ୍ୟାରେଟ୍ ରେ ୭୦୦ ଓ ୨୪ କ୍ୟାରେଟରେ ୭୭୦ ଟଙ୍କା ଦର ବଢିଛି।