Mangal Gochar: ନୂଆଦିଲ୍ଲୀ: ବୈଦିକ ଜ୍ୟୋତିଷ ଅନୁଯାୟୀ, ସମସ୍ତ ଗ୍ରହ ଏକ ନିର୍ଦ୍ଦିଷ୍ଟ ବ୍ୟବଧାନ ପରେ ରାଶି ଚିହ୍ନ ପରିବର୍ତ୍ତନ କରନ୍ତି। ଫଳରେ ମେଷରୁ ଆରମ୍ଭ କରି ମୀନ ରାଶି ପର୍ଯ୍ୟନ୍ତ ଏହାର ଉଭୟ ସକରାତ୍ମକ ଏବଂ ନକାରାତ୍ମକ ପ୍ରଭାବ ପଡ଼ିଥାଏ। ଏପ୍ରିଲ୍ ମାସରେ, ସୂର୍ଯ୍ୟ, ବୁଧ, ଶୁକ୍ର ଏବଂ ମଙ୍ଗଳ ସମେତ ୪ଟି ବଡ ଗ୍ରହ ଚଳନ କରିବେ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସୂର୍ଯ୍ୟଦେବ ୧୩ ଏପ୍ରିଲ ୨୦୨୪ରେ ମେଷ ରାଶିରେ ପ୍ରବେଶ କରିବେ। ଏପ୍ରିଲ୍ ୨ରେ ବୁଧ ଗ୍ରହ ବକ୍ରି ଚଳନ କରି ୯ ତାରିଖରେ ଏହା ମୀନ ରାଶିକୁ ଓଲଟା ଚଳନ କରିବେ। ଏପ୍ରିଲ୍ ୨୩ରେ ଗ୍ରହମାନଙ୍କର ସେନାପତି ମଙ୍ଗଳ, ମୀନ ରାଶିକୁ ଚଳନ କରିବେ। ଏହା ପରେ ଏପ୍ରିଲ୍ ୨୫ରେ ଧନ ଏବଂ ସମୃଦ୍ଧି ପ୍ରଦାନକାରୀ ଶୁକ୍ର ମେଷ ରାଶିରେ ରହିବେ। ଏପ୍ରିଲ୍ ମାସରେ ଏହି ୪ଟି ବଡ ଗ୍ରହର ଚଳନ ମେଷ ସହିତ ଏହି ୪ଟି ରାଶିର ଭାଗ୍ୟରେ ବର୍ଷିବ ଧନ ସମ୍ପତ୍ତି, ଯଶ। 


COMMERCIAL BREAK
SCROLL TO CONTINUE READING

ମେଷ ରାଶି
ଏପ୍ରିଲ ମାସ ଏହି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ବେଶ ଶୁଭ ସମୟ ଆଣିଦେବ। ଧନ, ସୁଖ ସୌଭାଗ୍ୟରେ ବୃଦ୍ଧି ଘଟିବ। ବିବାହର ଯୋଗ ସୃଷ୍ଟି ହେବ। ଚାକିରି କ୍ଷେତ୍ରରେ ପଦୋନ୍ନତି ଘଟିବ। ଚାକିରି କ୍ଷେତ୍ରରେ ବେତନରେ ବୃଦ୍ଧି ଘଟିବାର ସମ୍ଭାବନା ରହିଛି। ବ୍ୟବସାୟିକ କ୍ଷେତ୍ରରେ ମଧ୍ୟ ବୃଦ୍ଧି ଘଟିବ। ଧନର ଆୟ ମଧ୍ୟ ବୃଦ୍ଧି ପାଇବ। ସନ୍ତାନ ପକ୍ଷରୁ ଖୁସି ଖବର ମିଳିବ। 


କର୍କଟ ରାଶି
ଆୟରେ ବୃଦ୍ଧି ଘଟିବ। ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଘଟିବ। ବୈବାହିକ ଜୀବନରେ ସମସ୍ୟା ଦୂର ହେବ। ପ୍ରେମ ସମ୍ପର୍କ ଆହୁରି ମଜବୁତ ହେବ। ଆୟର ନୂଆ ରାସ୍ତା ଫିଟିବ। ସୁଖସୁବିଧା ବୃଦ୍ଧି ଘଟିବ। କ୍ୟାରିୟର କ୍ଷେତ୍ରରେ ଉନ୍ନତି ଘଟିବ। ଶୁଭ ସମୟର ଆରମ୍ଭ ହେବ। 


ଧନୁ ରାଶି
ଚାକିରି ଓ ବ୍ୟବସାୟ ପାଇଁ ଶୁଭ ସମୟ। ଚାକିର କ୍ଷେତ୍ରରେ ଉନ୍ନତି ଘଟିବ। ପାରିବାରିକ ଜୀବନରେ ଖୁସି ବଢିବ। ଅଚାନକ ଧନ ବୃଦ୍ଧି ପାଇବ। ଧର୍ମ କାର୍ଯ୍ୟ ପାଇଁ ରୁଚି ବଢିବ। ଦାନପୂର୍ଣ୍ଣ ଅର୍ଜନ କରିବେ। ସମସ୍ତ କାର୍ଯ୍ୟରେ ଅପାର ସଫଳତା ଲାଭ କରିବେ। ଭାଗ୍ୟର ସାଥ ମିଳିବ। ଧନ ସମ୍ପତ୍ତିରେ ବୃଦ୍ଧି ଘଟିବ। 


ମକର ରାଶି
ଘର ଲୋକଙ୍କ ସହଯୋଗ ମିଳିବ। ଧନ ଲାଭର ସୁଯୋଗ ରହିଛି। ସମାଜରେ ସମ୍ମାନ ମିଳିବ। ପଦ ଓ ପ୍ରତିଷ୍ଠା ବୃଦ୍ଧି ପାଇବ। ଦୀର୍ଘ ଦିନ ଧରି ଅଟକି ରହିଥିବା କାର୍ଯ୍ୟ ଅଚାନକ ଆରମ୍ଭ ହେବ। କାର୍ଯ୍ୟରେ ଦେଖାଦେଉଥିବା ସମସ୍ୟା ଦୂର ହେବ। ବୈବାହିକ ଜୀବନରେ ସୁଧାର ଆସିବ। ସମ୍ପର୍କରେ ମଜବୁତ ହେବ।