La Nina 2024 Forecast: ଭାରତୀୟ ପାଣିପାଗ ବିଭାଗ ପାଇଁ ଆସିଛି ଆଶ୍ୱସ୍ତି ପ୍ରଦାନ କରିବା ଭଳି ଖବର। ଏସିଆ-ପାସିଫିକ୍ ଅର୍ଥନୈତିକ ସହଯୋଗ (ଏପିଇସି) ଜଳବାୟୁ କେନ୍ଦ୍ର ଚଳିତ ବର୍ଷ ଦେଶରେ ମୌସୁମୀ ଆଗମନ ସମ୍ପର୍କରେ ପ୍ରଥମ ପୂର୍ବାନୁମାନ କରିଛି। ଏପିଇସି ଜଳବାୟୁ କେନ୍ଦ୍ର ଦୁଇଟି ଭିନ୍ନ ଭିନ୍ନ ଅବଧି ପାଇଁ ପୂର୍ବାନୁମାନ ଜାରି କରିଛି। ପ୍ରଥମ ପୂର୍ବାନୁମାନ ଅପ୍ରେଲ ଠାରୁ ଜୁନ୍ ଏବଂ ଦ୍ୱିତୀୟ ପୂର୍ବାନୁମାନ ଜୁଲାଇ ଠାରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ରହିଛି। 


COMMERCIAL BREAK
SCROLL TO CONTINUE READING

ଏନେଇ ହୋଇଥିବା ପୂର୍ବାନୁମାନ ଅନୁଯାୟୀ ଜୁଲାଇ ମାସରୁ ସେପ୍ଟେମ୍ବର ମଧ୍ୟରେ ଚାଲୁଥିବା ମୌସୁମୀ ଋତୁରେ ଦେଶରେ ହାରାହାରି ଠାରୁ ଅଧିକ ବୃଷ୍ଟିପାତ ହେବାର ସମ୍ଭାବନା ରହିଛି। ଏହି ପରିବର୍ତ୍ତନ ନିକଟରେ ପ୍ରକାଶିତ "NSO" ( El Nino-Southern Oscillation) ଆଲର୍ଟ ସହିତ ସଂଯୁକ୍ତ ରହିଛି। ଯାହା ଏଲ୍ ନିନୋ ଠାରୁ ଲା ନିନା ପର୍ଯ୍ୟନ୍ତ ଅବସ୍ଥାରେ ଏକ ସରଳ ପରିବର୍ତ୍ତନ ପୂର୍ବାନୁମାନ କରିଥାଏ।


ସ୍ୱାଭାବିକ ଠାରୁ ଅନୁଭୂତ ହୋଇପାରେ ଅଧିକ ଗରମ
ସ୍ୱାଭାବିକ ମୌସୁମୀ ଆଗମନ ପୂର୍ବରୁ ଦେଶରେ ଅନେକ ରାଜ୍ୟ ଲା ନିନା ପ୍ରଭାବ କାରଣରୁ ପ୍ରବଳ ଗରମ ଅନୁଭୂତ ହେବ। ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ, ଉତ୍ତର କର୍ଣ୍ଣାଟକ, ମହାରାଷ୍ଟ୍ର ଏବଂ ଓଡିଶା ସମେତ ଅନେକ ଅଞ୍ଚଳରେ ଅଧିକ ଗରମ ହେବା ନେଇ ପୂର୍ବାନୁମାନ କରାଯାଇଛି। ଏଭଳି ପରିସ୍ଥିତିରେ ଆପଣଙ୍କୁ ଆପଣଙ୍କ ସ୍ୱାସ୍ଥ୍ୟର ସମ୍ପୂର୍ଣ୍ଣ ଯତ୍ନ ନେବାକୁ ନେବ।  ଅତ୍ୟଧିକ ଗରମ କାରଣରୁ ଶରୀରରେ ଜଳୀୟ ଅଂଶ କମ ହୋଇପାରେ।


ଅତ୍ୟଧିକ ଗରମରୁ ରକ୍ଷା ପାଇବା ପାଇଁ ୫ ସହଜ ଉପାୟ


  • ୧. ତରଳ ପଦାର୍ଥ ଗ୍ରହଣ: ଗ୍ରୀଷ୍ମ ଋତୁରେ ଦେହରୁ ଅଧିକ ଝାଳ ବାହାରିଥାଏ। ଯାହା ଦ୍ୱାରା ଶରୀରରେ ଜଳୀୟ ଅଂଶ କମ ହୋଇପାରେ। ଗରମ ପ୍ରଭାବରୁ ରକ୍ଷା ପାଇବା ଦିନସାରା ପ୍ରଚୁର ପାଣି, ବଟରମିଲ୍କ, ଲେମ୍ବୁ ପାଣି, ପଇଡ଼ ପାଣି ଏବଂ ଅନ୍ୟାନ୍ୟ ତରଳ ପଦାର୍ଥ ସେବନ କରନ୍ତୁ।

  • ୨. ହାଲୁକା ରଙ୍ଗର ପୋଷାକ ପିନ୍ଧନ୍ତୁ: ଗାଢ ରଙ୍ଗର ପୋଷାକ ଉତ୍ତାପକୁ ଶୋଷିଥାଏ। ଯାହା ଶରୀରର ତାପମାତ୍ରା ବଢିଯାଏ। ଗରମରୁ ରକ୍ଷା ପାଇବା ପାଇଁ ହାଲୁକା ରଙ୍ଗର ସୂତା ପୋଷାକ ପିନ୍ଧନ୍ତୁ। ଯାହା ଦ୍ୱାରା ଆପଣ କମ୍  ଗରମ ଅନୁଭବ କରିବା ସହ ଆପଣ ଶରୀର ଥଣ୍ଡା ରହିବ।

  • ୩.ସୂର୍ଯ୍ୟକିରଣରୁ ଦୂରେଇ ରୁହନ୍ତୁ: ଦିନ ଦଶଟାରୁ ଅପରାହ୍ନ  ଚାରିଟା ପର୍ଯ୍ୟନ୍ତ ସୂର୍ଯ୍ୟ କିରଣରୁ ଦୂରେଇ ରୁହନ୍ତୁ। ଯଦି ଆପଣଙ୍କୁ କୌଣସି କାମରେ ଘର ବାହାରକୁ ଯିବାକୁ ପଡୁଛି ତାହେଲେ ଛତା, ଟୋପି ଏବଂ ଚଷମା ପିନ୍ଧନ୍ତୁ।

  • 4. ଘରକୁ ଥଣ୍ଡା ରଖନ୍ତୁ: ଘରକୁ ଥଣ୍ଡା ରଖିବା ପାଇଁ ପରଦା, ଝରକା ଏବଂ କବାଟ ବନ୍ଦ ରଖନ୍ତୁ। ଘରକୁ ଥଣ୍ଡା ରଖିବା ପାଇଁ ଆପଣ ଫ୍ୟାନ୍ ସହ କୁଲର୍ ଏବଂ ଏୟାର କଣ୍ଡିସନର ବ୍ୟବହାର କରିପାରନ୍ତି।

  • 5. ହାଲୁକା ଏବଂ ପୁଷ୍ଟିକର ଖାଦ୍ୟ ସେବନ କରନ୍ତୁ: ଗ୍ରୀଷ୍ମ ଋତୁରେ ଭାରୀ ଏବଂ ମସଲାଯୁକ୍ତ ଖାଦ୍ୟ ଖାଇବା ଠାରୁ ଦୂରେଇ ରୁହନ୍ତୁ। ଭୋଜନରେ ଆପଣ ଯଥାସମ୍ଭବ ଫଳ, ପନିପରିବା, ସାଲାଡ ଭଳି ହାଲୁକା ଏବଂ ପୁଷ୍ଟିକର ଖାଦ୍ୟ ସାମିଲ କରନ୍ତୁ।