Govt of India banned 22 Betting Apps including Mahadev: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଅନୁରୋଧ କ୍ରମେ କେନ୍ଦ୍ର ସରକାର ମହାଦେବ ବେଟିଂ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ମହାଦେବ ବୁକ୍ ଏବଂ ରେଡ୍ଡି ଆନ୍ନାପ୍ରିଷ୍ଟ୍ରୋ ସମେତ ୨୨ ବେଆଇନ ବେଟିଂ ଆପ୍ ଏବଂ ୱେବସାଇଟ୍ ବିରୋଧରେ ନିଷେଧାଦେଶ ଜାରି କରିଛି। ବେଆଇନ ବେଟିଂ ଆପ୍ ସିଣ୍ଡିକେଟ୍ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା କରାଯାଇଥିବା ଅନୁସନ୍ଧାନ ଏବଂ ଛତିଶଗଡର ମହାଦେବ ବୁକ୍ ଉପରେ ପରବର୍ତ୍ତୀ ଚଢାଉ ପରେ ଏହି ପଦକ୍ଷେପ ନିଆଯାଇଛି। ଏହି ବେଟିଂ ଆପ୍ ଦ୍ୱାରା ବେଆଇନ କାର୍ଯ୍ୟକଳାପ କରାଯାଉଥିବା ନେଇ ଜଣାପଡ଼ିଛି।


COMMERCIAL BREAK
SCROLL TO CONTINUE READING

ଛତିଶଗଡ଼ ପୋଲିସ ବାହିନୀରେ କନଷ୍ଟେବଳ (Chhattisgarh Police Constable) ଭାବରେ କାର୍ଯ୍ୟ କରୁଥିବା ଅଭିଯୁକ୍ତ ଭୀମ ସିଂହ ଯାଦବ ଏବଂ ଅସୀମ ଦାସଙ୍କୁ ଗିରଫ କରାଯାଇଥିଲା। ମନି ଲଣ୍ଡରିଂ ଅପରାଧ ( Money Laundering Case) ପାଇଁ ସେମାନଙ୍କୁ ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (Prevention of Money Laundering Act) ଧାରା ୧୯ ଅନୁଯାୟୀ ଗିରଫ କରାଯାଇଛି।


ଛତିଶଗଡ ସରକାର ୱେବସାଇଟ୍/ଆପ୍ ବନ୍ଦ କରିବା ଉପରେ ଗ୍ରହଣ କରିନାହାଁନ୍ତି କୌଣସି କାର୍ଯ୍ୟାନୁଷ୍ଠାନ 
ଦକ୍ଷତା ବିକାଶ ଏବଂ ଉଦ୍ୟୋଗ, ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀ କହିଛନ୍ତି ଯେ, ଆଇଟି ଆକ୍ଟ ଧାରା (Information Technology Act India) ୬୯ଏ ଅନୁଯାୟୀ ୱେବସାଇଟ୍/ଆପ୍ ବନ୍ଦ କରିବାକୁ ସୁପାରିଶ କରିବାକୁ ଛତିଶଗଡ଼ ସରକାରଙ୍କ (Chhattisgarh Govt) ପାଖରେ ସମ୍ପୂର୍ଣ୍ଣ କ୍ଷମତା ରହିଛି। ହେଲେ ତଥାପି ଛତିଶଗଡ଼ ସରକାର ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାଁନ୍ତି। ବିଗତ ଦେଢ ବର୍ଷ ଧରି ସରକାର ଏହାର ଅନୁସନ୍ଧାନ କରୁଛନ୍ତି। ବାସ୍ତବରେ ଏହା ହେଉଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ପ୍ରଥମ ଏବଂ ଏକମାତ୍ର ଅନୁରୋଧ ଯାହା ଉପରେ ଆବଶ୍ୟକୀୟ ପଦକ୍ଷେପ ନିଆଯାଇଛି। ଛତିଶଗଡ ସରକାରଙ୍କୁ ଏଭଳି ଅନୁରୋଧ କରିବାକୁ କେହି ଅଟକାଇ ନଥିଲେ।


ଆପ୍ ପ୍ରୋତ୍ସାହକଙ୍କୁ ମୁଖ୍ୟମନ୍ତ୍ରୀଙ୍କୁ ୫୦୮ କୋଟି ଟଙ୍କା ଦେବାକୁ କୁହାଯାଇଥିଲା
ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ବିରୋଧରେ ମହାଦେବ ଜୁଆ ଆପ୍ ମାମଲାରେ (Mahadev Betting App) ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତଦନ୍ତ ଜାରି ରଖିଛି। ଏନେଇ ଇଡ଼ି ପକ୍ଷରୁ କୁହାଯାଇଛି ଯେ ଆପ୍ ପ୍ରୋତ୍ସାହକ ମୁଖ୍ୟମନ୍ତ୍ରୀଙ୍କୁ ୫୦୮ କୋଟି ଟଙ୍କାରୁ ଅଧିକ ଟଙ୍କା ଦେଇଥିବାର କହିଛନ୍ତି। ଏହି ପ୍ରସଙ୍ଗରେ କଂଗ୍ରେସ ନିର୍ବାଚନ ପ୍ରଚାର ସମୟରେ ରାଜ୍ୟରେ ସୁରକ୍ଷା ପରିଚାଳନା କରୁଥିବା କେନ୍ଦ୍ରୀୟ ସୁରକ୍ଷା ଏଜେନ୍ସି ସିଆରପିଏଫ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛି।