Financial Budget in india: ପ୍ରତିବର୍ଷ ଭାରତ ସରକାର ଆର୍ଥିକ ଆୟ ବ୍ୟୟର ହିସାବ ବଜେଟ ରୂପରେ ଉପସ୍ଥପନ କରିଥାନ୍ତି। ବଜେଟ୍ ମାଧ୍ୟମରେ ସରକାର ସମଗ୍ର ଦେଶ ଆଗରେ ଖର୍ଚ୍ଚ ଏବଂ ଆୟର ସମ୍ପୂର୍ଣ୍ଣ ହିସାବ ଆଗତ କରିଥାନ୍ତି। ପ୍ରତ୍ୟେକ ଆର୍ଥିକ ବର୍ଷ ଆରମ୍ଭ ପୂର୍ବରୁ ଭାରତ ସରକାର ସାଧାରଣ ବଜେଟ୍ ଉପସ୍ଥାପନ କରିଥାନ୍ତି। ଏହି ବଜେଟ୍ ସରକାରଙ୍କ ପାଇଁ ଯେତିକି ଗୁରୁତ୍ୱପୂର୍ଣ୍ଣ ସାଧାରଣ ଲୋକଙ୍କ ପାଇଁ ମଧ୍ୟ ସମାନ ଗୁରୁତ୍ୱପୂର୍ଣ୍ଣ  ହୋଇଥାଏ। ଅନ୍ୟ ଅର୍ଥରେ କହିବାକୁ ଦେଶର ବଜେଟ୍ ଆପଣଙ୍କ ଘରର ବଜେଟ୍ ସ୍ଥିର କରିଥାଏ। ଆସନ୍ତା ଫେବୃଆରୀ ୧ ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ। ପ୍ରତ୍ୟେକ ଥର ଲୋକେ କେନ୍ଦ୍ରୀୟ ବଜେଟ ପାଖରୁ କିଛି ଆଶା ରଖିଥାନ୍ତି। ଲୋକ ଲୋଭନୀୟ ତଥା ରିଲିଫ୍ ପ୍ରଦାନ କରୁଥିବା ଘୋଷଣାକୁ ଆଶା କରିଥାନ୍ତି। ହେଲେ ପ୍ରତ୍ୟେକ ଥର ବଜେଟ୍ ଆପଣଙ୍କ ଆଶା ଯେ ପୂରଣ କରିବ ତାହା ହୋଇନଥାଏ। ଗତ ୧୯୭୩-୭୪ ଆର୍ଥିକ ବର୍ଷରେ ଏପରି ଏକ ବଜେଟ୍ ଉପସ୍ଥାପିତ ହୋଇଥିଲା। ଯାହା "ବ୍ଲାକ୍ ବଜେଟ୍" ନାମରେ ଜଣାଶୁଣା ରହିଥିଲା।


COMMERCIAL BREAK
SCROLL TO CONTINUE READING

"ବ୍ଲାକ୍ ବଜେଟ୍" କ'ଣ?
ଯେତେବେଳେ ଖର୍ଚ୍ଚ ଆୟଠାରୁ ଅଧିକ ହୋଇଥାଏ, ସେତେବେଳେ ଆର୍ଥିକ ଦୃଷ୍ଟିକୋଣ କ୍ଷତି ସହିବାକୁ ହୋଇଥାଏ। ସେହିଭଳି ଯେତେବେଳେ ସରକାରଙ୍କ ଖର୍ଚ୍ଚ ରାଜସ୍ୱ ଆଦାୟ ଠାରୁ ଅଧିକ ହୋଇଯାଏ, ସେତେବେଳେ ଆର୍ଥିକ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସରକାରଙ୍କୁ ବଜେଟ୍ ହ୍ରାସ କରିବାକୁ ହୋଇଥାଏ। ଯାହାକୁ "ବ୍ଲାକ୍ ବଜେଟ୍" (Black Budget of India) କୁହାଯାଏ। ଦେଶ ସ୍ୱାଧିନ ହେବା ପରେ ଏପରି ଏକ ସମୟ ଆସିଥିଲା। ​​ଯେତେବେଳେ ଆର୍ଥିକ ସଙ୍କଟ ଭଳି ପରିସ୍ଥିତି ଉପୁଜିଥିଲା। ଦେଶର ଆର୍ଥିକ ଅବସ୍ଥା ଏତେ ଖରାପ ହୋଇଯାଇଥିଲା ଯେ ତତ୍କାଳୀନ ସରକାର ୫୫୦ କୋଟି ଟଙ୍କାର ନିଅଣ୍ଟ ବଜେଟ୍ ଉପସ୍ଥାପନ କରିଥିଲେ।


କାହିଁକି ଉପସ୍ଥାପନ କରିବାକୁ ପଡ଼ିଥିଲା "ବ୍ଲାକ୍ ବଜେଟ୍"?
୧୯୭୩ ମସିହାରେ ଦେଶର ଆର୍ଥିକ ଅବସ୍ଥା ଖରାପ ହୋଇଯାଇଥିଲା। ଦେଶକୁ ଅର୍ଥନୈତିକ ସଙ୍କଟର ସାମ୍ନା କରିବାକୁ ହୋଇଥିଲା। ପାକିସ୍ତାନ ସହିତ ଯୁଦ୍ଧ ଦ୍ୱାରା ବାଂଲାଦେଶ ଅଲଗା ହେବା କାରଣରୁ ଭାରତ ସରକାରଙ୍କ ଆର୍ଥିକ ସ୍ଥିତି ବିଗିଡ଼ି ଯାଇଥିଲା। ଦେଶର ଜିଡିପି ଅଧା ପ୍ରତିଶତରେ ପହଞ୍ଚି ଯାଇଥିଲା। ଯୁଦ୍ଧ ସହିତ ମୌସୁମୀ ବର୍ଷା ଜନିତ କାରଣରୁ ଫସଲ ଉତ୍ପାଦନରେ ବ୍ୟାପକ କ୍ଷତି ହୋଇଥିଲା। ଏପରିକି ସରକାରୀ ରାଜସ୍ୱ ସଂଗ୍ରହ ମଧ୍ୟ ହ୍ରାସ ପାଇବାରେ ଲାଗିଥିଲା। ସରକାରୀ ଖର୍ଚ୍ଚ ଏବଂ ଆୟ ମଧ୍ୟରେ ବ୍ୟବଧାନ ବଢିବାରେ ଲାଗିଲା। ବିଭିନ୍ନ ଦିଗରୁ ଘେରି ହୋଇ ରହିଥିବା ସରକାରଙ୍କୁ ବହୁ କ୍ଷତି ସହିବାକୁ ହୋଇଥିଲା। ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସରକାରରେ ଅର୍ଥମନ୍ତ୍ରୀ ଯଶୋୱନ୍ତ ରାଓ ବି ଚହ୍ୱାଣ ୫୫୦ କୋଟି ଟଙ୍କାର ନିଅଣ୍ଟ ବଜେଟ୍ ଉପସ୍ଥାପନ କରିଥିଲେ। ଏହି ବଜେଟ୍ ଦେଶର ପ୍ରଥମ ଏବଂ ଏକମାତ୍ର  "ବ୍ଲାକ୍ ବଜେଟ୍" ରହିଥିଲା। ସେହି ସମୟରେ ଚାଷ ପ୍ରଭାବିତ ହୋଇଥିଲା। ଏଭଳି ଜଟିଳ ପରିସ୍ଥିତିରେ ସରକାରଙ୍କ ଆୟ ହ୍ରାସ ପାଇବା ସହ ବ୍ୟୟ ବୃଦ୍ଧି ପାଇଥିଲା। ଯେଉଁଥିପାଇଁ ଇନ୍ଦିରା ଗାନ୍ଧୀ ସରକାର ଏକ  "ବ୍ଲାକ୍ ବଜେଟ୍" ଆଗତ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ବଜେଟ ମାଧ୍ୟମରେ ସରକାର ସାଧାରଣ ବୀମା କମ୍ପାନୀ, ଭାରତୀୟ ତମ୍ବା ନିଗମ ଏବଂ କୋଇଲା ଖଣିକୁ ଜାତୀୟକରଣ କରିବା ନେଇ ଘୋଷଣା କରିଥିଲେ। ସେଥିପାଇଁ ସରକାର ୫୬ କୋଟି ଟଙ୍କା ଆବଣ୍ଟିତ କରିଥିଲେ।