Customer Thrashes Bank Employee: ଋଣ ବିବାଦକୁ ନେଇ ବ୍ୟାଙ୍କ ପରିସରରେ ସୃଷ୍ଟି ହୋଇଛି ତୁମୁଳକାଣ୍ଡ। ଏହି ଘଟଣାରେ ଜଣେ ଗ୍ରାହକ ବ୍ୟାଙ୍କ କର୍ମଚାରୀଙ୍କ ସହ ମାରପିଟ କରିଥିବାର ଅଭିଯୋଗ ହୋଇଛି। ଗୁଜୁରାଟସ୍ଥିତ ନାଡିଆଡ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଋଣ ବିବାଦକୁ ନେଇ ଜଣେ ବ୍ୟାଙ୍କ କର୍ମଚାରୀଙ୍କୁ ମାଡ଼ ମାରିବାକୁ ପଛେଇ ନାହାଁନ୍ତି ଜଣେ ଗ୍ରାହକ।


COMMERCIAL BREAK
SCROLL TO CONTINUE READING

ନ୍ୟୁଜ୍ ଏଜେନ୍ସି ଏଏନଆଇ ଦ୍ୱାରା ଏହି ଘଟଣାର ଭିଡ଼଼ିଓ ମଧ୍ୟ ସେୟାର କରାଯାଇଛି। ଯେଉଁଥିରେ ଦେଖିବାକୁ ମିଳିଛି ଦୁଇଜଣ ବ୍ୟକ୍ତି ବ୍ୟାଙ୍କ ଶାଖାରେ ପ୍ରବେଶ କରୁଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ବ୍ୟାଙ୍କ କର୍ମଚାରୀଙ୍କୁ ମାଡ଼ ମାରିବା ଆରମ୍ଭ କରି ଦେଇଛନ୍ତି।


ଏହି ଘଟଣାର ସିସିଟିଭି ଫୁଟେଜ ମଧ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ ଦେଖିବାକୁ ମିଳିଛି ବ୍ୟାଙ୍କ କର୍ମଚାରୀ ବ୍ୟାଙ୍କ ପରିସରରେ ସେମାନଙ୍କ ଆସନରେ ବସିଛନ୍ତି। ହଠାତ୍ ଦୁଇ ଜଣ ଲୋକ ସେମାନଙ୍କ ଆଡକୁ ମାଡ଼ି ଆସୁଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ବ୍ୟାଙ୍କ କର୍ମଚାରୀକୁ ହଠାତ ମାଡ଼ ମାରିବା ଆରମ୍ଭ କରି ଦେଉଛନ୍ତି। ବ୍ୟାଙ୍କ ପରିସରରେ ଉପସ୍ଥିତ ଥିବା କିଛି ଗ୍ରାହକ ଏବଂ ଅନ୍ୟ କର୍ମଚାରୀ ଘଟଣାସ୍ଥଳରେସ ମାଡ଼ ଖାଉଥିବା ସେହି କର୍ମଚାରୀଙ୍କୁ ଉଦ୍ଧାର କରିବାକୁ ଆସିବା ସେଠାରେ ହେଉଥିବା ଯୁକ୍ତିତର୍କକୁ ବନ୍ଦ କରୁଛନ୍ତି। ହେଲେ ସମ୍ପୃକ୍ତ ବ୍ୟକ୍ତି ଜଣକ ସେହି କର୍ମଚାରୀଙ୍କୁ ମାଡ ମାରିବାରେ ଲାଗିଛନ୍ତି। ପରେ ତାଙ୍କୁ ସୁରକ୍ଷାକର୍ମୀ ଅନ୍ୟତ୍ର ନେଇ ଯାଉଛନ୍ତି।



ବ୍ୟାଙ୍କ ପରିସରରେ ବ୍ୟାଙ୍କ କର୍ମଚାରୀଙ୍କୁ ମାଡ଼ ମାରିବା ଘଟଣାରେ ପ୍ରତିକ୍ରିୟା ରଖିଛି ପୋଲିସ। ଏନେଇ କୁହାଯାଇଛି ପୋଲିସ ଏହି ଘଟଣାରେ ଜଡ଼ିତ ଦୁଇ ଜଣ ଅଭିଯୁକ୍ତଙ୍କୁ ଅଟକ ରଖିଛି। ଏସସି-ଏସଟି ଅତ୍ୟାଚାର ନିରୋଧ ଆଇନ ଅଧୀନରେ ନାଡିଆଡ ଟାଉନ୍ ଥାନାରେ ଅଭିଯୋଗ  ଦାଏର କରାଯାଇଛି।


ଏହି ଭିଡିଓ ଟ୍ୱିଟ କରି ନ୍ୟୁଜ୍ ଏଜେନ୍ସି ଏଏନଆଇ ପକ୍ଷରୁ କୁହାଯାଇଛି, "ଗତ ୩ ତାରିଖରେ ବ୍ୟାଙ୍କ ଅଫ୍ ଇଣ୍ଡିଆ, ନାଡିଆଡ ଶାଖାରେ ଋଣ ପ୍ରସଙ୍ଗରେ ଜଣେ ବ୍ୟାଙ୍କ କର୍ମଚାରୀଙ୍କ ଜଣେ ଗ୍ରାହକ ମାଡ ମାରିଥିଲେ। ଏହି ଘଟଣାରେ ପୋଲିସ ଏସସି-ଏସଟି ଅତ୍ୟାଚାର ନିରୋଧ ଆଇନ ଅଧୀନରେ ମାମଲା ରୁଜୁ କରିଛି। "