HDFC Bank FD Interest Rates: ଅନେକ ବ୍ୟକ୍ତି ଅର୍ଥ ସଞ୍ଚୟ ପାଇଁ ଏଫଡିକୁ ଉପଯୁକ୍ତ ବିକଳ୍ପ ବୋଲି ଭାବନ୍ତି । ଏଫଡିରେ ନିବେଶ କରିବା ପୂର୍ବରୁ କେଉଁ ବ୍ୟାଙ୍କ କେତେ ସୁଧ ଦେଉଛି ତା ଉପରେ ସମସ୍ତେ ନଜର ପକାଇଥାନ୍ତି । ଏଫଡିରେ ଟଙ୍କା ରଖି ଲାଭ ପାଇବାକୁ ଏଥିପାଇଁ ଚାହାନ୍ତି ଯେ, କାରଣ ଏଫଡିରେ ଟଙ୍କା ସୁରକ୍ଷିତ ରହିବା ସହ ଭଲ ରିଟର୍ଣ୍ଣ ମିଳିଥାଏ । ଯଦି ଆପଣ ମଧ୍ୟ FD ରେ ବିନିଯୋଗ କରିବାକୁ ଚାହୁଁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ନିଶ୍ଚିତ ଭାବେ ଗୁରୁତ୍ୱପୂର୍ଣ୍ଣ । ଘରୋଇ ବ୍ୟାଙ୍କ HDFC କିଛି ନିର୍ଦ୍ଦିଷ୍ଟ ସମୟସୀମାର ସ୍ଥିର ଜମା ରାଶି ଉପରେ ସୁଧ ହାର ବଢାଇଛି ।  ଫେବୃଆରୀ ୯, ୨୦୨୪ରୁ ଏହି ନୂଆ ନିୟମ ଲାଗୁ କରିଛି ବ୍ୟାଙ୍କ୍ ।


COMMERCIAL BREAK
SCROLL TO CONTINUE READING

ବ୍ୟାଙ୍କ ପକ୍ଷରୁ ଏଫଡି ଉପରେ ସୁଧ ହାରକୁ ୨୫ ଆଧାର ପଏଣ୍ଟ ଅର୍ଥାତ୍ ୦.୨୫ ପ୍ରତିଶତ ବୃଦ୍ଧି କରାଯାଇଛି । ବ୍ୟାଙ୍କ ୭ ଦିନରୁ ୧୦ ବର୍ଷ ପର୍ଯ୍ୟନ୍ତ FD ଉପରେ ୩.୫୦ ପ୍ରତିଶତରୁ ୭.୭୫ ପ୍ରତିଶତ ପର୍ଯ୍ୟନ୍ତ ସୁଧ ପ୍ରଦାନ କରୁଛି । ଏଥିସହ ୧୮ ମାସରୁ ୨୧ ମାସ ପର୍ଯ୍ୟନ୍ତ FD ଉପରେ ସୁଧକୁ ୭ ପ୍ରତିଶତରୁ ୭.୨୫ ପ୍ରତିଶତକୁ ବୃଦ୍ଧି କରିଛି । ଏଚଡିଏଫସି ବ୍ୟାଙ୍କ୍ ୭ ଦିନରୁ ୧୦ ବର୍ଷ ପର୍ଯ୍ୟନ୍ତ ଗ୍ରାହକଙ୍କ ପାଇଁ FD ପ୍ରଦାନ କରୁଛି ।


ଆସନ୍ତୁ ଜାଣିବା କେତେ ସମୟସୀମାର ଅବଧି ପାଇଁ ଆପଣଙ୍କୁ କେତେ ପ୍ରତିଶତ ସୁଧ ମିଳିବ ।


୭ ଦିନରୁ ୧୪ ଦିନର ବିନିଯୋଗ ପାଇଁ ସାଧାରଣ ଜନତାଙ୍କୁ ୩ ପ୍ରତିଶତ ସୁଧ ମିଳିବ । ସେହିପରି ୧୫ ଦିନରୁ ୨୯ ଦିନ ପାଇଁ ୩ ପ୍ରତିଶତ , ୩୦ ଦିନରୁ ୪୫ ଦିନ ପାଇଁ ସାଧାରଣ ଜନତାଙ୍କ ପାଇଁ ୩.୫୦ ପ୍ରତିଶତ, ୪୬ ଦିନରୁ ୬୦ ଦିନ ପାଇଁ ୪.୫୦ ପ୍ରତିଶତ, ୬୧ ଦିନରୁ ୮୯ ଦିନ ପାଇଁ ୪.୫୦ ପ୍ରତିଶତ, ୯୦ ଦିନରୁ ୬ ମାସ ପାଇଁ ୪.୫୦ ପ୍ରତିଶତ, ୬ ମାସ ୧ ଦିନରୁ ୯ ମାସରୁ କମ୍ ପାଇଁ ୫.୭୫ ପ୍ରତିଶତ, ୯ ମାସ ୧ ଦିନରୁ ୧ ବର୍ଷରୁ କମ୍ ପାଇଁ ୬.୦୦ ପ୍ରତିଶତ, ୧ ବର୍ଷରୁ ୧୫ ମାସରୁ କମ୍ ପାଇଁ ୬.୬୦ ପ୍ରତିଶତ, ୧୫ ମାସରୁ ୧୮ ମାସରୁ କମ୍ ପାଇଁ ୭.୧୦ ପ୍ରତିଶତ, ୧୮ ମାସ ୧ ଦିନରୁ ୨୧ ମାସରୁ କମ୍ ପାଇଁ ୭.୨୫ ପ୍ରତିଶତ, ୨୧ ମାସରୁ ୨ ବର୍ଷ ପାଇଁ ୭ ପ୍ରତିଶତ, ୨ ବର୍ଷରୁ ୩ ବର୍ଷ ପାଇଁ ୭ ପ୍ରତିଶତ, ୩ ବର୍ଷରୁ ୫ ବର୍ଷ ପାଇଁ ୭.୦୦ ପ୍ରତିଶତ, ୫ ବର୍ଷରୁ ୧୦ ବର୍ଷ ପାଇଁ ୭.୦୦ ପ୍ରତିଶତ ସୁଧ ମିଳିବ ।


Also Read- Keshav Maharaj: ପ୍ରଭୁ ଶ୍ରୀରାମଙ୍କ ଦର୍ଶନ କରିବାକୁ ଚାହୁଁଛନ୍ତି ବିଦେଶୀ କ୍ରିକେଟର୍


Also Read- ଫେବୃଆରୀରୁ ମିଳିବ ବର୍ଦ୍ଧିତ ମଧୁବାବୁ ପେନସନ ଟଙ୍କା