QR Code: ଆପଣ ଖାଉଥିବା ମେଡ଼ିସିନ (Medicine) ବା ଔଷଧ ଅସଲି ନା ନକଲି? ପ୍ରଭାବଶାଳୀ କିମ୍ବା ପ୍ରଭାବହୀନ ? ତାହା ଆପଣ କେମିତି ଜାଣିବେ ? ତେବେ ଏଣିକି ଆପଣ ଏହି ପ୍ରଶ୍ନର ଉତ୍ତର ସହଜରେ ପାଇପାରିବେ । ଆପଣ ଭାବୁଥିବା ଏହା କିପରି ସମ୍ଭବ । ପ୍ରକାଶ ଥାଉ କି, ନିକଟରେ ପ୍ରାୟ ୩୦୦ଟି ଔଷଧ ଉପରେ QR କୋଡ୍ (QR Code) ଲଗାଇବା ନେଇ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଥିଲେ। ସରକାରଙ୍କ (Central Government) ଆଦେଶ ପରେ ଅଗଷ୍ଟ ୧ ତାରିଖରୁ ଏହି ନିୟମକୁ ଲାଗୁ କରାଯାଇଛି ।


COMMERCIAL BREAK
SCROLL TO CONTINUE READING

ଏଣିକି ଔଷଧରେ ବାଧ୍ୟତାମୂଳକ QR କୋଡ଼


ଡ୍ରଗ୍ କଣ୍ଟ୍ରୋଲ୍ ଜେନେରାଲ୍ ଅଫ୍ ଇଣ୍ତିଆ ପକ୍ଷରୁ (Drugs Controller General of India) ଫାର୍ମା କମ୍ପାନୀ ଗୁଡିକୁ କଡା ନିର୍ଦ୍ଦେଶ ଦିଆଯାଇଥିଲେ ଯେ, ସେମାନଙ୍କ ନିଜ ମେଡ଼ିସିନ ଉପରେ QR କୋଡ୍ କିମ୍ବା ବାର୍ କୋଡ୍ (QR Code) ଲଗାଇବା ବାଧ୍ୟତାମୂଳକ ଅଟେ । ଯାହାକୁ ସ୍କାନ୍ କରି ଉପଭୋକ୍ତା ମାନେ ମେଡ଼ିସିନ (medicine) ଉତ୍ପାଦନ ଓ ଏହାର ଏକ୍ସପାରୀ ତାରିଖ ଇତ୍ୟାଦି ବିଷୟରେ ସୂଚନା ପାଇପାରିବେ ।


ନକଲି ଔଷଧ ବ୍ୟବସାୟ ଉପରେ ରୋକ ଲଗାଇବା ନେଇ ପ୍ରୟାସ


ଦେଶରେ ବଢୁଥିବା ନକଲି ଔଷଧ କାରବାର ଉପରେ ରୋକ ଲଗାଇବା ନେଇ କେନ୍ଦ୍ର ସରକାର (Central Government) ଏହି ପଦକ୍ଷେପ ନେଇଛନ୍ତି। ବାସ୍ତବରେ, ଗତ ବର୍ଷ ନଭେମ୍ବର ମାସରେ କେନ୍ଦ୍ର ସରକାର ଏଭଳି ପଦକ୍ଷେପ ନେବାକୁ ସୂଚନା ଦେଇଥିଲେ।


ଡ୍ରଗ୍ କସମେଟିକ୍ସ ଆକ୍ଟ ୧୯୪୦ରେ ସଂଶୋଧନ


ଏନେଇ ପୂର୍ବରୁ ବିଜ୍ଞପ୍ତି କିଛି ଜାରି କରାଯାଇଥିବା ବେଳେ ଅଗଷ୍ଟ ୧ ତାରିଖରୁ ଏହାକୁ କାର୍ଯ୍ୟକାରୀ କରାଯାଇଛି । ତେବେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସରକାର ଡ୍ରଗ୍ସ ଏବଂ କସମେଟିକ୍ସ ଆକ୍ଟ ୧୯୪୦ରେ (Drugs and Cosmetics Act, 1940) ସଂଶୋଧନ କରିଛନ୍ତି । ଏହାର ସଂଶୋଧନ ପରେ ମେଡ଼ିସିନ କମ୍ପାନୀ ଗୁଡିକ ପାଇଁ ସେମାନଙ୍କ ଔଷଧରେ QR କୋଡ୍ ଲଗାଇବା ବାଧ୍ୟତାମୂଳକ ହୋଇଛି।


କେଉଁ ମେଡ଼ିସିନରେ ଲାଗିଛି QR କୋଡ଼


୩୦୦ଟି ବ୍ରାଣ୍ଡ ଭିତରେ ଏଲେଗ୍ରା (allegra), ଶେଲକେଲ (shelkel), କଲପୋଲ (calpol), ଡୋଲୋ ଓ ମେଫ୍ଟାଲ ଅନ୍ତର୍ଭୁକ୍ତ । DCGI ମେଡ଼ିସିନ କମ୍ପାନୀ ଗୁଡିକୁ ନିର୍ଦ୍ଦେଶ ଦେଇଛି ଯେ, ଯଦି ସେମାନେ ଔଷଧରେ QR କୋଡ୍ ଲଗାଇବାରେ ବିଫଳ ହୁଅନ୍ତି, ତେବେ ସେମାନଙ୍କୁ କେବଳ ଜରିମାନା ନୁହେଁ ବରଂ ଏଥିପାଇଁ ଦଣ୍ଡ (Penalty) ମଧ୍ୟ ଭୋଗବାକୁ ପଡ଼ିବ ।


Also Read-Chandrayaan-3: ଚନ୍ଦ୍ରର କକ୍ଷପଥରେ ପହଞ୍ଚିଲା ଚନ୍ଦ୍ରାୟନ-୩, କେବେ କରିବ ସଫ୍ଟ ଲ୍ୟାଣ୍ଡିଂ?


Also Read- RPF Salary And Power: କେତେ ଦରମା ପାଆନ୍ତି ଆରପିଏଫ ଯବାନ? କଣ ସେମାନଙ୍କର ଦାୟିତ୍ୱ?


QR ରୁ ଜଣା ପଡ଼ିବ?


ଏହି QR କୋଡ୍ (Unique product identification code) ମାଧ୍ୟମରେ ଔଷଧର ସଠିକ୍ ଓ ଜେନେରିକ୍ ନାମ, ବ୍ରାଣ୍ଡ ନାମ, ଉତ୍ପାଦକଙ୍କ ନାମ, ଠିକଣା, ବ୍ୟାଚ୍ ନମ୍ବର, ଉତ୍ପାଦନ ତାରିଖ, ଏକସ୍ପାରୀ ତାରିଖ ଓ ଉତ୍ପାଦକଙ୍କ ଲାଇସେନ୍ସ ନମ୍ବର ବିଷୟରେ ଗ୍ରାହଣ ଜାଣିପାରିବେ ।


​Also Read-Indian Railways: ଯାତ୍ରୀଙ୍କ ଅନେକ କଷ୍ଟଦାୟକ କାର୍ଯ୍ୟ ସହଜ କରିବ ଯାତ୍ରୀ ଆପ୍, ଜାଣନ୍ତୁ ଏହାର ବୈଶିଷ୍ଟ୍ୟ


​Also Read-Amazon Prime ଓ Netflix ଏକ ବର୍ଷ ପାଇଁ ସମ୍ପୂର୍ଣ୍ଣ ମାଗଣା! ବାସ୍ କରିବାକୁ ହେବ ଏହି କାମ