Weather update: ଅସହ୍ୟ ଗରମରେ ସିଝୁଛି ସାରା ଓଡ଼ିଶା । ପ୍ରଚଣ୍ତ ଗ୍ରୀଷ୍ମ ପ୍ରବାହରେ (Heat waves) ଆଉଟୁପାଉଟୁ ରାଜ୍ୟବାସୀ । ସକାଳ ୮ଟା ବେଳକୁ ଟଣା ଖରା ହେଉଥିବା ବେଳେ ଦିନ ୧୦ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡ଼ିଛି । ଦିନ ବଢିବା ସହ ତାତି ମଧ୍ଯ ବଢୁଛି । ଟାଣ ଖରାରେ ଅସ୍ତବ୍ୟସ୍ତ ହୋଇପଡୁଛନ୍ତି ଲୋକେ । ତେବେ ଆଗାମୀ ଦୁଇ ଦିନ ଯାଏଁ ତାପମାତ୍ରା ସ୍ବାଭାବିକ ଠାରୁ ୨ରୁ ୩ ଡ଼ିଗ୍ରୀ ଅଧିକା ରହିବା ନେଇ ପାଣିପାଗ ବିଭାଗ ପକ୍ଷରୁ ((Bhubanewswr Mathology Department) ପୂର୍ବାନୁମାନ କରାଯାଇଛି ।  ଆଜି ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡି଼ଶାରେ ତାପମାତ୍ରା (Temperature) ବଢିବା ନେଇ ଆଶଙ୍କା କରାଯାଉଛି । ତେବେ ଏହାକୁ ଦୃଷ୍ଟିରେ ରଖି ୩ଟି ଜିଲ୍ଲାକୁ ହିଟ୍ ୱେଭ ୱାର୍ଣ୍ଣିଂ (Heat Waves Warning) ଜାରି କରାଯାଇଛି । ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୱେଭ ୱାର୍ଣ୍ଣିଂ ଜାରି କରାଯାଇଛି । ତେବେ ଆଜି କିଛି ଜିଲ୍ଲାରେ ପାରଦ ୪୩ ଡ଼ିଗ୍ରୀ ଛୁଇଁବା ନେଇ ଆଶଙ୍କା କରାଯାଉଛି ।


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁଯାୟୀ, ବୁଧବାର ଦିନ ସର୍ବାଧିକ ତାପମାତ୍ରା ୪୩ ଡ଼ିଗ୍ରୀ ସହ ସବୁଠୁ ଉତ୍ତପ୍ତ ସହର ଥିଲା ଝାରସୁଗୁଡ଼ା (Jharsuguda) । ଏଥିସହ ଦେଶର ସର୍ବାଧିକ ଉତ୍ତପ୍ତ ସହର ପାଲଟିଛି ଝାରସୁଗୁଡ଼ା । ତେବେ ବୁଧବାର ଦିନ ରାଜ୍ୟର ୧୪ଟି ସହରର ତାପମାତ୍ରା ୪୦ ଡ଼ିଗ୍ରୀ ଉପରେ ଥିବା ନେଇ ରେର୍କଡ଼ କରାଯାଇଛି । ସେ ସେପଟେ ଗ୍ରୀଷ୍ମ ପ୍ରବାହର (Heat waves) ମୁକାବିଲା ପାଇଁ ଏସଓପି (SOP) ଜାରି କିରିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର (Special Relief Commissioner) । ସମସ୍ତ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହର ମୁକାବିଲା ନେଇ ଜିଲ୍ଲାପାଳଙ୍କୁ (collector) ନିର୍ଦ୍ଦେଶ ଦିଆଯାଇଛି ।


 



ପ୍ରବଳ ଖରା ଯୋଗୁଁ ରାଜ୍ୟବାସୀଙ୍କୁ ସର୍ତକ କରିବା ସହ ସଚେତନ କରାଇବା ନେଇ ନିର୍ଦ୍ଦେଶ ରହିଛି । ଖରାପ ନଳକୂଳର ମରାମତି, ପ୍ରତ୍ୟେକ ଗାଁରେ ପାନୀୟ ଆବଶ୍ୟକୀୟ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା, କେନାଲରେ ପାଣି ଛାଡିବା, ପାନୀୟ ଜଳସେବା କେନ୍ଦ୍ର ଖୋଲାଯିବ, ପଶୁପକ୍ଷୀଙ୍କ ପାଇଁ ବିଭିନ୍ନ ସ୍ଥାନରେ ପିଇବା ପାଣି ରଖିବାକୁ ନିର୍ଦ୍ଦେଶ, ସ୍କୁଲ, କଲେଜ ଓ ସମସ୍ତ ଶିକ୍ଷାନୁଷ୍ଠାରେ ପିଲାଙ୍କ ପାଇଁ ପର୍ଯ୍ୟାପ୍ତ ପାନୀୟ ଜଳ ବ୍ୟବସ୍ଥା, ଦିନ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଶ୍ରମିକଙ୍କୁ କାମ କରିବା ଲାଗି ବାରଣ, ପଡ଼ିଆରେ ଖେଳକୁଦ ବନ୍ଦ କରିବାକୁ ନିର୍ଦ୍ଦେଶ, ଗ୍ରୀଷ୍ମ ପ୍ରବାହ ମୁକାବିଲା ନେଇ ପିଲାଙ୍କୁ ସତେନ କରାଯିବ, ହସ୍ପିଟାଲରେ ପର୍ଯ୍ୟାପ୍ତ ଔଷଧ, ସାଲାଇନ୍ ଓ ଓଆରଏସ୍ ରଖାଯିବା ନେଇ ବ୍ୟବସ୍ଥା ଓ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଯୋଗାଇ ଦେବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି । ପ୍ରକାଶ ଥାଉ କି, ଗ୍ରୀଷ୍ମ ପ୍ରବାହ (Heat waves) ପାଇଁ ଆଜିଠାରୁ ୧୬ ତାରିଖ ଯାଏଁ ରାଜ୍ୟର ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଛୁଟି ଘୋଷଣା କରାଯାଇଛି । ତେବେ ଗତ ଦୁଇ ଦିନ ତାପମାତ୍ରାରେ ବୃଦ୍ଧିକୁ ଯୋଗୁଁ ରାଜ୍ୟ ସରକାର ଏଇ ନିଷ୍ପତ୍ତି ନେଇଛନ୍ତି ।


ଏହା ବି ପଢନ୍ତୁ- Happy birthday Bhubaneswar: ଭୁବନେଶ୍ବରକୁ ପୂରିଲା ୭୫ ବର୍ଷ, ପ୍ରତିଷ୍ଠା ଦିବସକୁ ନିମନ୍ତ୍ରଣ ହୋଇନଥିବାରୁ କ୍ଷୋଭ ପ୍ରକାଶ କଲେ ଅପରାଜିତା ଷଡ଼ଙ୍ଗୀ