Happy birthday Bhubaneswar: ଭୁବନେଶ୍ବରକୁ ପୂରିଲା ୭୫ ବର୍ଷ, ପ୍ରତିଷ୍ଠା ଦିବସକୁ ନିମନ୍ତ୍ରଣ ହୋଇନଥିବାରୁ କ୍ଷୋଭ ପ୍ରକାଶ କଲେ ଅପରାଜିତା ଷଡ଼ଙ୍ଗୀ
Advertisement
Article Detail0/zeeodisha/odisha1650408

Happy birthday Bhubaneswar: ଭୁବନେଶ୍ବରକୁ ପୂରିଲା ୭୫ ବର୍ଷ, ପ୍ରତିଷ୍ଠା ଦିବସକୁ ନିମନ୍ତ୍ରଣ ହୋଇନଥିବାରୁ କ୍ଷୋଭ ପ୍ରକାଶ କଲେ ଅପରାଜିତା ଷଡ଼ଙ୍ଗୀ

Happy birthday Bhubaneswar: ଆଜି ରାଜ୍ୟର ରାଜଧାନୀ ଭୁବନେଶ୍ବରର ଜନ୍ମଦିନ । ଆଜି ଏକାମ୍ର କ୍ଷେତ୍ରକୁ ପୂରିଛି ୭୫ ବର୍ଷ।  ସେପଟେ ରାଜଧାନୀର ପ୍ରତିଷ୍ଠା ଦିବସକୁ ନିମନ୍ତ୍ରଣ ହୋଇନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ବିଜେପି ସାସଂଦ ଅପରାଜିତା ଷଡ଼ଙ୍ଗୀ ।

ସୌ(ସୋସିଆଲ ମିଡିଆ)

Happy birthday Bhubaneswar: ଆଜି ରାଜ୍ୟର ରାଜଧାନୀ ଭୁବନେଶ୍ବରର ଜନ୍ମଦିନ (Bhubaneswar Birthday) ବା ପ୍ରତିଷ୍ଠା ଦିବସ । ଆଜି ଏକାମ୍ର କ୍ଷେତ୍ରକୁ ପୂରିଛି ୭୫ ବର୍ଷ। ତେବେ ପ୍ଲାଟିନମ୍ ଜୁବଲି (Platinum Jubilee) ପାଳନ ଲାଗି ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ୧୯୪୮ ମସିହା ଏପ୍ରିଲ ୧୩ ତାରିଖ ଦିନ ଓଡ଼ିଶାର ରାଜଧାନୀ ଭାବେ ନୂଆ ପରିଚୟ ପାଇଥିଲା ଭୁବନେଶ୍ବର (Bhubaneswar) । ସେତେବେଳେ ୩ଟି ରାଜସ୍ବ ଗାଁ ଓ ୧୫ ହଜାର ଲୋକସଂଖ୍ୟା ବିଶିଷ୍ଟ ଏହି ବିଜ୍ଞାପିତ ଅଞ୍ଚଳକୁ ମିଳିଥିଲା ରାଜ୍ୟର ରାଜଧାନୀ (capital of odisha) ମାନ୍ୟତା । ତେବେ ପ୍ରାୟ ୭୫ ବର୍ଷ ପରେ ଏକ ବିଶାଳ ସହରରେ ପରିଣତ ହୋଇଛି ଭୁବନେଶ୍ବର । ଏହି ସମୟରେ ମଧ୍ଯରେ ବଦଳିଛି ଏକାମ୍ର କ୍ଷେତ୍ରର ରୂପ ରେଖ । ସ୍ମାର୍ଟ ସିଟି (Smart City) ସହ ପୂର୍ବ ଭାରତର ଶିକ୍ଷା ବ୍ୟବସ୍ଥାର ଏକ ଉତ୍ତମ କେନ୍ଦ୍ର ପାଲଟିଛି ରାଜଧାନୀ ଭୁବନେଶ୍ବର । ତେବେ ସାରା ଦେଶରେ ଏକାମ୍ର କ୍ଷେତ୍ର (Ekamra Kshetra) ନିଜର ଏକ ସ୍ବତନ ପରିଚୟ ସୃଷ୍ଟି କରିପାରିଛି । ତେବେ ଆଜିଠାରୁ ୩ ଦିନ ଧରି ପ୍ରତିଷ୍ଠା ଦିବସ ଉତ୍ସବ ପାଳନ କରାଯିବ । ଏଥିଲାଗି ଚଳଚଞ୍ଚଳ ହୋଇ ଉଠିଛି ବିଏମସି କାର୍ଯ୍ୟାଳୟ (BMC Office) ।

ସେପଟେ ରାଜଧାନୀର ପ୍ରତିଷ୍ଠା ଦିବସକୁ ନିମନ୍ତ୍ରଣ ହୋଇନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ବିଜେପି ସାସଂଦ ଅପରାଜିତା ଷଡ଼ଙ୍ଗୀ (Aparajita Sarangi) । ଏନେଇ ଅପରାଜିତା ଟ୍ବଟ କରି ଲେଖିଛନ୍ତି ଯେ, “ଆସନ୍ତା କାଲି ରାଜଧାନୀର ୭୫ତମ ପ୍ରତିଷ୍ଠା ଦିବସ । କିନ୍ତୁ ରାଜ୍ୟ ସରକାର ଓ ବିଏମସି ପକ୍ଷରୁ ନିର୍ବାଚିତ ସାଂସଦକୁ ନିମନ୍ତ୍ରଣ କରିନାହାନ୍ତି । ସେ ଆଉ ମଧ୍ଯ ଲେଖିଛନ୍ତି ଯେ, ଗତବର୍ଷ ଭଳି ଏହାର ପୁନାରାବୃତ୍ତି ହୋଇଛି । ଏହା ଭୁବନେଶ୍ବର ବାସିନ୍ଦାଙ୍କ ଲାଗି ଲାଞ୍ଚନା ବୋଲି ଅପରାଜିତା (MP Aparajita Sarangi)  ନିଜ ଟ୍ବଟର ଆକାଉଣ୍ଟରେ ଲେଖିଛନ୍ତି । ଏହା ଉଦ୍ଦ୍ୟେଶମୂଳକ କି? ଆଉ ଏଥିରେ ମୋର ଦୋଷ କ’ଣ ବୋଲି ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରଶ୍ନ କରିଛନ୍ତି” ।

 

ସେ ଆଉ ଏକ ଟ୍ବିଟ (Tweet) କରି ଲେଖିଛନ୍ତି କି, “ଗତବର୍ଷ ମଧ୍ଯ ପ୍ରତିଷ୍ଠା ଦିବସରେ ନିମନ୍ତ୍ରଣ  ନ ହୋଇଥିବା ନେଇ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲି କିନ୍ତୁ  ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ (CM Naveen Patnaik) ଠାରୁ କୌଣସି ସକରାତ୍ମକ ପ୍ରତିକ୍ରିୟା ମିଳିନଥିଲା । ଏହା କେତେ ଦୂର ଠିକ୍ ବୋଲି ସେ ପ୍ରଶ୍ନ କରିଛନ୍ତି” ।

ଏହା ବି ପଢନ୍ତୁ-Oil Price: ଜାରି ହେଲା ନୂଆ ତୈଳଦର, ଜାଣିନିଅନ୍ତୁ କେତେ ରହିଛି ଆପଣଙ୍କର ସହରରେ ତୈଳଦର

ଏହା ବି ପଢନ୍ତୁ-7th Pay Commission DA Hike: କେନ୍ଦ୍ର କର୍ମଚାରୀଙ୍କ ଲାଗିଲା ଲଟେରୀ: ଏପ୍ରିଲ ୩୦ରେ ଆକାଉଣ୍ଟକୁ ଆସିବ ୧.୨୦ ଲକ୍ଷ ଟଙ୍କା, ହୋଇସାରିଛି ଘୋଷଣା!

ଏହା ବି ପଢନ୍ତୁ-Old Pension Scheme: ପୁରୁଣା ପେନସନ ଉପରେ କେନ୍ଦ୍ର ସରକାର ନେଲେ ଏପରି ନିଷ୍ପତ୍ତି, ଜାଣି ଆପଣ ହୋଇଯିବେ ଖୁସ୍! ଅର୍ଥ ମନ୍ତ୍ରଣାଳୟ ଜାରି କଲା ବିଜ୍ଞପ୍ତି