Weather Update: ଦିନ କେଇଟା ପରେ ଫେରିଯିବ ମୌମୁମୀ (monsoon)। ଉଭେଉ ଯିବ ବର୍ଷା (rain) । ଗତକିଛି ଦିନ ହେବ ରାଜ୍ୟରେ ଲଘୁଚାପ (Low Pressure) ଓ ମୌମୁମୀ (rain) ଜନିତ ବର୍ଷା ଲାଗି ରହିଥିଲା। ଆସନ୍ତାକାଲି ଠାରୁ ରାଜ୍ୟରେ ବର୍ଷାର ପରିମାଣ କମିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର (Bhubaneswar Meteorological Centre) ପକ୍ଷରୁ ସୂଚନା ଦିଆଯାଇଛି।  ତେବେ, ଏହାରି ଭିତରେ ଆଉ ଏକ ଆଶ୍ବସ୍ତି କଲାପରି ଖବର ଦେଇଛି ଆଞ୍ଚଳିକ ପାଣିପାଗ ବିଭଗ। ଆଜି ୭ଟି ଜିଲ୍ଲାକୁ ୟେଲୋ ଆଲର୍ଟ (Yellow Alert) ଜାରି କରାଯାଇଛି । ଏହି ସବୁ ଜିଲ୍ଲା ଗୁଡି଼କ ହେଲା, ଜଗତସିଂହପୁର, ମୟୂରଭଞ୍ଜ ,କେନ୍ଦୁଝର,ବାଲେଶ୍ବର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ା। ଏହି ସବୁ ଜିଲ୍ଲା ଗୁଡି଼କରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । 


COMMERCIAL BREAK
SCROLL TO CONTINUE READING

Also Read: Bijay Shankar Das: ହାତକୁ ଦି ହାତ ହେବେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର, ଜାଣନ୍ତୁ କ'ଣ କରନ୍ତି ତାଙ୍କ ଜୀବନସାଥୀ?


ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ବାଲେଶ୍ବରରେ ୫୫.୫ ମିଲିମିଟର ବର୍ଷା ହୋଇଥିବା ବେଳେ  କଟକରେ ୨୨.୪  ମିଲିମିଟର , କେନ୍ଦ୍ରାପଡ଼ାରେ ସର୍ବାଧିକ ୬୫.୪ ମିଲିମିଟର, ଚାନ୍ଦବାଲିରେ ୪୧.୪  ମିଲିମିଟର ,ରାଉରକେଲାରେ ୪୦.୩  ମିଲିମିଟର , କେନ୍ଦୁଝରରେ ୧୩.୭  ମିଲିମିଟର, କୋରାପୁଟରେ ୧୯.୬  ମିଲିମିଟର, ଛତ୍ରପୁରରେ ୧୮.୬ ମିଲିମିଟର ଓ ଯାଜପୁରରେ ୨୦.୨  ମିଲିମିଟର ବର୍ଷା ହୋଇଛି। ବିଭାଗ ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ, ଚଳିତ ମାସ ଆରମ୍ଭରୁ ଆଜି ପର୍ଯ୍ୟନ୍ତ, ରାଜ୍ୟରେ ସ୍ବାଭାବିକରୁ ଅଧିକ ବର୍ଷା ହୋଇଛି।


ପ୍ରକାଶ ଥାଉ କି, ରାଜ୍ୟରେ ଗତ ଜୁନ୍ ମାସ ୧ ତାରିଖରୁ ସେପ୍ଟେମ୍ବର ଶେଷ ସୁଦ୍ଧା ମୋଟ ୧୧୦୫.୪ ପ୍ରତିଶତ ବର୍ଷା ହୋଇଛି । ଯାହା ସ୍ବାଭାବିକ ବର୍ଷା ତୁଳନାରେ ୩ ପ୍ରତିଶତ କମ୍ ଅଟେ । ୩୦ଟି ଜିଲ୍ଲା ମଧ୍ୟରୁ ତିନୋଟି ଜିଲ୍ଲାରେ ସବୁଠୁ କମ୍ ବର୍ଷା ହୋଇଛି।  ପୁରୀରେ ସ୍ବାଭାବିକ ଠାରୁ ୨୦ ପ୍ରତିଶତ, କେନ୍ଦ୍ରାପଡ଼ାରେ  ୨୬ ପ୍ରତିଶତ ଓ ନବରଙ୍ଗପୁର ଜିଲ୍ଲାରେ ୨୩ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି । ସେହିପରି ଅକ୍ଟୋବର ମାସରେ ପ୍ରଥମ ୩ ଦିନରେ ୫୩.୭ ମିମି ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ୱାଭାବିକ ବର୍ଷା ୧୫.୯ ମି.ମି ତୁଳନାରେ ୨୩୮ ପ୍ରତିଶତ ଅଧିକ ରହିଛି ।