Heeraben Modi Passed Away: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା ହୀରାବେନ (Heeraben Modi) ୧୦୦ ବର୍ଷ ବୟସରେ ଅହମ୍ମଦାବାଦର ଏକ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏହାର ସୂଚନା ପିଏମ ମୋଦି (PM Modi) ଟ୍ୱିଟ୍ କରି ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି (PM Narendra Modi) ଅହମ୍ମଦାବାଦ ଯାଉଛନ୍ତି । ନିକଟ ଅତୀତରେ ଅସୁସ୍ଥତା ହେତୁ ତାଙ୍କୁ ଅହମ୍ମଦାବାଦର ୟୁଏନ ମେହେଟା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଜି (ଶୁକ୍ରବାର) ଅର୍ଥାତ ଡିସେମ୍ୱର ୩୦ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ କୋଲକାତାରେ ଏକ କାର୍ଯ୍ୟକ୍ରମ ଥିଲା ।  ସୂଚନାନୁସାରେ, ହୀରେବେନ ମୋଦି ଶୁକ୍ରବାର ରାତି ୩.୩୦ ସମୟରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ବୁଧବାର ସକାଳେ ତାଙ୍କୁ ଅହମ୍ମଦାବାଦସ୍ଥିତ 'ୟୁଏନ୍ ମେହେଟା ଇନଷ୍ଟିଚ୍ୟୁଟ୍ ଅଫ୍ କାର୍ଡିଓଲୋଜି ଆଣ୍ଡ ରିସର୍ଚ୍ଚ ସେଣ୍ଟର'ରେ ଭର୍ତ୍ତି କରାଯାଇଥିଲା । ପ୍ରଧାନମନ୍ତ୍ରୀ ମୋଦି ଅହମ୍ମଦାବାଦ ପାଇଁ ବାହାରିଛନ୍ତି, ସେ ସକାଳ ୭.୩୦ରେ ସେଠାରେ ପହଞ୍ଚିବେ ।


COMMERCIAL BREAK
SCROLL TO CONTINUE READING

ମା’ଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରି ପ୍ରଧାନମନ୍ତ୍ରୀ ମୋଦି ଲେଖିଛନ୍ତି ଯେ, "ଗୌରବମୟ ଶତାବ୍ଦୀର ଭଗବାନଙ୍କ ପାଦତଳେ ବିରାମ... ମା'ଙ୍କ ମଧ୍ୟରେ ମୁଁ ସର୍ବଦା ସେହି ତ୍ରିମୂର୍ତ୍ତୀଙ୍କୁ ଅନୁଭବ କରିଛି, ଯେଉଁଥିରେ ଏକ ତପସ୍ୱୀଙ୍କ ଯାତ୍ରା, ନିଷ୍କାମ କର୍ମାଯୋଗୀଙ୍କ ପ୍ରତୀକ ଏବଂ ମୂଲ୍ୟବୋଧର ପ୍ରତି ପ୍ରତିବଦ୍ଧ ଜୀବନ ସମାହିତ କରିଛି । ଯେତେବେଳେ ମୁଁ ତାଙ୍କ ୧୦୦ ତମ ଜନ୍ମଦିନରେ ତାଙ୍କୁ ଭେଟିଥିଲି, ସେ ଗୋଟିଏ କଥା କହିଥିଲେ, ଯାହା ସର୍ବଦା ମନେ ରହିଥାଏ କି 'ବୃଦ୍ଧି ସହିତ କାମ କର, ଶୁଦ୍ଧତା ସହିତ ବଞ୍ଚ' ଅର୍ଥାତ କାମ କର ବୃଦ୍ଧି ସହିତ ଓ ଜୀବନ ବଞ୍ଚ ଶୁଦ୍ଧତା ସହିତ ।'"



ଅଧିକ ପଢ଼ନ୍ତୁ:-IPL Auction 2023ରେ ୧୩.୨୫ କୋଟି ଆୟ କରିଥିବା ଖେଳାଳିଙ୍କୁ ବଡ଼ ଝଟକା, ECB ଏହି ଲିଗରେ ଖେଳିବାକୁ କଲା ମନା


ଅଧିକ ପଢ଼ନ୍ତୁ:-ନୂଆ ବର୍ଷରେ ୧୨ କୋଟି ଚାଷୀଙ୍କୁ ମିଳିବ ଉପହାର, ପିଏମ ମୋଦି କଲେ ବଡ଼ ଘୋଷଣା!


ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆରେ ରାଜନୀତିର ଶିକାର ହେଲେ ଏହି ୩ ଖେଳାଳି! 'ମ୍ୟାନ୍ ଅଫ୍ ଦି ମ୍ୟାଚ୍' ମିଳିବା ସତ୍ତ୍ୱେ ପରବର୍ତ୍ତୀ ମ୍ୟାଚରୁ କଟିଲା ପତା


ହୀରାବେନ ଗାନ୍ଧିନଗର ସହର ନିକଟ ରାଇସାନ ଗ୍ରାମରେ ପିଏମ ମୋଦିଙ୍କ ସାନଭାଇ ପଙ୍କଜ ମୋଦିଙ୍କ ସହ ରହୁଥିଲେ । ପ୍ରଧାନମନ୍ତ୍ରୀ ମୋଦି ସେଠାକୁ ନିୟମିତ ଯାଇ ତାଙ୍କ ଗସ୍ତ ମଧ୍ୟରେ ତାଙ୍କ ମା’ଙ୍କୁ ଭେଟିଥିଲେ । ଗୁରୁବାର ଦିନ ହସ୍ପିଟାଲ ତରଫରୁ ଏକ ବୟାନ ଜାରି କରି କୁହାଯାଇଥିଲା ଯେ, ହୀରବେନ ମୋଦିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି ।


ସୋମାଭାଇ ମୋଦି କହିଥିଲେ ଯେ, "ତାଙ୍କ ଅବସ୍ଥା ଧୀରେ ଧୀରେ ସୁଧୁରୁଛି । ସେ ଆଜି ବହୁତ ଭଲ ଅଛନ୍ତି, ସେ ତାଙ୍କର ହାତ ଗୋଡ଼କୁ ହଲାଇ ପାରୁଛନ୍ତି ।" ଏଥିସହ ଡାକ୍ତରଖାନାରେ ପହଞ୍ଚିଥିବା ଭେଟେରାନ ବିଜେପି ନେତାମାନେ କହିଥିଲେ ଯେ ତାଙ୍କୁ ଗୋଟିଏରୁ ଦୁଇ ଦିନ ମଧ୍ୟରେ ଡିସଚାର୍ଜ କରାଯିବ ।