Tripartite Peace Agreement Assam and Center with ULFA: ଦେଶର ପୂର୍ବୋତ୍ତର ଭାଗରେ ଚାଲିଥିବା ଉଗ୍ରବାଦୀ ବିଦ୍ରୋହକୁ ରୋକିବା ପାଇଁ ମୋଦି ସରକାରଙ୍କ ପକ୍ଷରୁ କରାଯାଉଥିବା ରଣନୀତି ଧିରେ ଧିରେ ସଫଳ ହେବାରେ ଲାଗିଛି। ଆଲୋଚନା ସହିତ ଉଗ୍ରବାଦ ବିରୋଧରେ କଠୋର ଆଭିମୁଖ୍ୟ ବଜାୟ ରଖିବା କାରଣରୁ ଦେଶର ପୂର୍ବୋତ୍ତର ଭାଗରେ ସକ୍ରିୟ ରହିଥିବା ଅନେକ ଉଗ୍ରବାଦୀ ଗୋଷ୍ଠୀ ଅସ୍ତ୍ରଶସ୍ତ୍ର ତ୍ୟାଗ କରି ସମର୍ପଣ କରୁଛନ୍ତି। ଏହି କ୍ରମରେ ପ୍ରଥମେ ମଣିପୁର ଭିତ୍ତିକ ସର୍ବପୁରାତନ ଉଗ୍ରବାଦୀ ସଙ୍ଗଠନ ୟୁନାଇଟେଡ୍ ନେସନାଲ ଲିବରେସନ୍ ଫ୍ରଣ୍ଟ ଅସ୍ତ୍ରଶସ୍ତ୍ର ତ୍ୟାଗ କରିଥିଲା। ଏବେ ଆସାମ ମାଟିରେ ସକ୍ରିୟ ରହିଥିବା ସର୍ବପୁରାତନ ଉଗ୍ରବାଦୀ ଗୋଷ୍ଠୀ ୟୁନାଇଟେଡ୍ ଲିବରେସନ୍ ଫ୍ରଣ୍ଟ ଅଫ୍ ଆସାମ ମଧ୍ୟ ହିଂସା ଛାଡି ସମାଜର ମୁଖ୍ୟ ସ୍ରୋତରେ ଯୋଗଦେବାକୁ ରାଜି ହୋଇଛି। ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ଠାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ଉପସ୍ଥିତିରେ ଅରବିନ୍ଦ ରାଜଖୋୱାଙ୍କ ନେତୃତ୍ୱାଧିନ ୟୁନାଇଟେଡ୍ ଲିବରେସନ୍ ଫ୍ରଣ୍ଟ ଅଫ୍ ଆସାମ ଗୋଷ୍ଠୀ ମଧ୍ୟରେ ଏକ ଶାନ୍ତି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି।


COMMERCIAL BREAK
SCROLL TO CONTINUE READING

ଶାନ୍ତି ଚୁକ୍ତି ସ୍ୱାକ୍ଷର ପରେ ଆସାମ ହେବ ଶାନ୍ତ 
ଅରବିନ୍ଦ ରାଜଖୋୱାଙ୍କ ନେତୃତ୍ୱାଧିନ ୟୁନାଇଟେଡ୍ ଲିବରେସନ୍ ଫ୍ରଣ୍ଟ ଅଫ୍ ଆସାମ ସହ ୧୨ ବର୍ଷ ନିସର୍ତ୍ତ ଆଲୋଚନା ପରେ ଶାନ୍ତି ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଏହି ଶାନ୍ତି ଚୁକ୍ତି ଅନୁସାରେ ଆସାମ ଠାରେ ଦଶନ୍ଧି ଦଶନ୍ଧି ଧରି ଚାଲିଥିବା ବିଦ୍ରୋହକୁ ସମାପ୍ତ କରିବ ବୋଲି ଆଶା କରାଯାଉଛି। ହେଲେ ପରେଶ ବରୁଆଙ୍କ ନେତୃତ୍ୱାଧିନ ୟୁନାଇଟେଡ୍ ଲିବରେସନ୍ ଫ୍ରଣ୍ଟ ଅଫ୍ ଆସାମ ଗୋଷ୍ଠୀ ସରକାରଙ୍କ ସହ ହୋଇଥିବା ଶାନ୍ତି ଚୁକ୍ତିନାମାରେ ଅଂଶଗ୍ରହଣ କରିନାହିଁ। ପରେଶ ବରୁଆ ଚୀନ୍-ମିଆଁମାର ସୀମା ନିକଟରେ ଏକ ସ୍ଥାନରେ ରହୁଛନ୍ତି। ୧୯୭୯ ମସିହାରେ "ସାର୍ବଭୌମ ଆସାମ" ଦାବିରେ ୟୁନାଇଟେଡ୍ ଲିବରେସନ୍ ଫ୍ରଣ୍ଟ ଅଫ୍ ଆସାମ ଗଠନ କରାଯାଇଥିଲା। ସେବେଠାରୁ ଉଲଫା ନାମରେ ପରିଚିତ ଏହି ଉଗ୍ରବାଦୀ ଗୋଷ୍ଠୀ ବିଦ୍ରୋହାତ୍ମକ କାର୍ଯ୍ୟକଳାପରେ ଜଡି଼ତ ରହିହିଥିଲା। ଯେଉଁଥିପାଇଁ ୧୯୯୦ ମସିହାରେ କେନ୍ଦ୍ର ସରକାର ଏହି ଉଲଫା ଗୋଷ୍ଠୀକୁ ନିଷିଦ୍ଧ ସଙ୍ଗଠନ ଭାବେ ଘୋଷଣା କରିଥିଲେ। ଗତ ୨୦୧୧ ସେପ୍ଟେମ୍ବର ୩ ତାରିଖରେ ଅରବିନ୍ଦ ରାଜଖୋୱାଙ୍କ ନେତୃତ୍ୱାଧିନ ଉଲଫା ଗୋଷ୍ଠୀ ସରକାରଙ୍କ ସହ ଶାନ୍ତି ଆଲୋଚନାରେ ଯୋଗ ଦେଇଥିଲେ। ଯେତେବେଳେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସହ ଶାନ୍ତି ଆଲୋଚନା ଆରମ୍ଭ ହୋଇଥିଲା ସେତେବେଳେ ଉଲଫା ରାଜଖୋୱା ଗୋଷ୍ଠୀ ଏହାର ବିଦ୍ରୋହାତ୍ମକ କାର୍ଯ୍ୟକଳାପ ବନ୍ଦ କରିବାକୁ ସମ୍ମତି ଜଣାଇଥିଲା।


Also Read: Assam Peace Agreement: ସେହି ତ୍ରିକୋଣୀୟ ବୁଝାମଣା; ଯିଏ ଶେଷ କରି ଦେବ ଉଗ୍ରବାଦ


ଶାନ୍ତି ଚୁକ୍ତିରେ ଅଂଶଗ୍ରହଣ କରିନାହିଁ ପରେଶ ବରୁଆଙ୍କ ନେତୃତ୍ୱାଧିନ ଉଲଫା ଗୋଷ୍ଠୀ 


ଆସାମ ମାଟିରେ ପ୍ରାୟ ୪୪ ବର୍ଷ ଧରି ଉଲଫା ପକ୍ଷରୁ ଉଗ୍ରବାଦୀ କାର୍ଯ୍ୟକଳାପ ଜାରି ରଖାଯିବା ପରେ ଦିଲ୍ଲୀ ଠାରେ ଏକ ତ୍ରିପାକ୍ଷିକ ଶାନ୍ତି ଚୁକ୍ତି ସ୍ୱାକ୍ଷରିତ ହେବା ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ। ଆସାମ ବାସୀଙ୍କ ଜୀବନକୁ ପ୍ରଭାବିତ କରିବା ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଥିବାର ଦେଖିବାକୁ ମିଳିଛି। ହେଲେ ତଥାପି ଅନେକ ବିବାଦୀୟ ପ୍ରସଙ୍ଗ ମଧ୍ୟରେ ଉଲଫା ପ୍ରସଙ୍ଗ ଶୀର୍ଷରେ ରହିଲା। ପ୍ରଥମେ "ସାର୍ବଭୌମ ଆସାମ" ଆନ୍ଦୋଳନ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ପାଇଥିଲା ଉଲଫା। ହେଲେ ଖୁବଶୀଘ୍ର ଅପହରଣ, ଚୋରାଚାଲାଣ, ହତ୍ୟା ଏବଂ ବୋମା ବିସ୍ଫୋରଣ ସହ ସଶସ୍ତ୍ର ବିଦ୍ରୋହ ପାଇଁ ଉଲଫା ଚର୍ଚ୍ଚାର ପରିସରକୁ ଆସିଥିଲା। ହେଲେ ସଦ୍ୟ ଏକ ଶାନ୍ତି ଚୁକ୍ତିନାମା ସ୍ୱାକ୍ଷରିତ ହେବା ପରେ ମଧ୍ୟ ପ୍ରାୟ ୪ ଦଶନ୍ଧି ପୁରୁଣା ସମସ୍ୟାର ଅସମ୍ପୂର୍ଣ୍ଣ ସମାଧାନ ହୋଇଥିବାର ଜଣାପଡ଼ୁଛି। କାରଣ ଆସାମର ସାର୍ବଭୌମତ୍ୱ ପ୍ରସଙ୍ଗ ଉପରେ ଆଲୋଚନା ନହେବା ପର୍ଯ୍ୟନ୍ତ ପରେଶ ବରୁଆଙ୍କ ନେତୃତ୍ୱାଧିନ ଉଲଫା ଗୋଷ୍ଠୀ ଶାନ୍ତି ବାର୍ତ୍ତା ଆଲୋଚନା ପାଇଁ ପ୍ରସ୍ତୁତ ନୁହଁନ୍ତି। ତାଙ୍କ ଗୋଷ୍ଠୀର କ୍ୟାଡର ଛୋଟ ବଡ଼ ଧରଣର ହିଂସାତ୍ମକ କାର୍ଯ୍ୟକଳାପରେ ଜଡ଼ିତ ରହିଛି। ଅନ୍ୟପଟେ ସୁରକ୍ଷା ବାହିନୀ ପକ୍ଷରୁ ଉଗ୍ରବାଦ ଦମନ ଅଭିଯାନକୁ ଜୋରଦାର କରାଯାଇଛି।


୧୯୭୯ ଅପ୍ରେଲ ୭ ତାରିଖରେ ପ୍ରତିଷ୍ଠା ହୋଇଥିଲା ଉଲଫା 
ଶାନ୍ତି ଆଲୋଚନାରେ ପରେଶ ବରୁଆଙ୍କ ନେତୃତ୍ୱାଧିନ ଉଲଫା ଗୋଷ୍ଠୀର ଅନୁପସ୍ଥିତିକୁ ବିରୋଧୀ ଦଳ ତଥା ନାଗରିକ ସଙ୍ଗଠନ ଏହାକୁ ଏକ ଅସମ୍ପୂର୍ଣ୍ଣ ସମାଧାନ ବୋଲି କହୁଛନ୍ତି। ହେଲେ ଏହା ସତ୍ତ୍ୱେ ଏହି ଶାନ୍ତି ଚୁକ୍ତିକୁ ଏକ ମାଇଲଖୁଣ୍ଟ ଭାବେ ଦେଖାଯାଉଛି। କାରଣ ୧୯୯୧ ମସିହାରୁ ସଙ୍ଗଠନ ସହିତ ଅନେକ ଥର କଥାବାର୍ତ୍ତା କରିବା ପାଇଁ ଚେଷ୍ଟା କରାଯିବା ସତ୍ତ୍ୱେ କୌଣସି ସମାଧାନ ହୋଇପାରି ନାହିଁ। ଗତ ୧୯୭୯ ଅପ୍ରେଲ ୭ ତାରିଖରେ  ଆସାମର ଶିବସାଗର ସ୍ଥିତ ଐତିହାସିକ ଅହୋମ ସମୟର ଆମ୍ଫିଥେଟର ରଙ୍ଗମଞ୍ଚରେ ଉପର ଆସାମ ଜିଲ୍ଲାର ୨୦ ଜଣ ଯୁବକଙ୍କ ଦ୍ୱାରା ଗଠିତ ହୋଇଥିଲା ୟୁନାଇଟେଡ୍ ଲିବରେସନ୍ ଫ୍ରଣ୍ଟ ଅଫ୍ ଆସାମ। ଉଲଫା ନାମରେ ଜଣାଶୁଣା ଏହି ଗୋଷ୍ଠୀ ଅନେକ ଥର ଆଲୋଚନା ପାଇଁ ଇଚ୍ଛା ପ୍ରକାଶ କରିଥିଲେ ମଧ୍ୟ "ସାର୍ବଭୌମତ୍ୱ" ପ୍ରସଙ୍ଗରେ ନିଜର ଆଭିମୁଖ୍ୟ ବଦଳାଇ ନଥିଲା। ଗତ ୨୦୧୧ ବର୍ଷରେ ଉଲଫା ସଙ୍ଗଠନରେ ଦ୍ୱିତୀୟ ବିଭାଜନ ପରେ ଅରବିନ୍ଦ ରାଜଖୋୱାଙ୍କ ସମେତ ଶୀର୍ଷ ନେତୃତ୍ୱ ପଡୋଶୀ ଦେଶରୁ ଆସାମ ଫେରିଆସିଥିଲେ। ଏହା ପରେ ସେମାନେ ସାର୍ବଭୌମତ୍ୱ ପ୍ରସଙ୍ଗ ବିନା ବୁଝାମଣା କରିବାକୁ ରାଜି ହୋଇଥିଲେ ଏବଂ କେନ୍ଦ୍ର ସରକାରଙ୍କୁ ୧୨ ଦଫା ଦାବି ପତ୍ର ପ୍ରଦାନ କରିଥିଲେ। ଏହା ପୂର୍ବରୁ ୧୯୯୨ ମସିହାରେ ଗୋଟିଏ ଗୋଷ୍ଠୀର ଉଲଫା ନେତା ତଥା କ୍ୟାଡର ଆଲୋଚନା କରିବା ପାଇଁ ଇଚ୍ଛା ପ୍ରକାଶ କରିବା ପରେ ସଙ୍ଗଠନରେ ବିଭାଜନ ହୋଇଥିଲା। ହେଲେ ସେତେବେଳେ ଉଭୟ ଅରବିନ୍ଦ ରାଜଖୋୱା ଏବଂ ପରେଶ ବରୁଆ "ସାର୍ବଭୌମତ୍ୱ" ପ୍ରସଙ୍ଗରେ ଦୃଢ ରହିଥିଲେ।


Also Read: UNLF Peace Talks: ହିଂସା ତ୍ୟାଗ କରିବାକୁ ସହମତ ହେଲା ମଣିପୁରର ସର୍ବପୁରାତନ ସଶସ୍ତ୍ର ଗୋଷ୍ଠୀ; ସ୍ୱାକ୍ଷର କରିଲା ଶାନ୍ତି ଚୁକ୍ତି\


ଆରମ୍ଭରେ ହାସଲ କରିଥିଲା ଲୋକପ୍ରିୟତା 


ବୁଝାମଣା କରିବାକୁ ଚାହୁଁଥିବା ଉଲଫା ଗୋଷ୍ଠୀ ସରକାରଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ। ଆତ୍ମସମର୍ପଣ କରିଥିବା ଉଲଫା ଗୋଷ୍ଠୀ "ସଲଫା" (Surrendered ULFA) ନାମରେ ନିଜକୁ ସଙ୍ଗଠିତ କରିଥିଲା। ୧୯୯୦ ଏବଂ ୨୦୦୦ ଦଶକରେ ରାଜ୍ୟରେ "ସଲଫା" ଗୋଷ୍ଠୀର ଅତୁଳନୀୟ ପ୍ରଭାବ ରହିଥିଲା। ଉଲଫା ବିରୋଧରେ କଂଗ୍ରେସ ଏବଂ ପରବର୍ତ୍ତୀ ଆସାମ ଗଣ ପରିଷଦ "ସଲଫା" ଗୋଷ୍ଠୀକୁ ବ୍ୟବହାର କରିଥିଲେ।  ଅଭିଯୋଗ ହୋଇଥିଲା ଯେ ଆସାମ ଗଣ ପରିଷଦ ସରକାର ଏହାର ଦ୍ୱିତୀୟ ଦଫା କାର୍ଯ୍ୟକାଳ ସମୟରେ ଉଲଫା ନେତାଙ୍କ ପରିବାର ସଦସ୍ୟଙ୍କ ହତ୍ୟାରେ "ସଲଫା" ସଦସ୍ୟଙ୍କୁ ବ୍ୟବହାର କରିଥିଲେ।


ଉଲଫା ପ୍ରଥମେ ପଡୋଶୀ ନାଗାଲାଣ୍ଡ ଏବଂ ମିଜୋରାମ ଠାରେ ହୋଇଥିବା ବିଦ୍ରୋହ ଦ୍ୱାରା ପ୍ରଭାବିତ ହୋଇଥିଲା। ପ୍ରାଥମିକ ଅବସ୍ଥାରେ ଗ୍ରାମାଞ୍ଚଳର ଲୋକଙ୍କ ମଧ୍ୟରେ ଉଲଫା ବେଶ ଲୋକପ୍ରିୟତା ହାସଲ କରିଥିଲା। ବିଶେଷ କରି ଗ୍ରାମାଞ୍ଚଳର ଶିକ୍ଷିତ ବେକାର ଯୁବପିଢିଙ୍କୁ ବିଶେଷ ଭାବରେ ଆକର୍ଷିତ କରିଥିଲା। ୧୯୮୫ ମସିହାରେ ଆସାମ ଗଣ ପରିଷଦ ସରକାର ଏହାର ପ୍ରଥମ ପାଳି କାର୍ଯ୍ୟକାଳ ସମୟରେ ଏହି ସଙ୍ଗଠନ ବହୁତ ପ୍ରଭାବଶାଳୀ ରହିଥିଲା। ହେଲେ ଅପହରଣ, ଜୋରଜବରଦସ୍ତ ଟଙ୍କା ଆଦାୟ ଏବଂ ହତ୍ୟା କାଣ୍ଡ ଭଳି ହିଂସାତ୍ମକ କାର୍ଯ୍ୟ କରିବା କାରଣରୁ ଉଲଫା ଗୋଷ୍ଠୀର ଉଭୟ ରାଜ୍ୟ ସରକାର ତଥା ଜନସାଧାରଣଙ୍କ ସହିତ ସମ୍ପର୍କ ଧିରେ ଧିରେ ଖରାପ ହୋଇଯାଇଥିଲା। 


Also Read: Assam Peace Agreement: ପୂର୍ବୋତ୍ତର ଭାରତରେ ବଡ଼ ସଫଳତା, ୫ ଉଗ୍ରବାଦୀ ସଙ୍ଗଠନ ସହ ଶାନ୍ତି ବୁଝମଣା କରିବ କେନ୍ଦ୍ର


କିପରି ହୋଇଥିଲା ଆାସାମ ମାଟିରେ ଉଗ୍ରବାଦୀ କାର୍ଯ୍ୟକଳାପର ପରିସମାପ୍ତି 


୧୯୯୦ ମସିହା ନଭେମ୍ବର ମାସ ବେଳକୁ ଆସାମରେ ପରିସ୍ଥିତି ଏକ ଗୁରୁତ୍ୱପୂର୍ଣ୍ଣ ଅବସ୍ଥାକୁ ଆସିଥିଲା। ସେହିବର୍ଷ ନଭେମ୍ବର ୨୮ ତାରିଖରେ ସେନା ଉଲଫା ବିରୋଧରେ ଅପରେସନ୍ "ବଜରଙ୍ଗ" ଆରମ୍ଭ କରିଥିଲା। ଏହାର  ପର ଦିନ ପ୍ରଫୁଲ୍ଲ ମହନ୍ତଙ୍କ ନେତୃତ୍ୱାଧିନ ଆସାମ ଗଣ ପରିଷଦ ସରକାରକୁ ବରଖାସ୍ତ କରାଯାଇ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇଥିଲା। ଅପରେସନ୍ ବଜରଙ୍ଗ ଆରମ୍ଭ ହେବା ପରେ ୧୨୨୧ ଉଲଫା ଉଗ୍ରବାଦୀ ଗିରଫ ହୋଇଥିଲା। ଆସାମ ଏକ ଅଶାନ୍ତ କ୍ଷେତ୍ର ଭାବେ ଘୋଷିତ ହୋଇଥିଲା। ରାଜ୍ୟରେ ଏବଂ ସଶସ୍ତ୍ର ବାହିନୀ (ବିଶେଷାଧିକାର) ଆଇନ ଲାଗୁ କରାଯାଇଥିଲା। ଏହା ସହିତ ଉଲଫା ଗୋଷ୍ଠୀକୁ ବିଚ୍ଛିନ୍ନତାବାଦୀ ଏବଂ ବେଆଇନ ସଙ୍ଗଠନ ଭାବେ ଘୋଷଣା କରାଯାଇଥିଲା। ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ଜାରି ରହିଛି।