Hong kong CX880 Flight: କୌଣସି ଦୂରସ୍ଥାନକୁ ଯାତ୍ରା କରିବା ଲାଗି ଲୋକଙ୍କର ପ୍ରଥମ ପସନ୍ଦ ଏବେ ବିମାନ ଯାତ୍ରା ହୋଇଛି। ହେଲେ ଯଦି ଯାତ୍ରା ସମୟରେ କୌଣସି ବିମାନର ଟାୟାର ହଠାତ ଫାଟିୟାଏ, ତାହେଲେ କ'ଣ କରିହେବ? ସଦ୍ୟ ଚୀନ ଠାରୁ ଆମେରିକା ଯାତ୍ରା କରୁଥିବା ଏକ ବିମାନ ସହ ଏପରି ଘଟଣା ଘଟିଛି। ଯାତ୍ରା କରିବା ସମୟରେ ଏକ ବିମାନର ଟାୟର ଫାଟି ଯାଇଥିବାର ଖବର ସାମ୍ନାକୁ ଆସିବା ପରେ ଖେଳି ଯାଇଥିଲା ଚାଞ୍ଚଲ୍ୟ।


COMMERCIAL BREAK
SCROLL TO CONTINUE READING

ଚୀନ ଅଧିକୃତ ଦ୍ୱୀପ ସମୂହ ହଂକଂ ବିମାନବନ୍ଦର ଠାରୁ ଉଡାଣ ଭରିଥିବା ଏକ ବିମାନର ଟାୟାର ବିସ୍ଫୋରଣ ହୋଇଥିଲା। ଯାହା ପରେ ଏହି ବିମାନ ଏକ ସାଂଘାତିକ ଦୁର୍ଘଟଣାରୁ ରକ୍ଷା ପାଇଯାଇଥିଲା। ଜରୁରୀକାଳୀନ ଭିତ୍ତିରେ ଏହି ବିମାନରେ ରହିଥିବା ଯାତ୍ରୀଙ୍କୁ ସ୍ଥାନାନ୍ତର କରିବା ସମୟରେ ୧୧ ଜଣ ଆହତ ହୋଇଥିଲେ। ସିଏକ୍ସ ୮୮୦ ନାମକ ଏକ ବିମାନରେ ୧୭ ଜଣ ଚାଳକ ଦଳ ସଦସ୍ୟଙ୍କ ସହିତ ମୋଟ ୨୯୩ ଜଣ ଯାତ୍ରୀ ଯାତ୍ରା କରୁଥିଲେ। ଏହି ବିମାନ ଆମେରିକାର ଲସ୍ ଆଞ୍ଜେଲସ୍ ସହର ଅଭିମୁଖେ ଯାତ୍ରା କରୁଥିଲା। ହଂକଂ ଠାରୁ ଲସ୍ ଆଞ୍ଜେଲସ୍ ମଧ୍ୟରେ ଦୂରତା ହେଉଛି ୧୧ ହଜାର ୬୪୨ କିଲୋମିଟର। ହଂକଂ ଠାରୁ ଲସ୍ ଆଞ୍ଜେଲସ୍ ମାର୍ଗରେ ସେବା ଯୋଗାଇଥିବା ବିମାନ ନିଜର ଯାତ୍ରା ସମୟରେ କେବଳ ପ୍ରଶାନ୍ତ ମହାସାଗର ଉପରେ ଉଡ଼ାଣ ଭରିଥାଏ।


ଫ୍ଲାଇଟ ସିଏକ୍ସ ୮୮୦ ନାମକ (CX880 Flight) ଟାୟାର ବିସ୍ଫୋରଣ ଘଟଣାରେ ପ୍ରତିକ୍ରିୟା ରଖି ବିମାନସେବା ପ୍ରଦାନକାରୀ ସଂସ୍ଥା କ୍ୟାଥେ ପାସିଫିକ ଏୟାରୱେଜ ଲିମିଟେଡ (Cathay Pacific Airways Limited)। ଏନେଇ କମ୍ପାନୀ ପକ୍ଷରୁ ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି ଯେ ଯେତେବେଳେ ବିମାନ ଉଡ଼ାଣ ଭରିବାକୁ ଯାଉଥିଲା, ସେତେବେଳେ ବିମାନ ଚାଳକ ଦଳରେ ସାମିଲ ରହିଥିବା କର୍ମଚାରୀଙ୍କୁ କୌଣସି ବୈଷୟିକ ତ୍ରୁଟି ରହିଥିବାର ଜଣାପଡ଼ିଥିଲା। ଯାହା ପରେ ବିମାନ ଉଡ଼ାଣ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। 


ଏନେଇ ମିଳିଥିବା ଖବର ଅନୁଯାୟୀ ଅତ୍ୟଧିକ ଗରମ ହେତୁ ବିମାନର ଟାୟାର ଫାଟି ଯାଇଥିଲା। ଯେତେବେଳେ ଚାଳକ ଦଳ ସଦସ୍ୟ ଯାନ୍ତ୍ରିକ ସମସ୍ୟା ବିଷୟରେ ଜାଣିବାକୁ ପାଇଲେ, ସେତେବେଳେ ବିମାନ ଚାଳକଙ୍କ ଧ୍ୟାନ କେବଳ ବିମାନକୁ ସୁରକ୍ଷିତ ଭାବରେ ଅବତରଣ କରିବା ଉପରେ ଥିଲା। ଯାହା ଦ୍ୱାରା କୌଣସି ପ୍ରକାରେ ବିମାନରେ ରହିଥିବା ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇ ପାରିବ। ସିଏକ୍ସ ୮୮୦  ବିମାନରେ ରହିଥିବା ଯାତ୍ରୀଙ୍କୁ ବିମାନର ୫ ଦ୍ୱାରରେ ଏସ୍କେପ୍ ସ୍ଲାଇଡ୍ ବ୍ୟବହାର କରି ବିମାନ ମଧ୍ୟରୁ ଉଦ୍ଧାର କରାଯାଇଥିଲା। ହେଲେ ଏହି ସମୟ ମଧ୍ୟରେ ୧୧ ଜଣ ଯାତ୍ରୀ ଆହତ ହେବାରୁ ସେମାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।


ଯାତ୍ରୀଙ୍କୁ ପାଖରେ କ୍ଷମା ପ୍ରାର୍ଥନା କଲା କ୍ୟାଥେ ପାସିଫିକ ଏୟାରୱେଜ ଲିମିଟେଡ
କ୍ୟାଥେ ପାସିଫିକ ଏୟାରୱେଜ ଲିମିଟେଡ ଦ୍ୱାରା ପରିଚାଳିତ  ସିଏକ୍ସ ୮୮୦ ବିମାନର କିଛି ଫଟୋ ଭିଡ଼ିଓ ସାମ୍ନାକୁ ଆସିଛି। ଯେଉଁଥିରେ ଦେଖିବାକୁ ମିଳୁଛି ଯେ ସେଠାରେ କେଉଁ ପ୍ରକାର ପରିସ୍ଥିତି ଉପୁଜିଥିଲା। କମ୍ପାନୀ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଚୀନୀ ଗଣମାଧ୍ୟମ ସାଉଥ୍ ଚାଇନା ମର୍ନିଂ ପୋଷ୍ଟ କହିଛି ଯେ ବିମାନ ଟାୟାର ଫାଟିଯିବା ଘଟଣାରେ ଆହତ ହୋଇଥିବା ଲୋକଙ୍କ ମଧ୍ୟରୁ ୯ ଜଣଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିବା ବେଳେ ବାକି ଲୋକଙ୍କ ଚିକିତ୍ସା ଚାଲିଛି। କ୍ୟାଥେ କମ୍ପାନୀ ଏକ ବିବୃତ୍ତିରେ କହିଛି ଯେ ବର୍ତ୍ତମାନ ଦୁଇଜଣ ଯାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆମେ ଆମର ଯାତ୍ରୀ ଏବଂ ସେମାନଙ୍କ ପରିବାରର ଯତ୍ନ ନେବୁ। ଏହା ସହିତ ବିମାନ ସେବାରେ ସମସ୍ୟା ଉପୁଜିଥିବାରୁ ଯାତ୍ରୀଙ୍କ ପାଖରେ କ୍ଷମା ପ୍ରାର୍ଥନା କରିଛି କ୍ୟାଥେ ପାସିଫିକ ଏୟାରୱେଜ ଲିମିଟେଡ।