RBI on 2000 Rupee Notes: ପ୍ରତ୍ୟାହାର କରାଯିବା ପରେ ବ୍ୟାଙ୍କ ପାଖକୁ ଫେରିଛି କେତେ ପରିମାଣର ୨୦୦୦ ଟଙ୍କିଆ ନୋଟ୍‌? ଏବେ ଏହି ପ୍ରଶ୍ନର ଉତ୍ତର ରଖିଛି ଭାରତୀୟ ରିଜର୍ଭ ବ୍ୟାଙ୍କ। ଏନେଇ ଆରବିଆଇ ପକ୍ଷରୁ କୁହାଯାଇଛି ୨୦୨୩ ମେ ୧୯ ତାରିଖ ପର୍ଯ୍ୟନ୍ତ ପ୍ରଚଳନରେ ରହିଥିବା ୨୦୦୦ ଟଙ୍କିଆ ନୋଟ୍‌ ମଧ୍ୟରୁ ପ୍ରାୟ ୯୭.୩୮ ପ୍ରତିଶତ ନୋଟ ବିଭିନ୍ନ ବ୍ୟାଙ୍କ୍‌ ପାଖକୁ ଫେରି ଆସିଛି। 


COMMERCIAL BREAK
SCROLL TO CONTINUE READING

୨୦୦୦ ଟଙ୍କିଆ ନୋଟ୍‌ ସମ୍ପର୍କରେ ମିଳିଥିବା ସଦ୍ୟତମ ତଥ୍ୟ ଅନୁସାରେ ୨୦୨୩ ମେ ୧୯ ତାରିଖ ପର୍ଯ୍ୟନ୍ତ ପ୍ରଚଳନରେ ରହିଥିବା ୨୦୦୦ ଟଙ୍କିଆ ନୋଟ୍ ର ମୋଟ ମୂଲ୍ୟ ହେଉଛି ୩.୫୬ ଲକ୍ଷ କୋଟି ଟଙ୍କା। ଯାହା ୨୦୦୦ ଟଙ୍କିଆ ପ୍ରତ୍ୟାହାର ଘୋଷଣା କରାଯିବା ବେଳକୁ ଯଥେଷ୍ଟ ହ୍ରାସ ପାଇଥିଲା। ୨୦୨୩ ଡିସେମ୍ବର ୨୯ ତାରିଖ ପର୍ଯ୍ୟନ୍ତ ୨୦୦୦ ଟଙ୍କିଆ ନୋଟ୍ ର ମୋଟ ମୂଲ୍ୟ ୯୩୩୦ କୋଟି ଟଙ୍କା ରହିଥିଲା। ଯାହା ଦର୍ଶାଉଛି ଯେ ୨୦୨୩ ମେ ୧୯ ତାରିଖ ପର୍ଯ୍ୟନ୍ତ ପ୍ରଚଳନରେ ରହିଥିବା ୨୦୦୦ ଟଙ୍କିଆ ନୋଟ୍‌ ମଧ୍ୟରୁ ପ୍ରାୟ ୯୭.୩୮% ବ୍ୟାଙ୍କ ପାଖକୁ ଫେରି ଆସିଥିବା ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି।


ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପ୍ରତ୍ୟାହାର କରିନେବାକୁ ଘୋଷଣା କରିନେବା ସତ୍ତ୍ୱେ ୨୦୦୦ ଟଙ୍କିଆ ନୋଟ୍‌ ବର୍ତ୍ତମାନ ସମୟରେ ମଧ୍ୟ ବୈଧ ରହିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ୨୦୦୦ ଟଙ୍କିଆ ନୋଟ୍‌ ପ୍ରତ୍ୟାହାର କରିନେବା ସମ୍ପର୍କରେ ୨୦୨୩ ମେ ୧୯ ତାରିଖରେ ଘୋଷଣା କରିଥିଲା। ଏନେଇ ମିଳିଥିବା ତଥ୍ୟ ଅନୁସାରେ ୨୦୨୩ ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ଦେଶର ସମସ୍ତ ବ୍ୟାଙ୍କ ଶାଖାରେ ୨୦୦୦ ଟଙ୍କିଆ ନୋଟ୍‌ ଜମା କିମ୍ବା ବିନିମୟ ପାଇଁ ସୁବିଧା ଉପଲବ୍ଧ ରହିଥିଲା। ରିଜର୍ଭ ବ୍ୟାଙ୍କ ସ୍ଥିତ ୧୯ ଇସ୍ୟୁ ଅଫିସ ଠାରେ ୨୦୦୦ ଟଙ୍କିଆ ନୋଟ୍‌ ବଦଳାଇବା ପାଇଁ ବ୍ୟକ୍ତିବିଶେଷ କିମ୍ବା ସଂସ୍ଥାକୁ ସୁବିଧା ମିଳିପାରିବ।