World Health Organisation:  ନୂଆଦିଲ୍ଲୀ: WHO ଅର୍ଥାତ୍ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଲୁଣ ସମ୍ବନ୍ଧରେ ଏକ ରିପୋର୍ଟ ଆସିଛି। ଯେଉଁଥିରେ କୁହାଯାଇଛି ଯେ ଅଧିକ ଲୁଣ ଖାଇବା ଅନେକ ରୋଗର କାରଣ ଅଟେ। ୨୦୩୦ ସୁଦ୍ଧା ଲୋକଙ୍କ ଖାଦ୍ୟରେ ଲୁଣର ପରିମାଣ ୩୦ ପ୍ରତିଶତ ହ୍ରାସ କରିବା WHO ର ଲକ୍ଷ୍ୟ। ରିପୋର୍ଟରେ ଦାବି କରାଯାଇଛି ଯେ ଯଦି ଆବଶ୍ୟକ ପଦକ୍ଷେପ ନିଆ ନ ଯାଏ ତେବେ ଆସନ୍ତା ୭ ବର୍ଷ ମଧ୍ୟରେ ଲୁଣ କାରଣରୁ ହେଉଥିବା ରୋଗ ହେତୁ ପ୍ରାୟ ୭୦ ଲକ୍ଷ ଲୋକ ପ୍ରାଣ ହରାଇବେ। ପ୍ରତିବର୍ଷ ୧୪ ରୁ ୨୦ ମାର୍ଚ୍ଚ ପର୍ଯ୍ୟନ୍ତ ବିଶ୍ୱ ଲୁଣ ସଚେତନତା ସପ୍ତାହ ପାଳନ କରାଯାଏ। ଲୁଣ ବିଷୟରେ କଥାବାର୍ତ୍ତା କରିବାର ଏହା ହେଉଛି ଉପଯୁକ୍ତ ସମୟ। ବିଶେଷଜ୍ଞ ଡକ୍ଟର ଅଞ୍ଜୁ ବିଶ୍ୱକର୍ମା, ଡାଏଟିସିଆନ୍, ଭୋପାଳ, ଡାକ୍ତର ହରିଜିତ୍ କୌର, ଡାଏଟିସିଆନ୍ ଏବଂ ପୁଷ୍ଟିକର ବିଶେଷଜ୍ଞ, ଅମନଦୀପ ହସ୍ପିଟାଲ୍, ଅମୃତସର, ନେହା ପଠାନିଆ, ମୁଖ୍ୟ ଡାଏଟିସିଆନ୍, ପାରାସ୍ ହସ୍ପିଟାଲ୍, ଗୁରୁଗାଓଁ WHO ରିପୋର୍ଟ ଏବଂ ଏହାର ସମ୍ବନ୍ଧୀୟ ପ୍ରଶ୍ନର ଉତ୍ତର ଦେବେ।


COMMERCIAL BREAK
SCROLL TO CONTINUE READING

ଡାକ୍ତରଙ୍କ କହିବା ଅନୁଯାୟୀ ଲୁଣରେ ଉଭୟ ସୋଡିୟମ୍ ଏବଂ ପୋଟାସିୟମ୍ ଥାଏ। ମାନବ ଶରୀରରେ ସଠିକ୍ ସ୍ତରର ଜଳ ସୃଷ୍ଟି କରିବା ଠାରୁ ସୋଡିୟମ୍ ଅମ୍ଳଜାନ ଏବଂ ଅନ୍ୟାନ୍ୟ ପୋଷକ ତତ୍ତ୍ୱକୁ ସମସ୍ତ ଅଙ୍ଗକୁ ପରିବହନରେ ସାହାଯ୍ୟ କରେ। ଏହି କାରଣରୁ, ଶକ୍ତି ଆମର ଭାସ୍କୁଲାର ସ୍ୱାସ୍ଥ୍ୟ, ସ୍ନାୟୁରେ ଆସିଥାଏ। ସେହିପରି କମ ଲୁଣ ଖାଇବା ଦ୍ୱାରା ଅନେକ ରୋଗ ମଧ୍ୟ ଆମ ଗ୍ରାସ କରିଥାଏ। ଯେପରିକି ରକ୍ତଚାପ ହେବାର ସମ୍ଭାବନା ଅଧିକ ରହିଥାଏ। ସେହିପରି ଟାଇପ ୨ ଡାଇବେଟିସ ରୋଗ ହେବାର ମଧ୍ୟ ସମ୍ଭାବନା ରହିଥାଏ। ସେହିପରି ଦୁର୍ବଳତା ଓ ବାନ୍ତି ମଧ୍ୟ ହୋଇଥାଏ। ମସ୍ତିଷ୍କ ଓ ହାର୍ଟ ଫୁଲିବାର ସମ୍ଭାବନା ରହିଥାଏ। ଫୁଲିବା ଦ୍ୱାରା ମୁଣ୍ଡବିନ୍ଧା ହୋଇଥାଏ। କୋମା ଓ ସୀଜର୍ସ ଆଟାକ ହେବାର ଆଶଙ୍କା ମଧ୍ୟ ରହିଥାଏ। ଶରୀରର ଅଙ୍ଗ ଆବଶ୍ୟକ କରୁଥିବା ରକ୍ତ ପରିମାଣ ସେତେଟା ପହଞ୍ଚେ ନାହିଁ। LDL (ଖରାପ) କୋଲେଷ୍ଟ୍ରଲ ୪.୬ ପ୍ରତିଶତ ବୃଦ୍ଧି ପାଇଥାଏ। ତେବେ ଏହି ସବୁ ରୋଗରୁ ମୁକ୍ତି ପାଇବାକୁ ହେଲେ ଆମକୁ ଆବଶ୍ୟକ ଅନୁଯାୟୀ ଲୁଣ ଖାଇବାକୁ ହୋଇଥାଏ। 


ସେହିପରି WHOର ରିପୋର୍ଟରେ ଅନୁଯାୟୀ, ବିଶ୍ୱର ଅଧିକାଂଶ ଲୋକ ପ୍ରତିଦିନ ୧୦.୮ ଗ୍ରାମ ଲୁଣ ଖାଉଛନ୍ତି। ଯାହା ସେମାନଙ୍କ ଶରୀରର ଆବଶ୍ୟକତାଠାରୁ ଅନେକ ଗୁଣ ଅଧିକ ବୋଲି କୁହାଯାଇଛି। ରିପୋର୍ଟରେ ଦର୍ଶାଯାଇଥିବା ଏହି ତଥ୍ୟକୁ ନେଇ ଡାକ୍ତର କୁହନ୍ତି ଅତ୍ୟାଧିକ ଲୁଣ ଖାଇବା ଦ୍ୱାରା ଆପଣଙ୍କ ମୁଣ୍ଡ କେଶ ଝଡିଥାଏ। କିଡନୀରୋଗ ମଧ୍ୟ ଦେଖାଦେଇଥାଏ। ଶରୀରରେ ଜଳୀୟ ଅଂଶରେ ନିର୍ଦ୍ଧାରିତ ମାତ୍ରାରେ ପରିବର୍ତ୍ତନ ଦେଖାଦେଇଥାଏ। ସେହିପରି ହାଡ଼ ଗୁଡ଼ିକ ଦୁର୍ବଳ ହେବା ସହିତ ଅଷ୍ଟିଓପୋରୋସିସ ରୋଗ ଦେଖାଦେଇଥାଏ। ହୃଦ ଜନିତ ସମସ୍ୟା, ପକ୍ଷାଘାତ, ଉଚ୍ଚ ରକ୍ତଚାପ, ଓ ହାର୍ଟଷ୍ଟ୍ରୋକ ଭଳି ଅନେକ ବେମାରୀ ଦେଖାଦେଇଥାଏ। ସେହିପରି ଅଧିକ ଲୁଣ ଖାଇବା ଦ୍ୱାରା ଶୋଷର ମାତ୍ରା ବଢିଥାଏ। 


ସେହିପରି ଡାକ୍ତର ଆହୁରି ମଧ୍ୟ କୁହନ୍ତି କି ପ୍ରତିଦିନ ୫ଗ୍ରାମ୍ ଅର୍ଥାତ୍ କେବଳ ଏକ ଚାମଚ ଲୁଣ ଖାଇବା ଉଚିତ୍। ଯଦି ଆପଣ ଆହୁରି ସହଜ ଉପାୟରେ ବୁଝିବାକୁ ଚାହାଁନ୍ତି, ତେବେ ମନେରଖନ୍ତୁ ଯେ ଆପଣଙ୍କର ପ୍ରତ୍ୟେକ ଭୋଜନରେ କେବଳ ଏକ ଛୋଟ ଚାମଚ ଲୁଣ ରହିବା ଉଚିତ୍। ଏହା ମଧ୍ୟ ମନେରଖନ୍ତୁ ଯେ ଆପଣ ଦିନରେ ମାତ୍ର ୨.୩ ଗ୍ରାମ ସୋଡିୟମ୍ ଖାଇବା ଉଚିତ୍, ଯାହାକୁ ଆପଣ 5 ଗ୍ରାମ ଲୁଣରେ ପାଇବେ। ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଯଥା କିଡନୀ, ମଧୁମେହ, ହୃଦୟ ରୋଗୀମାନଙ୍କ ପାଇଁ ଏହାର ପରିମାଣ ଆହୁରି କମ୍ ହୋଇପାରେ। ତେଣୁ, ଆପଣଙ୍କର ଅସୁସ୍ଥତା ଅନୁଯାୟୀ, ଡାକ୍ତରଙ୍କ ପରାମର୍ଶରେ ଲୁଣ ଖାଆନ୍ତୁ।


Also Read: ଷ୍ଟିୟରିଂ ଛାଡ଼ି ରାଜରାସ୍ତାରେ ଡ୍ରାଇଭରଙ୍କ ଗର୍ଜନ, ଲୋକେ ହନସନ୍ତ