Driver Strike Odisha: ଷ୍ଟିୟରିଂ ଛାଡ଼ି ରାଜରାସ୍ତାରେ ଡ୍ରାଇଭରଙ୍କ ଗର୍ଜନ, ଲୋକେ ହନସନ୍ତ
Advertisement
Article Detail0/zeeodisha/odisha1610870

Driver Strike Odisha: ଷ୍ଟିୟରିଂ ଛାଡ଼ି ରାଜରାସ୍ତାରେ ଡ୍ରାଇଭରଙ୍କ ଗର୍ଜନ, ଲୋକେ ହନସନ୍ତ

Driver Strike Odisha: ଷ୍ଟିୟରିଂଛାଡ଼ି ରାଜ ରାସ୍ତାରେ ଡ୍ରାଇଭରଙ୍କ ଗର୍ଜନ । ୧୦ ଦଫା ଦାବି ପୂରଣ ନହେବାରୁ ରାଜଧାନୀ ଭୁବନେଶ୍ବର ସମେତ ସାରା ରାଜ୍ୟରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଶହ ଶହ ଡ୍ରାଇଭର । ବୁଧବାରଠାରୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଷ୍ଟିୟରିଂ ଛାଡ଼ି ଆନ୍ଦୋଳନ ଡା଼କରା ଦେଇଛି ଡ୍ରାଇଭର ଏକତା ମହାସଂଘ । 

ସୌ(ସୋସିଆଲ ମିଡିଆ)

Driver Strike Odisha: ଷ୍ଟିୟରିଂ ଛାଡ଼ି ରାଜ ରାସ୍ତାରେ ଡ୍ରାଇଭରଙ୍କ ଗର୍ଜନ(Driver Protest Odisha) । ୧୦ ଦଫା ଦାବି ପୂରଣ ନହେବାରୁ ରାଜଧାନୀ ଭୁବନେଶ୍ବର ସମେତ ସାରା ରାଜ୍ୟରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଶହ ଶହ ଡ୍ରାଇଭର । ବୁଧବାରଠାରୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଷ୍ଟିୟରିଂ ଛାଡ଼ି ଆନ୍ଦୋଳନ ଡା଼କରା ଦେଇଛି ଡ୍ରାଇଭର ଏକତା ମହାସଂଘ । ଡ୍ରାଇଭର ମାନେ ହଳଦିଆ ନମ୍ବର ଥିବା ସମସ୍ତ ମାଲବାହୀକୁ ଅଟକାଉଥିବା ଦେଖିବାକୁ ମିଳିଛି । ଦାବି ପୂରଣ ନହେବା ଯାଏଁ ଏହି ଆନ୍ଦୋଳନ ଜାରି ରହିବା ନେଇ ଡ୍ରାଇଭରଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି । ସାରା ରାଜ୍ୟରେ ଏହାର ପ୍ରଭାବରେ ଗାଡ଼ି ଚଳାଚଳ ବାଧ୍ଯାପ୍ରାପ୍ତ ହୋଇଛି ।

ଆଜିଠୁ ରାଜରାସ୍ତାରେ ଦେଖାଦେଇଛି ଡ୍ରାଇଭରଙ୍କ ହଲ୍ଲାବୋଲ(Driver Association Strike) । ବୀମା, ପେନସନ, ସାମାଜିକ ନିରାପତ୍ତା, ଡ୍ରାଇଭର ପାଣ୍ଠି ଗଠନ ଇତ୍ୟାଦି ୧୦ ଦଫା ଦାବି ନେଇ ଆଜି ରାଜଧାନୀ ସମେତ ପୂରା ରାଜ୍ୟରେ ଷ୍ଟିୟରିଂ ଛାଡ଼ି ଆନ୍ଦୋଳନରେ ମାତିଛନ୍ତି ଡ୍ରାଇଭର । ତେବେ ପୂର୍ବରୁ ଏନେଇ ସରକାରଙ୍କ ନିକଟରେ ଦାବି କରିଥିଲା ସଂଘ କିନ୍ତୁ ରାଜ୍ୟ ସରକାରଙ୍କ ସହ ଡ୍ରାଇଭର ଏକତା ମହାସଂଘର ଆଲୋଚନା ବିଫଳ ହୋଇଥିବାରୁ ଆନ୍ଦୋଳନର ପନ୍ଥା ଆପଣାଇଛି ଡ୍ରାଇଭର ସଂଘ । ଏନେଇରେ ୧୬ନଂ ଜାତୀୟ ରାଜପଥ ପିଏନ କଲେଜ ଛକ ନିକଟରେ ଶାନ୍ତିପୂର୍ଣ୍ଣ ଧାରଣା ଦେଇଛି ଖୋର୍ଦ୍ଧା ଜିଲ୍ଲା ଡ୍ରାଇଭର ସଙ୍ଘ । ଯାହାଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶତାଧିକ ଗାଡ଼ି ଅଟକି ରହିଛି ।

ଅନ୍ୟପଟେ ପାରାଦୀପରେ ମଧ୍ୟ ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ଆନ୍ଦୋଳନକୁ ଜୋରଦାର କରାଯାଇଛି। କାଁ ଭାଁ ସ୍ଥାନରେ ଗାଡି଼ ଯାତାୟାତ କରୁଥିବା ବେଳେ ଡ୍ରାଇଭରମାନଙ୍କୁ ଆନ୍ଦୋଳନରେ ସାମିଲ ନେଇ ଅନୁରୋଧ କରଯାଉଛି । ପାରାଦୀପ ବନ୍ଦରକୁ ଯାତାୟାତ କରୁଥିବା ଆଇରନ ଟ୍ରକ ଗୁଡିକୁ ଅଟକାଇ ଡ୍ରାଇଭର ମାନଙ୍କୁ ମିଠା ଖୁଆଇ ଛାଡୁଥିବାର ଦେଖିବାକୁ ମିଳିଛି । ଆନ୍ଦୋଳନ ଯୋଗୁଁ ବସ୍ ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଛି ।

 

 

କୋରାପୁଟ ଜିଲ୍ଲା ସେମିଳିଗୁଡାର ଦାମନଯୋଡି ଛକ ନିକଟ ୨୬ନଂ ଜାତୀୟ ରାଜପଥରେ ସଂଘ ପକ୍ଷରୁ ଆନ୍ଦୋଳନ ଜାରି ରହିଛି। ଡ୍ରାଇଭର ମାନେ ପିକେଟିଂ କରି ଯାତାୟାତ କରୁଥିବା କିଛି ଗାଡି଼କୁ ବନ୍ଦ କରୁଥିବା ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ପୋଲିସ ମୁତୟନ କରାଯାଇଛି । ସେପଟେ ପୁରୀରେ ମଧ୍ଯ ଆନ୍ଦୋଳନର ପ୍ରଭାବ ଦେଖିବାକୁ ମିଳିଛି । ଜିଲ୍ଲା ଡ୍ରାଇଭର ସଂଘ ପକ୍ଷରୁ ବିଭିନ୍ନ ସ୍ଥାନରେ ଆନ୍ଦୋଳନକୁ ତୀବ୍ରତର କରାଯାଇଛି। ସହରର ମଙ୍ଗଳାଘାଟ ବାଇପାସ, ହରେକୃଷ୍ଣପୁର ଛକ, ବାଲିଘାଟ ଛକ ଆଦିରେ ସଂଘ ପକ୍ଷରୁ ଗାଡି ମଟର ବନ୍ଦ କରାଯାଇଛି । କେବଳ ସେତିକି ନୁହେଁ ଜିଲ୍ଲାର ବିଭିନ୍ନ ବ୍ଲକରେ ମଧ୍ୟ ଚକାବନ୍ଦ ଆନ୍ଦୋଳନକୁ କଡାକଡି଼ କରାଯାଇଛି। ସେପଟେ ଭୁବନେଶ୍ବରେ ମଧ୍ୟ ଆନ୍ଦୋଳନ ଜୋର ଧରିଛି । ଏହି ସମୟରେ ଯେପରି ଲୋକେ ଅସୁବିଧାର ସମ୍ନୁଖୀନ ନହୁଅନ୍ତି ସେନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି କମିଶନରେଟ ପୋଲିସ । ପବ୍ଲିକ୍ ଟ୍ରାନ୍ସପୋର୍ଟ ଓ ଅଟୋ ଟ୍ୟାକ୍ସି ଚଳାଚଳରେ ବାଧା ସୃଷ୍ଟି କଲେ, ସାଧାରଣ ଲୋକେ ବା ଯାତ୍ରୀଙ୍କୁ ହଇରାଣ କଲେ ଦୃଢ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ପୋଲିସ କମିଶନର ସୂଚନା ଦେଇଛନ୍ତି ।

 

ଆନ୍ଦୋଳନ ବେଳେ ସ୍କୁଲ ଗାଡି଼, ଆମ୍ବୁଲାନ୍ସ, ମେଡି଼କାଲ କର୍ମଚାରୀ, ଜରୁରୀ ଆବଶ୍ଯକୀୟ ପରିବହନ କରୁଥିବା ଯାନବାହନକୁ ଏଥିରୁ ବାଦ ଦିଆଯାଇଛି । ସେପଟେ କିନ୍ତୁ ଆନ୍ଦୋଳନ ଯୋଗୁଁ ହନସନ୍ତ ହେଉଛନ୍ତି ଯାତ୍ରୀ । ବସ ଚଳାଛଚଳ ଠପ୍ ଯୋଗୁଁ ଯାତ୍ରୀଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି । ଅନ୍ୟପଟେ ଲୋକଙ୍କୁ ସହଯୋଗ ପାଇଁ ଡ୍ରାଇଭର ସଂଘକୁ ନିବେଦନ କରିବା ସହ ଉଚ୍ଚ ସ୍ତରୀୟ କମିଟି କରି ବିଚାର କରାଯିବ ବୋଲି ପରିବହନ ମନ୍ତ୍ରୀ କହିଛନ୍ତି ।