Bhabha Atomic Research Center Fellowship: ଭବା ପରମାଣୁ ଅନୁସନ୍ଧାନ କେନ୍ଦ୍ର (BARC) ରେ ଫେଲୋସିପ୍ ପାଇବାକୁ ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ (Golden opportunity) ଆସିଛି । ଏହି ଫେଲୋସିପର ସମୟସୀମା ସୁମଦାୟ ୨ ବର୍ଷର ହେବ । ଯେଉଁଥିରେ ଆପଣଙ୍କୁ ମାସକୁ ୩୧ ହଜାର ଟଙ୍କା ଅନୁଯାୟୀ ୭ ଲକ୍ଷ ୪୪ ହଜାର ଟଙ୍କା ଫେଲୋସିପ୍ ମିଳିବ । କେବଳ ସେତିକି ନୁହେଁ ଫେଲୋସିପର ସମୟସୀମା ଆହୁରୀ ୩ ବର୍ଷ ପର୍ଯ୍ୟନ୍ତ ବଢାଯାଇପାରେ । ତେବେ ଏହି ଫେଲୋସିପ ପାଇଁ ଆବେଦନ ଶୁଳ୍କ (Application Fee) ମାତ୍ର ୫ ଶହ ଟଙ୍କା ରହିଥିବାବେଳେ ମହିଳାମାନେ ମାଗଣା (Free)ରେ ଆବେଦନ କରିପାରିବେ ।


COMMERCIAL BREAK
SCROLL TO CONTINUE READING

ତେଣୁ ଯେଉଁମାନେ BARC ରେ ଫେଲୋସିପ୍ କରି ନିଜର କ୍ୟାରିୟର (Career) ଆରମ୍ଭ କରିବାକୁ ଚାହୁଁଛନ୍ତି ସେହି ପ୍ରାର୍ଥିମାନେ ଚଳିତ ବର୍ଷ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ । ଆଗ୍ରହୀ ପ୍ରାର୍ଥୀମାନେ ବିଏଆରସି- ର ଅଫିସିଆଲ ୱେବସାଇଟ୍ (Official Website) www.barc.gov.in ରେ ଭିଜିଟ୍ କରିବା ସହ ସମ୍ପୂର୍ଣ୍ଣ ତଥ୍ୟ ବିଷୟରେ ଅବଗତ ହୋଇପାରିବେ । ଏଥିସହ ଦିଆଯାଇଥିବା ନିର୍ଦ୍ଦେଶାବଳୀ ଅନୁସାରେ ନିଜ ପାଇଁ ଆବେଦନ କରିପାରିବେ ।


ଆପଣଙ୍କୁ କହିରଖୁଛୁ ଯେ, ଜୁନିଅର ରିସର୍ଚ୍ଚ ଫେଲୋସିପର ସମୟସୀମା ସମୁଦାୟ ୨ ବର୍ଷ । ଜୁନିୟର ରିସର୍ଚ୍ଚ କ୍ୟାଣ୍ଡିଡେଟ (Junior Research Candidate)କୁ ପ୍ରତି ମାସରେ ୩୧ ହଜାର ଟଙ୍କା ମିଳିବ । ବର୍ଷକ ମଧ୍ୟରେ ସମୁଦାୟ ୭ ଲକ୍ଷ ୪୪ ହଜାର ଟଙ୍କା ଫେଲୋସିପ୍ ମିଳିବ । ତେବେ ଏହି ଫେଲୋସିପ୍ ସମୟସୀମା ୩ ବର୍ଷ ପାଇଁ ବୃଦ୍ଧି କରାଯାଇପାରେ । ଏହି ପରିପ୍ରେକ୍ଷୀରେ ସିନିୟର ରିସର୍ଚ୍ଚ ଫେଲୋସିପ୍ (Senior Research Fellowship) ପାଇଁ ପ୍ରତି ମାସରେ ୩୫ ହଜାର ଟଙ୍କା ପ୍ରଦାନ କରାଯିବ। ଛାତ୍ରମାନେ ବହି ଏବଂ ଷ୍ଟେସନାରୀ ପାଇଁ ପ୍ରତିବର୍ଷ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ଅନୁଦାନ ରାଶି (Grant Amount) ମଧ୍ୟ ପାଇପାରିବେ ।


୧୦୫ ଜୁନିଅର ରିସର୍ଚ୍ଚ ଫେଲୋସିପ୍ ପଦବୀ
ଆପଣଙ୍କୁ କହିରଖୁଛୁ ଯେ, ଫେଲୋସିପ ପାଇଁ ନିର୍ଦ୍ଦିଷ୍ଟ ସିଟ୍ (Specific Sheet) ସଂଖ୍ୟା ରହିଛି । ଶାରୀରିକ, ରାସାୟନିକ ଏବଂ ଜୀବନ ବିଜ୍ଞାନ କ୍ଷେତ୍ର (Life Science field)ରେ ଜୁନିଅର ରିସର୍ଚ୍ଚ ଫେଲୋସିପ୍ ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ଅନଲାଇନ ମାଧ୍ୟମରେ BARC ଆବେଦନ ଗ୍ରହଣ କରିବା ପରେ ସେ ଗୁଡିକୁ ଯାଞ୍ଚ କରାଯିବ । ନିର୍ଦ୍ଦିଷ୍ଟ ମେରିଟ୍ (Certain merits) ଅନୁଯାୟୀ ସମସ୍ତ ୧୦୫ ଜୁନିଅର ରିସର୍ଚ୍ଚ ଫେଲୋସିପ୍ ପୋଷ୍ଟ ପୂରଣ ହେବ । ଆଉ ଏକ ବିଶେଷ କଥା ହେଉଛି ଅନୁସୂଚିତ ଜାତି, ଜନଜାତି ଏବଂ ଭିନ୍ନକ୍ଷମ ବ୍ୟକ୍ତିଙ୍କ ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ଛାଡ କରାଯାଇଛି । କେବଳ ସେତିକି ନୁହେଁ ମହିଳାମାନେ ମଧ୍ୟ ବିନା ଶୁଳ୍କରେ ଆବେଦନ କରିପାରିବେ । କିନ୍ତୁ ସାଧାରଣ ବର୍ଗର ଆବେଦନକାରୀଙ୍କୁ ୫ଶହ ଟଙ୍କା ଆବେଦନ ଶୁଳ୍କ ଦେବାକୁ ପଡିବ ।


ଏହି ବିଜ୍ଞାପନ ଖବର ଜାଣିବା ପରେ ଆଗ୍ରହୀ ପ୍ରାର୍ଥୀଙ୍କ ମନରେ ଖୁସିର ଆନନ୍ଦ ଖେଳିଯାଇଛି । କିଛି ପ୍ରାର୍ଥୀ ଦୀର୍ଘ ଦିନ ହେବ ଅନେକ ଆଶାର ସହ ନିଜକୁ ପ୍ରସ୍ତୁତ କରୁଥିଲେ ଏଥିପାଇଁ । ଦେଶର ଅନେକ ସ୍ଥାନରୁ ଯୁବପିଢୀମାନଙ୍କ ମଧ୍ୟରେ ବିଏଆରସି ରେ ଫେଲୋସିପ୍ ପାଇଁ ଇଚ୍ଛା ରଖିଥାନ୍ତି । କିନ୍ତୁ ସମସ୍ତଙ୍କୁ ଫେଲୋସିପର ସୁଯୋଗ ମିଳିନଥାଏ । କିନ୍ତୁ ଯେଉଁମାନଙ୍କୁ ସୁଯୋଗ ମିଳେ ସେମାନେ ଅତ୍ୟନ୍ତ ଖୁସି ହୋଇଥାନ୍ତି । ଚଳିତଥର ମଧ୍ୟ ଅନେକ ଆଗ୍ରହୀ ଯୁବକ, ଯୁବତୀ ଏଥିପାଇଁ ଆବେଦନ କରିବା ଆରମ୍ଭ କରିସାରିଛନ୍ତି । 


Also Read- Second Marriage: ୯୫ ବର୍ଷ ବୟସରେ ଦ୍ୱିତୀୟ ବିବାହ ପାଇଁ ମନ! ପିତାଙ୍କ ଇଚ୍ଛା ପୂରଣ କଲା ପୁଅ