Second Marriage: ୯୫ ବର୍ଷ ବୟସରେ ଦ୍ୱିତୀୟ ବିବାହ ପାଇଁ ମନ! ପିତାଙ୍କ ଇଚ୍ଛା ପୂରଣ କଲା ପୁଅ
Advertisement
Article Detail0/zeeodisha/odisha1814282

Second Marriage: ୯୫ ବର୍ଷ ବୟସରେ ଦ୍ୱିତୀୟ ବିବାହ ପାଇଁ ମନ! ପିତାଙ୍କ ଇଚ୍ଛା ପୂରଣ କଲା ପୁଅ

ଜଣେ ବ୍ୟକ୍ତିଙ୍କୁ ନେଇ ବର୍ତ୍ତମାନ ସମଗ୍ର ବିଶ୍ୱରେ ଚର୍ଚ୍ଚା ଆଲୋଚନା କରାଯାଉଛି । ଚର୍ଚ୍ଚାର କାରଣ ହେଉଛି ବ୍ୟକ୍ତିଙ୍କ ଦ୍ୱିତୀୟ ବିବାହ । ସାଧାରଣତଃ କିଛି ଲୋକ ଦ୍ୱିତୀୟ ବିବାହ କରିବାକୁ ମନ ବଳାଇଥାନ୍ତି । ପୂର୍ବ ସମୟରେ ଅନେକ ରଜାଙ୍କର ମଧ୍ୟ ଏକାଧିକ ପତ୍ନୀ (Wife) ଥିଲେ । ତେବେ ସମୟ ସହ ତାଳ ଦେଇ ଯୁଗ ବଦଳିଥିବାବେଳେ ନିୟମରେ ମଧ୍ୟ ପରିବ

Second Marriage: ୯୫ ବର୍ଷ ବୟସରେ ଦ୍ୱିତୀୟ ବିବାହ ପାଇଁ ମନ! ପିତାଙ୍କ ଇଚ୍ଛା ପୂରଣ କଲା ପୁଅ

Second Marriage: ଜଣେ ବ୍ୟକ୍ତିଙ୍କୁ ନେଇ ବର୍ତ୍ତମାନ ସମଗ୍ର ବିଶ୍ୱରେ ଚର୍ଚ୍ଚା ଆଲୋଚନା କରାଯାଉଛି । ଚର୍ଚ୍ଚାର କାରଣ ହେଉଛି ବ୍ୟକ୍ତିଙ୍କ ଦ୍ୱିତୀୟ ବିବାହ । ସାଧାରଣତଃ କିଛି ଲୋକ ଦ୍ୱିତୀୟ ବିବାହ କରିବାକୁ ମନ ବଳାଇଥାନ୍ତି । ପୂର୍ବ ସମୟରେ ଅନେକ ରଜାଙ୍କର ମଧ୍ୟ ଏକାଧିକ ପତ୍ନୀ (Wife) ଥିଲେ । ତେବେ ସମୟ ସହ ତାଳ ଦେଇ ଯୁଗ ବଦଳିଥିବାବେଳେ ନିୟମରେ ମଧ୍ୟ ପରିବର୍ତ୍ତନ ହୋଇଛି । ବର୍ତ୍ତମାନ ଲୋକମାନେ ଆଇନ ଅନୁଯାୟୀ ଚଳିବାକୁ ବାଧ୍ୟ ହେଉଛନ୍ତି । ଆମେ ଆପଣଙ୍କୁ ଯେଉଁ ବ୍ୟକ୍ତିଙ୍କ କଥା କହୁଛୁ ସେ ବ୍ୟକ୍ତି ଜଣକ ପାକିସ୍ତାନ (Pakistan) ମନସେରା ସହରରେ ରୁହନ୍ତି । ତାଙ୍କର ନାମ ଜାକରିଆ ଓ ବୟସ ପାଖାପାଖି ୯୫ ବର୍ଷ । ତେବେ ବ୍ୟକ୍ତିଙ୍କ ମନରେ ଏକ ଦୁଃଖ ରହିଥିଲା । ତାହା ହେଉଛି ବ୍ୟକ୍ତିଙ୍କ ପତ୍ନୀ ଦୀର୍ଘ ବର୍ଷ ହେବ ମୃତ୍ୟୁବରଣ କରିବା ପରେ ବ୍ୟକ୍ତି ଜଣକ ଏକା ଏକା ଅନୁଭବ କରୁଥିଲେ । ଆଜକୁ ପ୍ରାୟ ୧୨ ବର୍ଷ ତଳେ ଅର୍ଥାତ ୨୦୧୧ ମସିହାରେ ତାଙ୍କ ପତ୍ନୀଙ୍କ ଦେହାନ୍ତ (Death) ହୋଇଥିଲା । ତେଣୁ ସେ ପୁନବିବାହ କରିବାକୁ ମନରେ ଇଚ୍ଛା ରଖିଥିଲେ ।

ଜାକରିଆଙ୍କ ପରିବାରରେ ସମୁଦାୟ ୬ ପୁଅ (Son) ଏବଂ ୫ ଝିଅ ଅଛନ୍ତି । ଏଥିସହିତ ପ୍ରତ୍ୟକ ପୁଅ ଝିଅଙ୍କର ପିଲା ତଥା ଜାକରିଆଙ୍କର ଏକାଧିକ ନାତି ନାତୁଣୀ ମଧ୍ୟ ରହିଛନ୍ତି । ପରିବାରରେ ଅନ୍ୟ ସମସ୍ତେ ଥିଲେ ମଧ୍ୟ ପତ୍ନୀଙ୍କ ଅଭାବକୁ ଅନୁଭବ କରୁଥିଲେ ଜାକରିଆ । ତେଣୁ ସେ ପୁଣିଥରେ ବିବାହ କରିବାକୁ ଚାହିଁଲେ । ତେଣୁ ପୁଣିଥରେ ବିବାହ କରିବା ପାଇଁ ଉପଯୁକ୍ତ ପାତ୍ରୀ ଖୋଜା ହୋଇଥିଲା ।  ଅନେକ ଦିନ ଖୋଜିବା ପରେ ଜାକରିଆଙ୍କ ପାଇଁ ଉପଯୁକ୍ତ ପାତ୍ରୀ ମିଳିଥିଲେ । ବିବାହ କାମରେ ତାଙ୍କର ପୁଅ, ଝିଅ ଓ ନାତି ନାତୁଣୀ ମଧ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ ।

ପାକିସ୍ତାନର ଆଞ୍ଚଳିକ ଗଣମାଧ୍ୟମର 'ଅଜ ନ୍ୟୁଜ୍'ରେ ପ୍ରକାଶିତ ରିପୋର୍ଟ ଅନୁସାରେ, ବୃଦ୍ଧଙ୍କ ବିବାହ କଥାକୁ ତାଙ୍କର କିଛି ପୁଅ ଗ୍ରହଣ କରିଥିବାବେଳେ ଆଉ କିଛି ପୁଅ ବିରୋଧ କରିଥିଲେ । କିନ୍ତୁ ଜାକରିଆଙ୍କ ସାନପୁଅ ୱାକର ତାନୋଲି ନିଜ ପିତାଙ୍କୁ ଖୁସି କରିବା ପାଇଁ ତାଙ୍କ ମନର ଇଚ୍ଛାକୁ ପୂରଣ କରିବାକୁ ନିଷ୍ପତ୍ତି ନେଇଥିଲେ । ୱାକର କହିଥିଲେ ଯେ, ତାଙ୍କ ବୃଦ୍ଧ ପିତା ତାଙ୍କ ଜୀବନର ଶେଷ ସମୟରେ ଖୁସିରେ ରହିବା ଉଚିତ୍ ଏବଂ ସେ ନିଜ ପତ୍ନୀଙ୍କ ପ୍ରେମ (Love) ମଧ୍ୟ ପାଇବା ଆବଶ୍ୟକ ।

ପାକିସ୍ତାନର ଏକ ଟେଲିଭିଜନ ଚ୍ୟାନେଲରେ ପ୍ରକାଶିତ ଖବର ଅନୁଯାୟୀ, ମହମ୍ମଦ ଜାକରିଆଙ୍କୁ ଅନେକ ବ୍ୟକ୍ତି ଜାଣନ୍ତି । କାରଣ ସେ ନିଜର ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ଦୀର୍ଘ ସମୟ ପର୍ଯ୍ୟନ୍ତ ସୁସ୍ଥ ଜୀବନ (Healthy life) ଅତିବାହିତ କରୁଛନ୍ତି । ତାଙ୍କର ଲାଇଫ୍ ଷ୍ଟାଇଲ୍ ଅନେକଙ୍କ ପାଇଁ ପ୍ରେରଣା । ଅନେକ ବ୍ୟକ୍ତି ସୁସ୍ଥ ରହିବା ପାଇଁ ଜାକରିଆଙ୍କ ଲାଇଫ୍ ଷ୍ଟାଇଲକୁ ଫଲୋ ମଧ୍ୟ କରନ୍ତି । ତେବେ ଯାହା ଜଣାପଡିଛି ଜାକରିଆ କୌଣସି ଫାର୍ମରୁ ସିଧାସଳଖ କିଛି ଜିନିଷ ଖାଦ୍ୟ ଭାବରେ ଗ୍ରହଣ କରନ୍ତି ନାହିଁ । ସେ ଥଣ୍ଡା ପାଣିରୁ ମଧ୍ୟ ନିଜକୁ ଦୂରେଇ ରଖନ୍ତି । ସେ ପ୍ରାୟତଃ ବାସି ରୁଟି ଖାଇବାକୁ ଭଲପାଆନ୍ତି । ଜାକରିଆଙ୍କ ବିବାହ ପରେ ସେ ଓ ତାଙ୍କ ପରିବାର (Family) ସଦସ୍ୟ ଖୁବ୍ ଖୁସି ଥିବା ଜଣା ପଡିଛି । ନିଜର ପୁଅ ବୋହୂ ଓ ନାତି ନାତୁଣି ତାଙ୍କୁ ଶୁଭେଚ୍ଛା (Good Wishes) ଜଣାଇଛନ୍ତି ।

Also Read- Ollywood News: "ଫିଲ୍ମ ଅପରେସନ ୧୨/୧୭" ର ଶୁଭ ମହୁରତ