IAS Marriage: ନିକଟରେ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା (Balangir Collector Chanchal Rana) ଓ ସମ୍ବଲପୁର ଜିଲ୍ଲାପାଳ (Sambalpur Collector Ananya das) ଅନନ୍ୟା ଦାସଙ୍କ ବିବାହକୁ ଦିନ କୋଇଟା ବିତି ନଥିବା ବେଳେ ପୁଣି ଆଉ ଦୁଇ ଜଣ ଜିଲ୍ଲାପାଳଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି । ଆଜ୍ଞା ହଁ, ପୁଣି ଥରେ ଦୁଇ ଜିଲ୍ଲାପାଳଙ୍କ ପଡ଼ିବ ହାତଗଣ୍ଠି । ଚଳିତ ମାସ ବାରଣାସୀଠାରେ ରାୟଗଡ଼ା ଜିଲ୍ଲାପାଳ ସ୍ବଧାଦେବ ସିଂହ (Rayagada Collector Swadha dev Singh) ଓ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା (Puri collector Samarth Verma) ବିବାହ ବନ୍ଧନରେ ବାନ୍ଧି ହେବା ନେଇ ଚର୍ଚ୍ଚା ହେଉଛି। ତେବେ ଯଦି ବିବାହ ହୁଏ ତେବେ ଏହା ମଧ୍ଯ ଉଭୟଙ୍କ ଦ୍ବିତୀୟ ବିବାହ ହେବ । ସମର୍ଥ ବର୍ମା ପୂର୍ବରୁ ଭାରତୀୟ ରେଳବାଇ ଅଧିକାରୀ ସୂଚୀ ସିଂହଙ୍କୁ ବିବାହ କରିଥିବା ବେଳେ ସ୍ବଧା(Swadha dev Singh) ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ପ୍ରଥମ ପତ୍ନୀ ଥିଲେ । କିନ୍ତୁ ପରେ ଉଭୟଙ୍କ ବିବାହ ବିଚ୍ଛେଦ ହୋଇଥିଲା । ଏହାପରେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସଙ୍କୁ ଦ୍ବିତୀୟ ବିବାହ କରିଥିଲେ ଚଞ୍ଚଳ ରାଣା । ସେପଟେ ସମର୍ଥ ବର୍ମା ଝାଡ଼ଖଣ୍ତର ଜଣେ ଆଇଏଏସ୍ ଅଧିକାରୀଙ୍କୁ ବିବାହ କରିଥିଲେ । ସେ ସମ୍ବଲପୁର ଜିଲ୍ଲାପାଳ ଥିବା ସମୟରେ ବିବାହ ବିଚ୍ଛେଦ ହୋଇଥିଲା ।


COMMERCIAL BREAK
SCROLL TO CONTINUE READING

୨୦୧୧ ବ୍ୟାଚ ଆଇଏଏସ୍ ଅଧିକାରୀ ସମର୍ଥ ବର୍ମା ପୂର୍ବରୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ (kendrapara collector), ବିଏମସି କମିଶନର (BMC commissioner), ରାୟଗଡ଼ା ପିଡ଼ି ଡ଼ିଆରଡ଼ିଏ ଓ ସମ୍ବଲପୁର ଜିଲ୍ଲାପାଳ (Sambalpur Collector) ଓ ଭାବେ କାର୍ଯ୍ୟ କରିଛନ୍ତି । ସେହିପରି ରାୟଗଡ଼ା ଜିଲ୍ଲାପାଳ ସ୍ବଧାଦେବ ସିଂହ ପୂର୍ବରୁ ନୂଆପଡ଼ା ଜିଲ୍ଲାପାଳ (Nuapada collector) ଓ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଭାବେ ଦାୟିତ୍ବ ତୁଳାଇଥିଲେ । ପ୍ରକାଶ ଥାଉ କି, ଚର୍ଚ୍ଚାରେ ରହିଥିବା ଦୁଇ ଜିଲ୍ଲାପାଳ ଅନନ୍ୟା ଦାସ (Collector Ananya das) ଓ ଚଞ୍ଚଳ ରାଣା (Collector Chanchal Rana) ଗତ ମଇ ମାସ ୧ ତାରିଖରେ ବିବାହ (Ananya das and Chanchal Rana Marriage) କରିଥିଲେ। ଗୌହାଟୀରେ ଏକ ଭବ୍ୟ ଆୟୋଜନରେ ଏହି ଦୁଇ ଜିଲ୍ଲାପାଳଙ୍କ ବିବାହ ସମ୍ପନ୍ନ ହୋଇଥିଲା। ବର ବେଶରେ ଚଞ୍ଚଲ ଧୂମ ନାଚିଥିବାର ଦେଖିବାକୁ ମିଳିଥିଲା ଯାହା ଭିଡ଼ିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ବିବାହରେ ଉଭୟଙ୍କ ପରିବାର ସଦସ୍ୟ ଓ ନିକଟତମ ସଂପର୍କୀୟ ଉପସ୍ଥିତ ଥିଲେ । ଗତ ଫେବୃଆରୀ ମାସରେ ଉଭୟଙ୍କର ନିର୍ବନ୍ଧ ସମ୍ପନ୍ନ ହୋଇଥିଲା ।


ଉଲ୍ଲେଖଯୋଗ୍ୟ, ଉଭୟ IASଙ୍କର ଏହା ମଧ୍ଯ ଦ୍ୱିତୀୟ ବିବାହ ଥିଲା। ପୂର୍ବରୁ ଆସାମ ଝିଅ ଅନନ୍ୟା ଦାସ ବର୍ତ୍ତମାନର କୋରାପୁଟ ଜିଲ୍ଲାପାଳ ଅବଦୁଲ ଏମ୍. ଅଖତରଙ୍କୁ ବିବାହ କରିଥିଲେ । ମତଭେଦ କାରଣରୁ ଦୁହିଁଙ୍କର ବିବାହ ବିଚ୍ଛେଦ ହୋଇଥିଲା। ସେହିପରି ବଲାଙ୍ଗୀର ଜିଲ୍ଲାପାଳ (Balangir Collector) ଥିବା ଚଞ୍ଚଳ ରାଣାଙ୍କ ଘର ଅନୁଗୋଳ ଜିଲ୍ଲାରେ ଅଟେ । ପୂର୍ବରୁ ସେ ରାୟଗଡ଼ା ଜିଲ୍ଲାପାଳ ସ୍ୱଧା ଦେବ ସିଂହଙ୍କୁ ବିବାହ କରିଥିଲେ। ମତଭେଦ କାରଣରୁ ଉଭୟଙ୍କର ନିକଟରେ ଛାଡପତ୍ର ହୋଇଥିଲା। ୨୦୧୩ ବ୍ୟାଚ୍ ଆଇଏଏସ୍ ଅଫିସର ହେଉଛନ୍ତି ଚଞ୍ଚଳ ରାଣା । ଏନ୍ଆଇଟି ସିଲଚେରରୁ ବିଟେକ୍ ଡିଗ୍ରୀ ହାସଲ କରି ସେ ୟୁପିଏସସିରେ ଟପ୍ପର ହୋଇଥିଲେ । ପୂର୍ବରୁ କୁଚିଣ୍ଡା ଉପଜିଲ୍ଲାପାଳ ଦାୟିତ୍ୱ ତୁଲାଇଥିବା ଚଞ୍ଚଳ ରାଣା ଶ୍ୱେତ ବିପ୍ଳବ ପାଇଁ ଚଞ୍ଚଲ ଚର୍ଚ୍ଚାରେ ରହିଥିଲେ। ଏପରିକି ଜାତୀୟ ଗଣମାଧ୍ୟମରେ ମଧ୍ୟ ତାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ସେହିପରି ସମ୍ବଲପୁର ଜିଲ୍ଲାପାଳ ଅନ୍ୟନ୍ୟା ଦାସ ଆସାମର ମୂଳ ବାସିନ୍ଦା ଅଟନ୍ତି। ୨୦୧୮ ବ୍ୟାଚ ଆଇଏଏସ ଅଫିସର ହେଉଛନ୍ତି ଅନନ୍ୟା। ପୂର୍ବରୁ ସେ କଟକ ମ୍ୟୁନିସିପାଲିଟିର କମିଶନର (Cuttack commissioner) ଥିଲେ । ୟୁପିଏସସିରେ ସେ ସର୍ବଭାରତୀୟ ସ୍ତରରେ ୧୬ତମ ସ୍ଥାନରେ ରହିଥିଲେ।