WhatsApp: ହ୍ୟାକିଂର ଅନେକ କୌଶଳ ଅଛି ଓ ଲୋକମାନେ ପ୍ରତ୍ୟେକ ଦିନ କୌଣସି ନା କୌଣସି ହ୍ୟାକରର ଜାଲରେ ଫଶି ଯାଇଥାନ୍ତି। ଏହିପରି ଗୋଟିଏ ଉପାୟ ହେଉଛି, GIF ଇମେଜ ମାଧ୍ୟମରେ ହ୍ୟାକ୍ କରିବା। ଖାଲି GIF ଫାଇଲ୍ ନୁହେଁ, ହ୍ୟାକର ମାନେ ଆପଣଙ୍କର ଗୋଟିଏ ଅଭାବର ସୁଯୋଗ ନେଇ ସହଜରେ ଆପଣଙ୍କ ହ୍ୱାଟ୍ସଆପରେ ପ୍ରବେଶ କରିପାରିବେ । ଏହି ବିକଳ୍ପ ଅନେକ ଲୋକଙ୍କ ହ୍ୱାଟ୍ସଆପ୍ ସେଟିଙ୍ଗରେ ରହିଥାଏ ।


COMMERCIAL BREAK
SCROLL TO CONTINUE READING

ଏହି ସେଟିଂଟି ଅନ୍ ହେବା ସହିତ ହ୍ୟାକରମାନେ ଆପଣଙ୍କ ଫୋନକୁ ଅତି ସହଜରେ ପ୍ରବେଶ କରିପାରିବେ । ଅନେକ ଲୋକ ହ୍ୱାଟ୍ସଆପ୍ ସେଟିଂରେ ମିଡିଆ ଅଟୋ ଡାଉନଲୋଡ୍ ଅନ କରି ରଖିଛନ୍ତି । ଏହି କାରଣରୁ ଯେତେବେଳେ ଆପଣଙ୍କ ଫୋନ୍ ଇଣ୍ଟରନେଟ୍ ସହିତ କନେକ୍ଟ ହୁଏ, ମିଡିଆ ଫାଇଲଗୁଡ଼ିକ ଅଟୋମେଟିକ ଡାଉନଲୋଡ୍ ହୋଇଯାଇଥାଏ । ମିଡିଆ ଫାଇଲ ଅର୍ଥାତ ଅଡିଓ, ଭିଡିଓ ଏବଂ GIF ଫାଇଲ୍ । ଏହି ସମୟରେ ହ୍ୟାକରମାନେ ଲୋକମାନଙ୍କୁ ଶିକାର କରିବା ଆରମ୍ଭ କରିଥାନ୍ତି | ହ୍ୟାକରମାନେ GIF ଓ ଭିଡିଓ ଫାଇଲ୍ ମାଧ୍ୟମରେ ଆପଣଙ୍କ ଫୋନକୁ ପ୍ରବେଶ କରିଥାଆନ୍ତି ।


ଗତ ବର୍ଷ ଏପରି ଅନେକ ଦୃଷ୍ଟାନ୍ତ ସାମ୍ନାକୁ ଆସି ଥିଲା, ଯାହା ସାହାଯ୍ୟରେ ହ୍ୟାକରମାନେ ବ୍ୟବହାରକାରୀଙ୍କ ଫୋନକୁ ବେଶ ଆରାମରେ ହ୍ୟାକ୍ କରୁଥିଲେ । ଏହି ଜଟିଳ ସମସ୍ୟାର ସମାଧାନ ପାଇଁ ହ୍ୱାଟ୍ସଆପ୍ ଏକ ନୂଆ ଅପଡେଟ ଜାରି କରିଥିଲା । କିନ୍ତୁ ଏହା ନୁହେଁ ଯେ ହ୍ୟାକିଂର ଏହି ପଦ୍ଧତି ବର୍ତ୍ତମାନ ବନ୍ଦ ହୋଇଯାଇଛି । ଯଦି ଆପଣ ହ୍ୱାଟ୍ସଆପ୍ ରେ ଅଟୋମେଟିକ ମିଡିଆ ଡାଉନଲୋଡ୍ ଅନ୍ କରିଛନ୍ତି, ତେବେ ଆପଣ ଏହି ହ୍ୟାକିଂର ଶିକାର ହୋଇପାରନ୍ତି । କାରଣ ଏପରି ସ୍ଥିତିରେ ଅଜଣା ବ୍ୟକ୍ତିଙ୍କ ଭିଡିଓ ଓ GIF ଇମେଜ ଫାଇଲଗୁଡ଼ିକ ଅଟୋମେଟିକ ଆପଣଙ୍କ ଫୋନରେ ଡାଉନଲୋଡ୍ ହୋଇଯିବ ।


ତେବେ ଏହି ସେଟିଂକୁ ସହଜରେ ପରିବର୍ତ୍ତନ କରାଯାଇପାରିବ । ଏଥିପାଇଁ ପ୍ରଥମେ ଆପଣଙ୍କୁ ହ୍ୱାଟ୍ସଆପ୍ ଖୋଲିବାକୁ ପଡିବ । ଏହା ପରେ ଆପଣଙ୍କୁ ସେଟିଂ ଅପ୍ସନକୁ ଯିବାକୁ ହେବ । ଏଠାରେ ଆପଣଙ୍କୁ ଷ୍ଟୋରେଜ୍ ଓ ଡାଟା ଅପ୍ସନ୍ ଉପରେ କ୍ଲିକ୍ କରିବାକୁ ହେବ । ବର୍ତ୍ତମାନ ସେଠାରେ ଆପଣ ଅଟୋମେଟିକ ମିଡିଆ ଡାଉନଲୋଡ ଅପ୍ସନ ପାଇବେ, ଯାହାକୁ ଆପଣ ଅଫ କରିପାରିବେ । ଏହି ଉପାୟରେ ଆପଣ ହ୍ୟାକରମାନଙ୍କ ପ୍ରବେଶକୁ ସହଜରେ ରୋକି ପାରିବେ ।