Dream Reality: ସ୍ବପ୍ନଶାସ୍ତ୍ର ଅନୁସାରେ, ସ୍ବପ୍ନରେ ଦେଖାଯାଉଥିବା ପ୍ରତ୍ୟେକ ଜିନିଷ ଆମ ଜୀବନ ସହିତ ଜଡ଼ିତ ଥାଏ। କିନ୍ତୁ ଅନେକ ସମୟରେ ସ୍ବପ୍ନରେ ଏମିତି କିଛି ଜିନିଷ ଦେଖାଯାଏ, ଯାହାକି ଭବିଷ୍ୟତ ବିଷୟରେ ସୂଚନା ଦିଏ। କିଛି ସ୍ବପ୍ନ ଅଶୁଭ ହୋଇଥିବାବେଳେ ଆଉ କିଛି ବେଶ୍‌ ଶୁଭ ସଙ୍କେତ ନେଇ ଆସିଥାନ୍ତି। ତେବେ ସ୍ବପ୍ନରେ ଦୀପ ଦେଖିବା ଦ୍ବାରା କ’ଣ ସବୁ ସୂଚନା ମିଳିଥାଏ, ଆସନ୍ତୁ ଜାଣିବା। 


COMMERCIAL BREAK
SCROLL TO CONTINUE READING

ସ୍ବପ୍ନଶାସ୍ତ୍ର ଅନୁସାରେ, ଯଦି ସ୍ବପ୍ନରେ ନିଜେ କିମ୍ବା ଆଉ କିଏ ଦୀପ ଜଳାଉଥିବାର ଦେଖିବେ, ତା’ହେଲେ ଏହା ଜୀବନରେ କିଛି ନୂଆ ସମ୍ପର୍କ ଗଢ଼ି ଉଠିବା ଓ କୌଣସି ନୂତନ କାମ ଆରମ୍ଭ କରିବା ପାଇଁ ସଙ୍କେତ ଦେଇଥାଏ। ଏହା ବହୁତ ଶୁଭ ହୋଇଥାଏ। ଏହାଦ୍ବାରା ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିଥାଏ। ଏଭଳି ସ୍ବପ୍ନର ଆଉ ଏକ ଅର୍ଥ ହେଉଛି, ଅବିବାହିତମାନଙ୍କୁ ଜୀବନସାଥୀ ମିଳିଥାଏ। ଚାକିରି ସନ୍ଧାନରେ ଥିଲେ, ଏହି ସ୍ବପ୍ନ ହେଉଛି ଏକ ଶୁଭ ସଙ୍କେତ।


ନିର୍ବାପିତ ଦୀପ-
ସ୍ବପ୍ନରେ ଲିଭିଯାଇଥିବା ଦୀପ ଦେଖିବା ଅଶୁଭ ହୋଇଥାଏ। ଭବିଷ୍ୟତ ପାଇଁ ଏହା ଶୁଭ ସଙ୍କେତ ନୁହେଁ। ଏହି ସ୍ବପ୍ନ ସୂଚନା ଦେଇଥାଏ ଯେ, ଭବିଷ୍ୟତରେ କୌଣସି କାମ ବିଗିଡ଼ିଯାଇପାରେ। ମାନସିକ ଅବସାଦ ଓ ଧନହାନିର ଆଶଙ୍କା ଥାଏ। ଜ୍ୟୋତିଷଶାସ୍ତ୍ର ଅନୁସାରେ, ଲିଭିଯାଇଥିବା ଦୀପକୁ ସ୍ବପ୍ନରେ ଦେଖିବାର ଅର୍ଥ ହେଉଛି, ଇଚ୍ଛାଶକ୍ତିର ହ୍ରାସ, ମାନସମ୍ମାନ ହାନି, ଶାରୀରିକ ସମସ୍ୟା ଓ ବିଫଳତା। ଜଳୁଥିବା ଦୀପକୁ ନିଜେ ଲିଭାଇ ଦେଉଥିବାର ସ୍ବପ୍ନ ଦେଖିବାର ଅର୍ଥ ହେଉଛି – ସ୍ବାସ୍ଥ୍ୟ ସମ୍ପର୍କିତ କୌଣସି ସମସ୍ୟାର ସମ୍ମୁଖୀନ ହେବା କିମ୍ବା ନିଜ ଲୋକଙ୍କ ମୃତ୍ୟୁର ସଙ୍କେତ ପାଇବା।


ଏକାଧିକ ଦୀପ-
ସ୍ବପ୍ନରେ ଅନେକଗୁଡ଼ିଏ ଦୀପ ଜଳୁଥÒବାର ଦେଖÒଲେ, ତାହା ଜୀବନରେ ଅପାର ସଫଳତା ଆସିବାର ସଙ୍କେତ ଦେଇଥାଏ। କିନ୍ତୁ ଏଥିପାଇଁ ବ୍ୟକ୍ତିଙ୍କୁ ପରିଶ୍ରମ କରିବାକୁ ହେବ।


Writing By- Tapasa gyanadarsini samal


Also Read- Mangal Gochar 2024: ୨୦୨୪ରେ ୭ଥର ମଙ୍ଗଳଙ୍କ ରାଶି ପରିବର୍ତ୍ତନ, ୩ ରାଶିରେ ପଡିବ ପ୍ରଭାବ


Also Read- ବାସି ଭାତ ଖାଉଥିଲେ ସାବଧାନ! ହୋଇପାରେ ଏହି ସମସ୍ୟା