Mangal Gochar 2024: ୨୦୨୪ରେ ୭ଥର ମଙ୍ଗଳଙ୍କ ରାଶି ପରିବର୍ତ୍ତନ, ୩ ରାଶିରେ ପଡିବ ପ୍ରଭାବ
Advertisement
Article Detail0/zeeodisha/odisha2274786

Mangal Gochar 2024: ୨୦୨୪ରେ ୭ଥର ମଙ୍ଗଳଙ୍କ ରାଶି ପରିବର୍ତ୍ତନ, ୩ ରାଶିରେ ପଡିବ ପ୍ରଭାବ

Mangal Gochar 2024: ମଙ୍ଗଳଙ୍କ ନକରାତ୍ମକ ପ୍ରଭାବ ବିଶେଷ କରି ୩ଟି ରାଶିର ବ୍ୟକ୍ତିଙ୍କ ଉପରେ ପଡିପାରେ । ଆସନ୍ତୁ ଜାଣିବା ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀଙ୍କ ସୂଚନା ମୁତାବକ କେଉଁ ରାଶିର ବ୍ୟକ୍ତିଙ୍କୁ ମଙ୍ଗଳ ଚଳନ ସମୟରେ ସତର୍କ ରହିବାକୁ ହେବ ।

Mangal Gochar 2024: ୨୦୨୪ରେ ୭ଥର ମଙ୍ଗଳଙ୍କ ରାଶି ପରିବର୍ତ୍ତନ, ୩ ରାଶିରେ ପଡିବ ପ୍ରଭାବ

Mangal Gochar 2024: ବୈଦିକ ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ୨୦୨୪ ମସିହାରେ ଗ୍ରହମାନଙ୍କର ସେନାପତି ମଙ୍ଗଳ ପ୍ରାୟ ୭ ଥର ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଆପଣଙ୍କୁ କହିରଖିବାକୁ ଚାହୁଁ ଯେ, ମଙ୍ଗଳ ଗ୍ରହ ୦୧ ଜୁନ ଦ୍ୱିପହର ୩ଟା ୫୨ ରେ ମେଷ ରାଶିରେ ଚଳନ କରିଛନ୍ତି । ମଙ୍ଗଳଙ୍କ ପରବର୍ତ୍ତି ରାଶି ପରିବର୍ତ୍ତନ ଜୁଲାଇ ୧୨ ରେ ହେବାକୁ ଯାଉଛି ।  ଏହାର ପ୍ରଭାବରେ ବିଶେଷ କରି ୩ଟି ରାଶିର ଲୋକଙ୍କୁ ସତର୍କ ରହିବାର ଆବଶ୍ୟକତା ରହିଛି । ମଙ୍ଗଳଙ୍କ ନକରାତ୍ମକ ପ୍ରଭାବ ବିଶେଷ କରି ୩ଟି ରାଶିର ବ୍ୟକ୍ତିଙ୍କ ଉପରେ ପଡିପାରେ । ଆସନ୍ତୁ ଜାଣିବା ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀଙ୍କ ସୂଚନା ମୁତାବକ କେଉଁ ରାଶିର ବ୍ୟକ୍ତିଙ୍କୁ ମଙ୍ଗଳ ଚଳନ ସମୟରେ ସତର୍କ ରହିବାକୁ ହେବ ।

ମିଥୁନ ରାଶି
ଆପଣଙ୍କ ପାଇଁ ମଙ୍ଗଳଙ୍କ ରାଶି ପରିବର୍ତ୍ତନ ଅନୁକୂଳ ପ୍ରମାଣିତ ହେବ ନାହିଁ। ଆପଣଙ୍କୁ ଜୁନ୍ ମାସରେ ବିଶେଷ ଭାବେ ସତର୍କ ରହିବାକୁ ପଡିବ । ଜ୍ୟୋତିଷଙ୍କ ଅନୁଯାୟୀ ଆପଣ ଅଫିସ୍ ପଲିଟିକ୍ସଠାରୁ ଦୂରରେ ରହିବା ଉଚିତ୍ । ଆର୍ଥିକ ପ୍ରସଙ୍ଗରେ ମଧ୍ୟ ସତର୍କ ରହିବାର ଆବଶ୍ୟକତା ରହିଛି । ଆପଣ ଆର୍ଥିକ ସଙ୍କଟର ସାମ୍ନା କରିପାରନ୍ତି । କୌଣସି କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ । ଖର୍ଚ୍ଚ ବଢିପାରେ । କ୍ୟାରିୟରରେ ଉତ୍ଥାନ-ପତନ ଲାଗି ରହିବ ।

ତୁଳା ରାଶି
ଜ୍ୟୋତିଷଙ୍କ ମତ ଅନୁଯାୟୀ, ମଙ୍ଗଳ ଗ୍ରହଙ୍କ ରାଶି ପରିବର୍ତ୍ତନ ଆପଣଙ୍କ କ୍ୟାରିୟର କ୍ଷେତ୍ରକୁ ପ୍ରଭାବିତ କରିବ । କ୍ୟାରିୟରରେ ବିଭିନ୍ନ ପ୍ରକାରର ସମସ୍ୟା ସୃଷ୍ଟି ହୋଇପାରେ । ଏହା ବ୍ୟତୀତ କୋର୍ଟ କଚେରୀ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଉପୁଜିପାରେ । ଆପଣଙ୍କ ଆଖପାଖର ଲୋକଙ୍କଠାରୁ ସତର୍କ ରୁହନ୍ତୁ । ଏଥିସହ ନକାରାତ୍ମକ ଚିନ୍ତାଧାରା ଠାରୁ ଦୂରେଇ ରୁହନ୍ତୁ । କୌଣସି ବ୍ୟକ୍ତିଙ୍କୁ ଟଙ୍କା ଉଧାର ଦିଅନ୍ତୁ ନାହିଁ ନଚେତ ସମସ୍ୟାରେ ପଡିପାରନ୍ତି ।

କୁମ୍ଭ ରାଶି
ଆପଣଙ୍କୁ ଜୁନ ମାସ ସମେତ ଜୁଲାଇ ୧୨ ପର୍ଯ୍ୟନ୍ତ ସତର୍କ ରହିବାକୁ ହେବ । ଟଙ୍କା ସମ୍ବନ୍ଧୀୟ ପ୍ରସଙ୍ଗରେ ଶୀଘ୍ର କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ । ପାରିବାରିକ ସମସ୍ୟା ଉପୁଜିପାରେ । ମାନସିକ ସ୍ତରରେ ଦୁର୍ବଳ ହୋଇପାରନ୍ତି । ପରିବାର ସଦସ୍ୟଙ୍କ ସହିତ କୌଣସି ପ୍ରକାର ଯୁକ୍ତି ତର୍କ କରନ୍ତୁ ନାହିଁ ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)

Also Read- ବାସି ଭାତ ଖାଉଥିଲେ ସାବଧାନ! ହୋଇପାରେ ଏହି ସମସ୍ୟା

Also Read- Budh Gochar 2024: ବୃଷ ରାଶିରେ ବୁଧ ଚଳନ, ଜାଣନ୍ତୁ କାହାର ହେବ ଲାଭ ଏବଂ କିଏ ସହିବ କ୍ଷତି