ନୂଆଦିଲ୍ଲୀ: ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନୂଆଦିଲ୍ଲୀ ସ୍ଥିତ ଭାରତ ମଣ୍ଡପମ୍‌ରେ ଆୟୋଜିତ ଭାରତ ଆନ୍ତର୍ଜାତିକ ବାଣିଜ୍ଯ ମେଳାରେ ଓଡ଼ିଶା ମଣ୍ଡପ ପରିଦର୍ଶନ କରିଛନ୍ତି। ଆଜି ମେଳା ପରିସରରେ 'ଓଡ଼ିଶା ରାଜ୍ୟ ଦିବସ' ପାଳନ କରାଯାଇଥିଲା। ଏହି ଅବସରରେ ଓଡ଼ିଶାର ବିଭିନ୍ନ କଳାକାର ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଭାରତ ମଣ୍ଡପମ୍‌ର ମୁକ୍ତାକାଶ ରଙ୍ଗମଞ୍ଚରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ଯମନ୍ତ୍ରୀ ମୁଖ୍ଯ ଅତିଥି ଭାବରେ ଯୋଗଦାନ କରିଥିଲେ। 


COMMERCIAL BREAK
SCROLL TO CONTINUE READING

 



ଏହି ଅବସରରେ ରାଜ୍ୟ ସରକାରଙ୍କ ମାସିକ ମୁଖପତ୍ର ଓଡ଼ିଶା ରିଭ୍ୟୁ ଏବଂ ଉତ୍କଳ ପ୍ରସଙ୍ଗର ସ୍ବତନ୍ତ୍ର ସଂସ୍କରଣକୁ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଧାୟକ ଆକାଶ ଦାସ ନାୟକ, ବିଧାୟକ ଇରାଶିଷ ଆଚାର୍ଯ୍ଯ, ପ୍ରମୁଖ ଆବାସିକ ଆୟୁକ୍ତ, ସ୍ବତନ୍ତ୍ର ଆବାସିକ ଆୟୁକ୍ତ, ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକଙ୍କ ସମେତ ଅଧିକାରୀମାନେ ଉପସ୍ଥିତ ଥିଲେ। 


Also Read- Sprouted Potatoes Side Effects: ଗଜା ଆଳୁ ଖାଉଛନ୍ତି ? ହୋଇପାରେ ଏହି କ୍ଷତି


Also Read- ୩ ଜିଲ୍ଲାରେ ହେବ ଘନ କୁହୁଡି, ସତର୍କ କରାଇଲା IMD