Weather Update: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ (Heatwave)। ଖରା ନୁହେଁ ଆକାଶରୁ ବର୍ଷୁଛି ନିଆଁ ! ଦିନ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇ ପଡୁଛି । କୌଣସି ଜରୁରୀ କାମ ନଥିଲେ ଘରୁ କେହି ପଦାକୁ ଯିବାକୁ ମନ ବଳାଉ ନାହାଁନ୍ତି । ସୋନପୁରରେ ସର୍ବାଧିକ ୪୫.୭ ଡ଼ିଗ୍ରୀ,ବୌଦ୍ଧରେ ୪୫.୫ ଡ଼ିଗ୍ରୀ, ସମ୍ବଲପୁର ୪୫.୪ ଡ଼ିଗ୍ରୀ, ହୀରାକୁଦରେ ୪୫.୧ ଡ଼ିଗ୍ରୀ ଏବଂ ବଲାଙ୍ଗୀର ରେ ୪୫ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି (Heatwave In Odisha)। ଏବଂ  ଭୁବନେଶ୍ୱରର ତାପାମାତ୍ରା ୪୪ ଡିଗ୍ରୀ ଉପରେ ରହିଛି । ତେବେ, ଆଗାମୀ ତିନି ଦିନ ଯାଏଁ ତାମପାତ୍ରାରେ ସେଭଳି କିଛି ପରିବର୍ତ୍ତନ ହେବ ନାହିଁ। ଏବଂ ଆଗାମୀ ୨ ଦିନ ଭିତରେ ୩ ରୁ ୫ ଡ଼ିଗ୍ରୀ ଯାଏଁ  ତାପମାତ୍ରା କମିବାର ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୨୧ରୁ ଗ୍ରୀଷ୍ମ ପ୍ରବାହ କମିପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର (IMD) ପକ୍ଷରୁ କୁହାଯାଇଛି। 


COMMERCIAL BREAK
SCROLL TO CONTINUE READING

 Also Read: Health Tips: ଖରାଦିନେ ଏମିତି ନିଅନ୍ତୁ ନିଜ ଶିଶୁର ଯତ୍ନ, ଜାଣି ରଖନ୍ତୁ ଏହି ସବୁ ଟିପ୍ସ


 Also Read: Mangal Gochar 2023: ସିଂହ ରାଶିରେ ପ୍ରବେଶ କରିବେ ମଙ୍ଗଳ, ଖୋଲିଯିବ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ମାଟି ଧରିଲେ ହେବ ସୁନା !


ସୋନପୁର ରେ ସର୍ବାଧିକ ୪୫.୭ ଡ଼ିଗ୍ରୀ



ଆଜି ଦିନ ୨ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା:


ସମ୍ବଲପୁର: ୪୫ ଡ଼ିଗ୍ରୀ
ଝାରସୁଗୁଡା: ୪୪.୪ ଡ଼ିଗ୍ରୀ
ଭୁବନେଶ୍ୱର: ୪୪ ଡ଼ିଗ୍ରୀ
ହୀରାକୁଦ:୪୪ ଡ଼ିଗ୍ରୀ
ଚାନ୍ଦବାଲି: ୩୬.୨ ଡ଼ିଗ୍ରୀ
ଗୋପାଳପୁର: ୩୫ ଡ଼ିଗ୍ରୀ
ପାରାଦୀପ: ୩୪.୨ ଡ଼ିଗ୍ରୀ
ପୁରୀ: ୩୪ ଡ଼ିଗ୍ରୀ
ବାଲେଶ୍ୱର: ୩୩.୪ ଡ଼ିଗ୍ରୀ
କେନ୍ଦୁଝର: ୩୦.୪ ଡ଼ିଗ୍ରୀ


 


ଏହି ଦିନ ଓଡି଼ଶା ଛୁଇଁପାରେ ମୌସୁମୀ ବାୟୁ:


ରାଜ୍ୟରୁ ଚଳିତ ଥର ବିଳମ୍ବରେ ଆସିବ ମୌମୁମୀ । ଜୁନ୍‌ ପହିଲାରେ ମୌସୁମୀ କେରଳ ଛୁଇଁଲେ ଏହାର ୧୦ରୁ ୧୨ଦିନ ମଧ୍ୟରେ ଓଡ଼ିଶାରେ ସ୍ପର୍ଶ କରିଥାଏ। ଯଦି କୌଣସି କାରଣରୁ ମୌସୁମୀ ଆସିବାରେ ବାଧାପ୍ରାପ୍ତ ହୋଇ ନିଷ୍କ୍ରିୟ ରହିଲା ତେବେ ୧୬ରୁ ୧୮ତାରିଖ ଭିତରେ ମୌସୁମୀ ଆସିଯାଏ। ଚଳିତ ବର୍ଷ ମୌସୁମୀ ବାୟୁ ରାଜ୍ୟକୁ କେବେ ପ୍ରବେଶ କରିବ ତା’ଉପରେ ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ। କିନ୍ତୁ ପାଣିପାଗ ବିଶେଷଜ୍ଞଙ୍କ ମତ, ୨୩ ତାରିଖ ପରେ ରାଜ୍ୟରେ ମୌସୁମୀ ଛୁଇଁବାର ସମ୍ଭାବନା ରହିଛି। ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଆସନ୍ତା ୨୩ ବେଳକୁ ରାଜ୍ୟରେ ମୌସୁମୀ ବର୍ଷା ହେବା ସମ୍ଭାବନା ରହିଛି। ୧୯ରୁ ୨୨ତାରିଖ ମଧ୍ୟରେ କେତେକ ସ୍ଥାନରେ ପ୍ରାକ୍ ମୌସୁମୀ ବର୍ଷାର ସମ୍ଭାବନା ରହିଛି। 


ଖରାର ପ୍ରକୋପରୁ ରକ୍ଷା ପାଇବା ପାଇଁ ଲୋକେ ଜରୁରୀ କାମ ନଥିଲେ ଘରୁ ବାହାରୁ ନାହାଁନ୍ତି । ସକାଳ ୮ଟା ପରଠୁ ରାସ୍ତା ଖାଁ ଖାଁ ଲାଗୁଛି। ଘରୁ ପଦାକୁ ଯିବା ସମୟରେ ଲୋକେ ମୁଣ୍ତରେ ଗାମୁଛା, କଳା ଚଷମା, ଟୋପି ଆଦି ବ୍ୟବହାର କରୁଛନ୍ତି। ଥଣ୍ତା ପାଣି ଓ ସରବତ ପିଇବା ପାଇଁ ଲୋକେ ଲସି ଦୋକାନରେ ଭିଡ ଜମାଉଛନ୍ତି। ଆଉ କେତେକ ଲୋକେ ଗଛ ମୂଳେ ଆଶ୍ରୟ ନେଉଛନ୍ତି । ଅନ୍ୟପଟେ ବାରମ୍ବାର ବିଦ୍ୟୁତ୍ କାଟ ଯୋଗୁଁ ଲୋକେ ଗରମରେ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି ।