Mangal Gochar 2023: ସିଂହ ରାଶିରେ ପ୍ରବେଶ କରିବେ ମଙ୍ଗଳ, ଖୋଲିଯିବ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ମାଟି ଧରିଲେ ହେବ ସୁନା !
Advertisement
Article Detail0/zeeodisha/odisha1742119

Mangal Gochar 2023: ସିଂହ ରାଶିରେ ପ୍ରବେଶ କରିବେ ମଙ୍ଗଳ, ଖୋଲିଯିବ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ମାଟି ଧରିଲେ ହେବ ସୁନା !

Mangal Gochar 2023: ଦୀର୍ଘ ଦଶନ୍ଧି ପରେ ପଡ଼ୁଛି ଏହି ମହାସଂଯୋଗ । କର୍କଟ ରାଶି ଛାଡି ମଙ୍ଗଳ ସିଂହ ରାଶିରେ ପ୍ରବେଶ କରିବାକୁ ଯାଇଛନ୍ତି (Mangal Gochar 2023)। ଫଳରେ ମଙ୍ଗଳଙ୍କ ସିଂହ ରାଶିକୁ ଚଳନ ହେତୁ, କିଛି ରାଶି ଉପରେ ଏହାର ଖରାପ ପ୍ରଭାବ ପଡି଼ବାକୁ ଥିବା ବେଳେ ଆଉ କିଛି ରାଶି ଶୁଭ ଫଳ ପାଇବେ। ତେବେ, ସିଂହ ରାଶିକୁ ମଙ୍ଗଳ ଚଳନ ହେତୁ ଏହି ଚାରି ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ଆସିବ। 

ସୌଜନ୍ୟ- ସୋସିଆଲ ମିଡ଼ିଆ

Mangal Gochar 2023: ପ୍ରତ୍ୟକ ଗ୍ରହ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରିବା ପାଇଁ ନିର୍ଦ୍ଦିଷ୍ଟ ସମୟ ନେଇଥାଆନ୍ତି। ମଙ୍ଗଳ (Mars Transit 2023)ଗ୍ରହ ମାନଙ୍କର  ସେନାପତି ବୋଲି ବିବେଚନା କରାଯାଏ । ତେବେ, ମଙ୍ଗଳ (Mars Transit) ବର୍ତ୍ତମାନ କର୍କଟ ରାଶିରେ ଅଛନ୍ତି । ଜୁଲାଇ ୧ରେ ମଙ୍ଗଳ କର୍କଟ ଛାଡି଼ ସିଂହ ରାଶିକୁ ଚଳନ କରିବେ। ଏବଂ ସିଂହ ରାଶିରେ ମଙ୍ଗଳ ଅଗଷ୍ଟ ୧୮ ,୨୦୨୩ ପର୍ଯ୍ୟନ୍ତ ରହିବେ। ଫଳରେ ମଙ୍ଗଳଙ୍କ ସିଂହ ରାଶିକୁ ଚଳନ ହେତୁ, କିଛି ରାଶି ଉପରେ ଏହାର ଖରାପ ପ୍ରଭାବ ପଡି଼ବାକୁ ଥିବା ବେଳେ ଆଉ କିଛି ରାଶି ଶୁଭ ଫଳ ପାଇବେ। ତେବେ, ସିଂହ ରାଶିକୁ ମଙ୍ଗଳ ଚଳନ ହେତୁ କିଛି ରାଶର ବ୍ୟକ୍ତିଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ଆସିବ। 

ଏହି ସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ହେବ ଧନର ବର୍ଷା ! :

ସିଂହ: ମଙ୍ଗଳ ସିଂହ ରାଶିରେ ପ୍ରବେଶ କରିବା ହେତୁ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ସୁନା ପରି ଚମକିବ । ଆର୍ଥିକ ସ୍ଥିତି ମଜବୁତ ହେବା ସହ କ୍ୟାରିୟରରେ ଆଶାତିତ ସଫଳତା ପାଇବେ । କର୍ମକ୍ଷେତ୍ରରେ ନୂତନ ଦାୟିତ୍ବ ଆପଣଙ୍କୁ ମିଳିପାରେ। ସମାଜରେ ପ୍ରତିଷ୍ଠା,ସମ୍ମାନ ବୃଦ୍ଧି ପାଇବ। ମଙ୍ଗଳଙ୍କ ସ୍ଥିତି ଏହି ରାଶିରେ ମଜବୁତ ଥିବାରୁ ଦାରିଦ୍ରତା ଆପଣଙ୍କ ପାଖ ମାଡିବନି। କିନ୍ତୁ ଆପଣଙ୍କ କ୍ରୋଧ ଆପଣଙ୍କୁ ନିୟନ୍ତ୍ରଣରେ ରଖିବାକୁ ପଡିବ। ନଚେତ ଏହା ଆପଣଙ୍କୁ ବିପଦରେ ପକାଇପାରେ।  

Also Read: Odisha Train Accident: ୧୫ ଦିନ ଧରି ଜୀବନ ସହ ସଂଗ୍ରାମ କରୁଥିଲେ, ହେଲେ ଆଜି SCBରେ ଆଖି ବୁଜିଲେ ଆଉ ଜଣେ ଆହତ

Also Read: Road Accident: ଅଧା ରହିଲା ଦିଅଁ ଦର୍ଶନ, ଭ୍ୟାନକୁ ପିଟିଲା କାର୍, ଚାଲିଗଲା ୪ ଜୀବନ

ମେଷ: ମଙ୍ଗଳଙ୍କ ସିଂହ ରାଶିରେ ପ୍ରବେଶ ମେଷ ରାଶିର ଲୋକଙ୍କୁ ଶୁଭଫଳ ପ୍ରଦାନ କରିବ। ଏହି ସମୟରେ ହଠାତ୍ କେଉଁ ଆଡୁ ଆପଣଙ୍କୁ ଧନଲାଭର ଯୋଗ ରହିଛି ।  ଆର୍ଥିକ ସ୍ଥିତି ସୁଦୃଢ ହେବା ସହିତ ଆପଣ ଏହି ସମୟରେ ନୂଆ ଗାଡି ବା ଜମି କିମ୍ବା ଘର କ୍ରୟ କରିପାରିବେ। ଏହି ମାସରେ ଆପଣ ଅଧିକ ଦାମୀ ଜିନିଷ କିଛି କିଣି ଘରକୁ ଆଣିପାରିବେ। ଏପରିକି କର୍ମ କ୍ଷେତ୍ରରେ ପଦୋନ୍ନତି ମିଳିବାର ବେଶ୍ ସମ୍ଭାବନା ରହିଛି । ଏପରିକି ଏହି ସମୟରେ ଏହି ରାଶି ଲୋକଙ୍କ ପାଇଁ ଶୁଭ ସମୟ ଆସିଛି । ବିବାହର ଯୋଗ ମଧ୍ୟ ସୃଷ୍ଟି ହୋଇଛି।  ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଆସିବ ।  

କର୍କଟ: ସ୍ବାସ୍ଥ୍ୟ ଜନିତ ସମସ୍ୟା ଦୂର ହେବା ସହ ଆପଣଙ୍କୁ ନୂତନ ନିଯୁକ୍ତି ମଧ୍ୟ ମିଳିବାର ସମ୍ଭାବନା ରହିଛି । ଆପଣ ଏହି ସମୟରେ ନୂଆ ବ୍ୟବସାୟ ମଧ୍ୟ ଆରମ୍ଭ କରିପାରିବେ। ଯାହା ଆପଣଙ୍କୁ ବେଶ୍ ଅଧିକ ଲାଭ ଦେବ । ଏପରିକି ଆପଣ ଏହି ସମୟରେ ବ୍ୟବସାୟ ପାଇଁ କୌଣସି ନୂଆ ଡିଲ୍ ମଧ୍ୟ କରିପାରିବେ। ଆପଣଙ୍କର ଆର୍ଥିକ ସ୍ଥିତିରେ ବହୁତ ଉନ୍ନତି  ଆସିବ। ଏହି ସମୟରେ, ଆପଣ ସମସ୍ତ କାର୍ଯ୍ୟରେ ନିଜ ଜୀବନ ସାଥୀଙ୍କ ଠାରୁ ପୂର୍ଣ୍ଣ ସମର୍ଥନ ପାଇବେ। ଆପଣଙ୍କ ରାଶିରେ ମଙ୍ଗଳଙ୍କ ସ୍ଥିତି ମଜବୁତ ଥିବାରୁ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ଟଙ୍କାର ବର୍ଷା ହେବ । ଘରେ ସୁଖ ସମୃଦ୍ଧି ବୃଦ୍ଧି ଘଟିବ।

ତୁଳା: ତେବେ, ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ମଧ୍ୟ ବଡ ପରିବର୍ତ୍ତନ ଆସିବ। ସମସ୍ତ କ୍ଷେତ୍ରରେ ଏହି ରାଶିର ଲୋକଙ୍କୁ ସଫଳତା ମିଳିବ। କର୍ମକ୍ଷେତ୍ରରେ ଆପଣଙ୍କୁ ପଦୋନ୍ନତି ମିଳିବା ସହ ନୂଆ ଚାକିରି ମିଳିବାର ମଧ୍ୟ ସମ୍ଭାବନା ରହିଛି । କମ୍ପିଟେଟିଭ୍ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କୁ ଶୁଭଫଳ ପ୍ରାପ୍ତିହେବ। ମନେରଖନ୍ତୁ ଯେ, ଆପଣ ଏହି ସମୟରେ କାହା ସହିତ ଶତ୍ରୃତା କରନ୍ତୁ ନାହିଁ । ନଚେତ୍ ଆପଣଙ୍କୁ ଏହି ଶତ୍ରୃତା କରିବା ଭାରି ପଡିପାରେ। ଏହା ସହିତ ଆପଣଙ୍କର ଆର୍ଥିକ ସ୍ଥିତି ମଧ୍ୟ ଦିର୍ଘ ଏକ ମାସ ପର୍ଯ୍ୟନ୍ତ ଠିକ୍ ରହିବ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ।)