ନୂଆଦିଲ୍ଲୀ ; ଯଦି ଆପଣ ଜଣେ ଡିମାଟ୍ ଆକାଉଣ୍ଟ୍ ଧାରକ ଏବଂ ମ୍ୟୁଚୁଆଲ୍ ଫଣ୍ଡ୍ (Mutual fund) ନିବେଶକ ତେବେ ଏହା ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର । ବାସ୍ତବରେ, ଦେଶର ବଜାର ନିୟାମକ ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ୍ ବୋର୍ଡ ଅଫ୍ ଇଣ୍ଡିଆ ଯଥା SEBI ଡିମାଟ୍ ଆକାଉଣ୍ଟ ଏବଂ ମ୍ୟୁଚୁଆଲ୍ ଫଣ୍ଡ ଆକାଉଣ୍ଟରେ ନୋମିନୀ ଯୋଡ଼ିବାକୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ସମୟ ଦେଇଛି । ଅର୍ଥାତ, ଯଦି ଆପଣ ଏପର୍ଯ୍ୟନ୍ତ ଆପଣଙ୍କର ଡିମାଟ୍ ଆକାଉଣ୍ଟ୍ ଏବଂ ମ୍ୟୁଚୁଆଲ୍ ଫଣ୍ଡ ଆକାଉଣ୍ଟରେ ନୋମିନି ଯୋଡି ନାହାଁନ୍ତି, ତେବେ ୩୧ ଡିସେମ୍ବର ସୁଦ୍ଧା ଏହା କରି ନିଅନ୍ତୁ, ନଚେତ୍ ଆପଣଙ୍କ ଆକାଉଣ୍ଟ (Account) ବନ୍ଦ ହୋଇପାରେ ।


COMMERCIAL BREAK
SCROLL TO CONTINUE READING

ବଜାର ନିୟାମକ SEBI ଦ୍ବାରା ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ନିବେଶକମାନଙ୍କୁ ସେମାନଙ୍କର ସମ୍ପତ୍ତିକୁ ସୁରକ୍ଷିତ ରଖିବା ଏବଂ ସେମାନଙ୍କୁ ସେମାନଙ୍କର ଆଇନଗତ ଉତ୍ତରାଧିକାରୀମାନଙ୍କୁ ହସ୍ତାନ୍ତର କରିବା । ଡିମାଟ୍ ଆକାଉଣ୍ଟ୍ ଧାରକମାନେ ଯେଉଁମାନେ ନୋମିନୀଙ୍କ ବିବରଣୀ ଦାଖଲ କରିସାରିଛନ୍ତି ସେମାନେ ଏହାକୁ ପୁନର୍ବାର ଦାଖଲ କରିବା ଆବଶ୍ୟକ ନାହିଁ । ଡୀମାଟ୍ ଆକାଉଣ୍ଟରେ ନୋମିନୀଙ୍କ ନାମ ଯୋଡିବା ସହଜ । ଏହା ଅନଲାଇନରେ କରାଯାଇପାରିବ । ଇ-ଦସ୍ତଖତ ସୁବିଧା ବ୍ୟବହାର କରି ନାମାଙ୍କନ କିମ୍ବା ଘୋଷଣା ଫର୍ମ ମଧ୍ୟ ଅନଲାଇନରେ ପୂରଣ କରାଯାଇପାରିବ ।


କାହାକୁ ମନୋନୀତ କରାଯାଇପାରିବ?
ପିତା, ମାତା, ସ୍ବାମୀ, ଭାଇ ଭଉଣୀ, ପିଲା କିମ୍ବା ଅନ୍ୟ କୌଣସି ବ୍ୟକ୍ତି ମନୋନୀତ ହୋଇପାରିବେ । ନାବାଳକଙ୍କୁ ମଧ୍ୟ ନୋମିନୀ ଭାବରେ ଯୋଡିହେବ । ତେବେ ନାବାଳିକା କିମ୍ୱା ନାବାଳକର ପିତାମାତାଙ୍କର ସବିଶେଷ ତଥ୍ୟ ଦେବାକୁ ପଡ଼ିବ । 


ସର୍ବପ୍ରଥମେ ଆପଣଙ୍କର ଡିମାଟ୍ ଆକାଉଣ୍ଟକୁ ଲଗ୍ ଇନ୍ କରନ୍ତୁ


‘Profile segment’କୁ ଯାଆନ୍ତୁ ଏବଂ ‘My nominees’କୁ ଯାଆନ୍ତୁ ।
‘add nominee’ କିମ୍ବା ‘opt-out’ ଚୟନ କରନ୍ତୁ
ସବିଶେଷ ତଥ୍ୟ ପୁରଣ କରନ୍ତୁ ଏବଂ ନୋମିନୀ ବ୍ୟକ୍ତିଙ୍କର ଏକ ID ପ୍ରମାଣପତ୍ର ଅପଲୋଡ୍ କରନ୍ତୁ ।
ନୋମିନୀଙ୍କ ଅଂଶକୁ ପ୍ରତିଶତରେ ପୂରଣ କରନ୍ତୁ ।


ଆଧାର OTP ଦେଇ ଡକ୍ୟୁମେଣ୍ଟକୁ ଇ-ସାଇନ୍ କରନ୍ତୁ ।


ନୋମିନୀ ବ୍ୟକ୍ତିଙ୍କ ତଥ୍ଯ ଯାଞ୍ଚ କରିବା ପରେ, ନୋମିନୀ ଯୋଡ଼ା ଯିବ।


Also Read- ବଲାଙ୍ଗିର SBI ମୁଖ୍ୟ ଶାଖାରେ ଟଙ୍କା ଗଣତି ଶେଷ, ମିଳିଲା ୩୦୫କୋଟି


Also Read-'I Love you ନିଜର ଯତ୍ନ ନେବ' ଲେଖି ଜୀବନ ହାରିଲେ ପ୍ରେମିକ