Winter Food: ନୂଆଦିଲ୍ଲୀ: ଭାରତୀୟମାନେ ଖାଦ୍ୟ ଏବଂ ପାନୀୟକୁ ବହୁତ ଭଲ ପାଆନ୍ତି। ଭାରତର ପ୍ରତ୍ୟେକ ଋତୁରେ ବିଭିନ୍ନ ପ୍ରକାରର ଖାଦ୍ୟର ସ୍ୱାଦ ନିଆଯାଇଥାଏ। କିନ୍ତୁ ଶୀତଋତୁ ଏକ ଭିନ୍ନ ସମୟ। ଥଣ୍ଡା ପାଗ ଆରମ୍ଭ ହେବା ସହିତ ଖାଦ୍ୟର ସ୍ୱାଦ ମଧ୍ୟ ବଦଳିଯାଏ। ଶୀତ ଋତୁ କେବଳ ଖାଇବା ପାଇଁ ନୁହେଁ ବରଂ ହଜମ ପାଇଁ ମଧ୍ୟ ଅନୁକୂଳ ଅଟେ। କାରଣ ଏହି ଋତୁରେ ଖାଦ୍ୟ ଭଲ ଭାବରେ ହଜମ ହୁଏ। ଏହି କାରଣ ହେଉଛି ଲୋକମାନେ ଖାଦ୍ୟ ଏବଂ ପାନୀୟ ପାଇଁ ଏହି ଋତୁକୁ ଉତ୍ସାହର ସହିତ ଅପେକ୍ଷା କରନ୍ତି। ଶୀତ ଦିନେ ସୋରିଷ ଶାଗ, ଗଜର କା ହାଲୱା, ଏବଂ ମକାରୋଟି ଭଳି ଜିନିଷ ପ୍ରତ୍ୟେକ ଘରେ ପ୍ରସ୍ତୁତ ଏବଂ ଉପଭୋଗ କରାଯାଏ।


COMMERCIAL BREAK
SCROLL TO CONTINUE READING

ଗଜାର ହାଲୁଆ ଏକ ପାରମ୍ପରିକ ମିଠା ଯାହା ଶୀତ ଋତୁରେ ପ୍ରତ୍ୟେକ ଘରେ ତିଆରି ହୋଇଥାଏ। ଗାଜର, ଶୁଖିଲା ଫଳ ଏବଂ କ୍ଷୀରରୁ ପ୍ରସ୍ତୁତ ଖାଇବା ଅତ୍ୟନ୍ତ ସ୍ୱାଦିଷ୍ଟ। ଉଲ୍ଲେଖଥାଉ କି, ପ୍ରତ୍ୟେକ ଋତୁରେ ଗାଜର ଉପଲବ୍ଧ। କିନ୍ତୁ ଶୀତଦିନିଆ ଗାଜରର ପ୍ରାକୃତିକ ମଧୁରତା ଏବଂ ଭଲ ରଙ୍ଗ ମଧ୍ୟ ଥାଏ। ସେଥିପାଇଁ ଥଣ୍ଡା ପାଗରେ ଗାଜର ହାଲୁଆ ଖାଇବାର ମଜା କିଛି ଭିନ୍ନ ହୋଇଥାଏ। ଲୋକମାନେ ଶୀତଦିନେ ଏହି ମିଠା ସ୍ୱାଦ ପାଇଁ ବର୍ଷସାରା ଅପେକ୍ଷା କରନ୍ତି।


ସେହିପରି ଶୀତ ଦିନେ ଅନେକ ପ୍ରକାରର ଶାଗ ବଜାରରେ ଉପଲବ୍ଧ ହୋଇଥାଏ। ପାଳଙ୍ଗ, ମେଥି, ବଥୁଆ ଭଳି ଅନେକ ପ୍ରକାରର ଶାଗ ବଜାରରେ ଉପଲବ୍ଧ ହୋଇଥାଏ। ଏହି ସମୟରେ ପଞ୍ଜାବର ପାରମ୍ପରିକ ବ୍ୟଞ୍ଜନ ହେଉଛି ମକା ରୁଟି। ବଟର ଲଗାଇ ଆପଣ ଢେରସାରା ରୁଟିର ମଜା ନେଇପାରିବେ। 


ସେହିପରି ଥଣ୍ଡା ଦିନରେ ମଟର ପରଟାର ମଧ୍ୟ ଆପଣ ମଜା ଉଠାଇପାରିବେ। ସକାଳ ଜଳଖିଆରେ ମଧ୍ୟ ଆପଣ ଏହାକୁ ଖାଇପାରିବେ। ଆଚାର କିମ୍ବା ଦହି ସହିତ ଏହାର ଲାଭ ଉଠାଇପାରିବେ। ଶୀତ ଦିନେ ମଟରରେ ପ୍ରସ୍ତୁତ କରନ୍ତୁ ଏହି ପରଟା। 


ଶୀତଦିନେ ଗୋନ୍ଦ ଲଡ୍ଡୁ ସ୍ୱାସ୍ଥ୍ୟ ପାଇଁ ବେଶ ଲାଭ ଦାୟକ ହୋଇଥାଏ। ଏହି ଲଡ୍ଡୁ ବର୍ଷର ପ୍ରାୟତଃ ସବୁ ସମୟରେ ଉପଲବ୍ଧ ହୋଇଥାଏ। କିନ୍ତୁ ଏହି ଲଡ୍ଡୁକୁ ଖାଇବା ଦ୍ୱାରା ଦେହକୁ ଗରମ ରଖିଥାଏ। ଏହି କାରଣରୁ ଏହାକୁ ଶୀତ ଦିନେ ଖାଇବା ସ୍ୱାସ୍ଥ୍ୟପାଇଁ ଲାଭଦାୟକ ହୋଇଥାଏ। ସବୁଠାରୁ ବଡ କଥା ହେଉଛି କି ଏହି ଲଡ଼ୁକୁ ଆପଣ ପ୍ରସ୍ତୁତ କରି ଦୀର୍ଘ ଦିନ ପର୍ଯ୍ୟନ୍ତ ସାଇତି କରି ରଖିପାରିବେ। 


ଅଧିକ ପଢନ୍ତୁ: T20 World Cup: ଭାରତ ବନାମ ପାକିସ୍ତାନ ଫାଇନାଲ ମ୍ୟାଚ୍ ପାଇଁ ଲେଖାସରିଛି ସ୍କ୍ରିପ୍ଟ, ମେଲବର୍ଣ୍ଣରେ ଅନ୍ତ ହେବ ୧୫ ବର୍ଷର ଅପେକ୍ଷା!


ଅଧିକ ପଢନ୍ତୁ: T20 World Cup: ପାକିସ୍ତାନର ବିଜୟ ପରେ ଭାରତ ପାଇଁ ଏକ ଖାସ ମେସେଜ ପଠାଇଲେ ଶୋଏବ ଅଖତର, ଏଠାରେ ଜାଣନ୍ତୁ


ଅଧିକ ପଢନ୍ତୁ: Nirav Modi Extradition: ନିରବ ମୋଦିଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କଲା ଲଣ୍ଡନ ହାଇକୋର୍ଟ, ଖୁବ ଶୀଘ୍ର ଅଣାଯିବ ଭାରତ