ଭୁବନେଶ୍ୱର: ମହାରାଷ୍ଟ୍ରର ଲାଲ୍‍ଗଡ଼ ଭାବେ ପରିଚିତ ଗର୍ଡ଼େଓ୍ୱାଡ଼ା। ସ୍ୱାଧୀନତା ପ୍ରାପ୍ତିର ୭୭ ବର୍ଷ ପରେ ବି ଏଠାର ଲୋକେ ପୁଲିସ କ’ଣ ଜାଣି ନଥିଲେ। ଥାନା ଦେଖି ନଥିଲେ। ଦେଖିଥିଲେ ତ ବାମପନ୍ଥୀ ଆତଙ୍କବାଦ ଓ ଲାଲ୍‍ ସଲାମ। ଆଜି କିନ୍ତୁ ଏଠାରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି। ବିନା କୌଣସି ସୂଚନାରେ ଆଜି ଗୋଟିଦିନ ଭିତରେ ସେଠାରେ ଏକ ନୂଆ ଥାନା ଖୋଲିଛି। ୧୫ଶହ ପୁଲିସ କର୍ମଚାରୀଙ୍କୁ ନେଇ ଖୋଲିଛି ଏହି ଥାନା। ପୁଣି ଏହି ୧୫୦୦ ପୁଲିସ ବଳଙ୍କୁ ସେଠାରେ ପହଞ୍ଚିଇବା ଲାଗି ୬୦୦ କମାଣ୍ଡୋଙ୍କୁ ଚାଲି ଚାଲି ଯିବାକୁ ପଡ଼ିଛି। ତାହା ପୁଣି ୬୦ କିଲୋମିଟର।


COMMERCIAL BREAK
SCROLL TO CONTINUE READING

ମହାରାଷ୍ଟ୍ର ଓ ଛତିଶଗଡ଼ ସୀମାରେ ରହିଛି ଗଡ଼ ଚିରୋଲି ଜିଲ୍ଲା। ଏହି ଜିଲ୍ଲାର ଅବୁଜମାଢ଼ କଥା କହିଲେ ଆଖି ଆଗରେ ମାଓବାଦୀଙ୍କ କାର୍ଯ୍ୟକଳାପ ତଥା ବାମପନ୍ଥୀ ଉଗ୍ରବାଦ କଥା ସାମ୍ନାକୁ ଚାଲି ଆସେ। ଏହି ଅଞ୍ଚଳରେ ପୁଲିସ ବା ଥାନାଟିଏ ନଥିବାରୁ ଲୋକଙ୍କୁ ଆଇନ ଶାସନ ଦେଖିବାକୁ ମିଳୁ ନଥିଲା। ଏହି ସମସ୍ୟାର ସମାଧାନ ଲାଗି ଅନେକ ସରକାର ଚେଷ୍ଟା କରି ବିଫଳ ହେବା ପରେ ଆଜି କିନ୍ତୁ କମାଣ୍ଡୋ ସହାୟତାରେ ସଫଳତା ମିଳିଛି। ୬୦୦ କମାଣ୍ଡୋ ଚାଲି ଚାଲି ରାସ୍ତାରେ ପଡ଼ଥିବା ପ୍ରତିରୋଧକକୁ କାଢ଼ି ସଫା କରିଥିଲେ। ୬୦ କିଲୋମିଟର ରାସ୍ତା ଏହି କମାଣ୍ଡୋ ଚାଲି ଚାଲି ଯାତ୍ରା କରିଥିଲେ। ୧୫୦୦ ପୁଲିସ କର୍ମଚାରୀ ତଥା ଶ୍ରମିକ ସେଠାରେ ପହଞ୍ଚି ଗୋଟିଏ ଦିନରେ ଥାନା ସ୍ଥାପନ କରିବା ସହ ସେଠାକୁ ସମସ୍ତ ପ୍ରକାର ଅତ୍ୟାବଶ୍ୟକ ସେବା ଯୋଗାଇଥିଲେ।  ଏହି ଥାନା ୭୫୦ ବର୍ଗ କିଲୋମିଟର ଅଞ୍ଚଳ ଉପରେ ଲକ୍ଷ୍ୟ ରଖିବାକୁ ଏବେ ସକ୍ଷମ। 


ପ୍ରତିବର୍ଷ ଏଠାରେ ବିସ୍ଫୋରଣ ଘଟେ। ୨୦୧୯ ନିର୍ବାଚନରେ ଏଠାରେ ହୋଇଥିବା ଭୟଙ୍କର ବିସ୍ଫୋରଣ ହେତୁ ନିର୍ବାଚନ ପରିଚାଳନା ବାଧା ପାଇଥିଲା। ପ୍ରତିବର୍ଷ ଏଠାରେ ମାଓ କାଯ୍ୟକଳାପ ଯୋଗୁ ଧନ ଜୀବନ ନଷ୍ଟ ହୋଇଥାଏ। ଭିତ୍ତିଭୂମି ଅଭାବ ଓ ବିରୋଧ ଯୋଗୁ ସରକାରଙ୍କ ସୁବିଧା ସୁଯୋଗ ଲୋକଙ୍କ ପାଖରେ ପହଞ୍ଚିବା ଅସମ୍ଭବ ଥିଲା। ଏବେ ପୁଲିସ ଏଠାରେ ସଂଯୋଗ ସ୍ଥାପନା ପାଇଁ ଏକ ବ୍ରିଜ୍‍ ନିର୍ମାଣ ଲକ୍ଷ୍ୟ ରଖିଛି। ଗତ କିଛି ବର୍ଷ ହେଲା ଗଡ଼ଚିରୋଲିରେ ୪ଟି ପୁଲିସଥାନା ଖୋଲାଯାଇଛି। ଏହି ଥାନା ଦ୍ୱାରା ଲୋକଙ୍କ ପାଖରେ ପ୍ରଶାସନିକ ସୁବିଧା ପହଞ୍ଚିବା ସହଜ ହୋଇପାରିବ ବୋଲି ଆଶା କରାଯାଇଛି।


Also Read- ପୁରୀ ପରିକ୍ରମା ପ୍ରକଳ୍ପ: ଜାନୁଆରୀ ୧୭ରେ ଘଣ୍ଟ, ଶଙ୍ଖନାଦ ସହ ଦୀପ ଜାଳିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ


Also Read- Odisha Festival: ଆଜି ପ୍ରସିଦ୍ଧ ଶୁଲିଆ ଯାତ୍ରା; ରକ୍ତରଞ୍ଜିତ ହେବ ପୀଠ