Dinosaur Eggs Found In Madhya Pradesh: ଭାରତରେ ଠାବ ହୋଇଛି "ଜୁରାସିକ୍ ପାର୍କ"! ଏକଥା ଶୁଣିବାକୁ ହୁଏତ ଆଶ୍ଚର୍ଯ୍ୟ ଲାଗୁ ଥାଇପାରେ। ହେଲେ ଏହା ଅନେକାଂଶରେ ସତ୍ୟ। ସଦ୍ୟ ମଧ୍ୟ ପ୍ରଦେଶର ଧାର ଜିଲ୍ଲାରେ ବୈଜ୍ଞାନିକ ଡାଇନୋସରର ୨୫୬ ଜୀବାଶ୍ମ ଅଣ୍ଡା ଏବଂ ଏହାର ବସା ଚିହ୍ନଟ କରିଛନ୍ତି। ଏହି ଜୀବାଶ୍ମ ଅଣ୍ଡା ଏକ ବୃହତ ଡାଇନୋସର ଟାଇଟାନୋସରର ବୋଲି କୁହାଯାଉଛି। ଏଭଳି ପ୍ରଜାତିର ଡାଇନୋସର 
ହେଉଛନ୍ତି ଶାକାହାରୀ। ଦିଲ୍ଲୀ ବିଶ୍ୱବିଦ୍ୟାଳୟ, ମୋହନପୁର-କୋଲକାତା  ଭୋପାଳସ୍ଥିତ ଇଣ୍ଡିଆନ୍ ସାଇନ୍ସ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ ଅନୁସନ୍ଧାନକାରୀ ମଧ୍ୟ ପ୍ରଦେଶ ଧାର ଜିଲ୍ଲାର ବାଗ ଏବଂ କୁକ୍ଷି ଅଞ୍ଚଳରେ ଓଭମ୍-ଇନ୍-ଓଭୋ କିମ୍ବା ମଲ୍ଟି ସେଲ୍ ଅଣ୍ଡା ଆବିଷ୍କାର କରିଥିବା ଜଣାଇଛନ୍ତି।


COMMERCIAL BREAK
SCROLL TO CONTINUE READING

ଅନୁସନ୍ଧାନକାରୀ  ଶାକାହାରୀ ଡାଇନୋସର  ଟାଇଟାନୋସରର (Vegetarian Dinosaur Titanosaur) ୨୫୬ ଜୀବାଶ୍ମ ଅଣ୍ଡାର ବସା ସମ୍ପର୍କରେ ଜାଣିବାକୁ ପାଇଛନ୍ତି। ଅନ୍ୟପଟେ ହର୍ଷ ଧିମାନ, ବିଶାଲ 
ବର୍ମା ଏବଂ ଗୁଣ୍ଟୁପଲୀ ପ୍ରସାଦଙ୍କ ଅନୁସନ୍ଧାନ ଏହି ସପ୍ତାହରେ PLOS One ପତ୍ରିକାରେ ପ୍ରକାଶ ପାଇଥିଲା। ବସା ଏବଂ ଅଣ୍ଡା ଉପରେ ହୋଇଥିବା ଏକ ଅଧ୍ୟୟନରେ ଲମ୍ବା ବେକ ରହିଥିବା ଡାଇନୋସର ସମ୍ପର୍କରେ ଅନେକ କିଛି ଜାଣିବାକୁ ମିଳିଛି। ଏହି ଡାଇନୋସର ପ୍ରାୟ ୬୬ ମିଲିୟନ ବର୍ଷ ପୂର୍ବେ ନର୍ମଦା ନଦୀ ଉପତ୍ୟକା (Narmada Region) ଅଞ୍ଚଳରେ ବିଚରଣ କରୁଥିଲେ।


ଧାର ଜିଲ୍ଲାର (Dhar District) ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବାକାନେ ଠାର କାର୍ଯ୍ୟରତ ବିଶାଲ ବର୍ମା ପିଟିଆଇ ଉଦ୍ଦେଶ୍ୟରେ କହିଛନ୍ତି ଯେ ଅଣ୍ଡା ସେହି ମୁହାଣରୁ ମିଳିଛି ଯେଉଁଠି ଟେଥିସ ସାଗର ସହ ନର୍ମଦା ନଦୀର 
ବିଲୟ ହୋଇଥିଲା। ଯେତେବେଳେ ସେସେଲ୍ସ ଭାରତୀୟ ପ୍ଲେଟ ଠାରୁ ଅଲଗା ହୋଇଯାଇଥିଲା ସେତେବେଳେ ନର୍ମଦା ଘାଟିରେ ଟେଥିସ୍ ସାଗର ପ୍ରାୟ ୪୦୦ କିଲୋମିଟର ପ୍ରବେଶ କରିଥିଲା​। ନର୍ମଦା ଉପତ୍ୟକାରୁ ମିଳିଥିବା ବସା ପରସ୍ପରର ନିକଟବର୍ତ୍ତୀ। ଏହି ବସା ସାଧାରଣତଃ ପରସ୍ପର ଠାରୁ କିଛି ଦୂରରେ ମିଳିଛି। 


Also Read: ମଧ୍ୟ ଭାରତରୁ ମିଳିଲା ସ୍ୱତନ୍ତ୍ର ଡାଇନେସୋର ଅଣ୍ଡା; ଚକିତ ହୋଇଗଲେ ବୈଜ୍ଞାନିକ


ମଲ୍ଟି ସେଲଡ୍ ଅଣ୍ଡା ପଛର କାରଣ ହେଉଛି ଅଣ୍ଡା ଦେବା ପାଇଁ ଅନୁକୂଳ ସର୍ତ୍ତ ଖୋଜିବାରେ ମାଆର ଅକ୍ଷମତା। ଏଭଳି ପରିସ୍ଥିତିରେ ଅଣ୍ଡା ଡିମ୍ବବାହିନୀରେ ରହି ଯାଇଥାଏ।  ଯେଉଁଠି ଶେଲ ଗଠନ ପୁଣି ଥରେ ଆରମ୍ଭ ହୋଇଥାଏ। ଅଣ୍ଡା ଦେବା ପୂର୍ବରୁ ଡାଇନୋସର ମରିବାର ଘଟଣା ମଧ୍ୟ ହୋଇପାରେ। ଏହି ଅଣ୍ଡା ଯାହାର ବ୍ୟାସ ୧୫ ସେମିରୁ ୧୭ ସେମି ମଧ୍ୟରେ ରହିଥିଲା। ବୋଧହୁଏ ଅନେକ ଟାଇଟାନୋସ ପ୍ରଜାତି ରହିଥିଲା। ପ୍ରତ୍ୟେକ ବସାରେ ଅଣ୍ଡା ସଂଖ୍ୟା ୧-୨୦ ମଧ୍ୟରେ ରହିଛି। 


ଅନୁସନ୍ଧାନକାରୀ କହିଛନ୍ତି ୨୦୧୭-୨୦୨୦ ମଧ୍ୟରେ କ୍ଷେତ୍ର ଅନୁସନ୍ଧାନ ସମୟରେ ମଧ୍ୟ ପ୍ରଦେଶର (Madhya Pradesh) ଧାର ଜିଲ୍ଲାର ବାଗ ଏବଂ କୁକ୍ଷି ଅଞ୍ଚଳରେ ଡାଇନୋସର ଅଣ୍ଡା ଦେଉଥିବା ସ୍ଥାନକୁ ଚିହ୍ନଟ 
କରାଯାଇଛି। ଏହି ସ୍ଥାନ ଅଖଡା, ଢୋଲିଆ, ରାୟପୁରିଆ, ଜାବା, ଜମନିୟାପୁରା ଏବଂ ପଦଲ୍ୟ ଗ୍ରାମରେ ମିଳିଛି। ଏହି ଅନୁସନ୍ଧାନ ନର୍ମଦା ଉପତ୍ୟକାର ଲାମେଟା ଗଠନରେ କରାଯାଇଥିଲା।