ମଧ୍ୟ ଭାରତରୁ ମିଳିଲା ସ୍ୱତନ୍ତ୍ର ଡାଇନେସୋର ଅଣ୍ଡା; ଚକିତ ହୋଇଗଲେ ବୈଜ୍ଞାନିକ
Advertisement

ମଧ୍ୟ ଭାରତରୁ ମିଳିଲା ସ୍ୱତନ୍ତ୍ର ଡାଇନେସୋର ଅଣ୍ଡା; ଚକିତ ହୋଇଗଲେ ବୈଜ୍ଞାନିକ

ମଧ୍ୟ ଭାରତରୁ ଯେଉଁ ଅସାଧାରଣ ଅଣ୍ଡା ମିଳିଛି ତାହା ଟାଇଟାନୋସାରେଡ ଡାଇନେସୋର ଭଳି ଜୀବର ବୋଲି ଜଣାପଡ଼ିଛି।

ମଧ୍ୟ ଭାରତରୁ ମିଳିଲା ସ୍ୱତନ୍ତ୍ର ଡାଇନେସୋର ଅଣ୍ଡା; ଚକିତ ହୋଇଗଲେ ବୈଜ୍ଞାନିକ

Dinosaur Egg: ନିକଟରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଗବେଷକ ଏକ ଦୁର୍ଲଭ ଜିନିଷ ଆବିଷ୍କାର କରିଛନ୍ତି। ମଧ୍ୟ ପ୍ରଦେଶ ଧାର ଜିଲ୍ଲାରୁ ଏକ ବିରଳ ଡାଇନୋସର ଅଣ୍ଡା ଆବିଷ୍କାର କରାଯାଇଛି। ଏନେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା ବିବୃତ୍ତିରେ କୁହାଯାଇଛି ଜୀବାଶ୍ମ ଇତିହାସରେ ଏହା ବୋଧହୁଏ ପ୍ରଥମ ଥର ପାଇଁ ଏପରି ଆବିଷ୍କାର ହୋଇଛି। ଏହି ଆବିଷ୍କାର ବାବଦରେ ସବୁଠାରୁ ବିରଳ କଥା ହେଉଛି ଅଣ୍ଡା ଭିତରେ ଆଉ ଏକ ଅଣ୍ଡା ମିଳିଛି।
 
ଏନେଇ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଗବେଷକଙ୍କ କହିବା କଥା ଅଣ୍ଡା ଭିତରୁ ଅଣ୍ଡା (Egg in Egg) ମିଳିବା ଏକ ଦୁଲର୍ଭ ଆବିଷ୍କାର। କାରଣ ଏହା ପୂର୍ବରୁ କେବେ ଏପରି ଆବିଷ୍କାର କରାଯାଇନାହିଁ ଯେଉଁଠି ଏହା ମିଳିଛି। ଏହି ଆବିଷ୍କାର ସମ୍ପର୍କିତ ରିପୋର୍ଟ ରେଜଲ୍ଟ ଜର୍ଣ୍ଣାଲ ସାଇଣ୍ଟିଫିକ ରିପୋର୍ଟ ପତ୍ରିକାର ସଦ୍ୟତମ ସଂଖ୍ୟାରେ ପ୍ରକାଶିତ ହୋଇଛି।

ଏହି ରିପୋର୍ଟ ଲେଖକ ପ୍ରଫେସର ଗୁଣ୍ଟୁପାଲୀ ଭି.ଆର ପ୍ରସାଦ କହିଛନ୍ତି ଯେ ନୂତନ ପାଥୋଲୋଜିକାଲ ଅଣ୍ଡା ଏକ ବିରଳ ତଥା ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର। ଏପର୍ଯ୍ୟନ୍ତ କୌଣସି ସରୀସୃପଙ୍କ ପାଖରୁ ଅଣ୍ଡା ଭିତରେ ଅଣ୍ଡା ମିଳିଲା ନାହିଁ। ଏହି ରିପୋର୍ଟ ଦର୍ଶାଇ ପାରିବ ଯେ କଇଁଛ ଅଥବା ସରୀସୃପ କିମ୍ବା ନିକଟତମ ସମ୍ପର୍କୀୟ କୁମ୍ଭୀର ଏବଂ ପକ୍ଷୀଙ୍କ ଭଳି ଡାଇନେସୋର ପାଖରେ ସମାନ ପ୍ରଜନନ କ୍ଷମତା ରହିଥିଲା ନା ନାହିଁ। 

ମଧ୍ୟ ପ୍ରଦେଶ ଧାର ଜିଲ୍ଲାରୁ ଯେଉଁ ଅସାଧାରଣ ଅଣ୍ଡା ମିଳିଛି ତାହା ଟାଇଟାନୋସାରେଡ ଡାଇନେସୋର (Titanosaurid Dinosaur Egg) ଭଳି ଜୀବର ବୋଲି ଜଣାପଡ଼ିଛି। ଏହି ଆବିଷ୍କାର ଏହା ନିର୍ଣ୍ଣୟ କରିପାରିବ ଯେ କଇଁଛ ଅଥବା ସରୀସୃପ ଭଳି ଡାଇନେସୋର ପାଖରେ ପ୍ରଜନନ ଜୀବବିଜ୍ଞାନ ଅଛି ନା ନାହିଁ। ଯଦିଏ ସେମାନେ ତାଙ୍କର ନିକଟତମ ସମ୍ପର୍କୀୟ ପକ୍ଷୀ ଏବଂ କୁମ୍ଭୀର ସହ ଅଧିକ ଜଡ଼ିତ ଥିଲେ।

ମଧ୍ୟ ଭାରତର ଅପର୍ କ୍ରେଟେସ୍ ଲାମାଟା ଗଠନ ଡାଇନୋସର ଜୀବାଶ୍ମ ଆବିଷ୍କାର (Dinosaur Fossil Discovery) ପାଇଁ ବହୁ ପୂର୍ବରୁ ଜଣାଶୁଣା। ଏଠାରୁ ଉଭୟ ଡାଇନେସୋର କଙ୍କାଳ ଏବଂ ଅଣ୍ଡା ମିଳିଛି। ନିକଟସ୍ଥ ପଡଲିଆ ଗ୍ରାମରେ ଅନୁସନ୍ଧାନ କରିବା ବେଳେ ଗବେଷକ ବହୁ ସଂଖ୍ୟରେ ଟାଇଟାନୋସୋରାଇଡ ସୌରୋପଡ ବସା (Titanosaurid Sauropod Nest) ଦେଖିବାକୁ ପାଇଥିଲେ। 

Also Read: ପୁଣି ବିତର୍କର କାରଣ ପାଲଟିଲା ଡାଇନେସୋର?

Also Read: ମହାବିନାଶରେ ଶେଷ ହୋଇଗଲେ ଡାଇନେସୋର; ହେଲେ କେମିତି ବଞ୍ଚିଲେ କୁମ୍ଭୀର?