63, 000 Animals died by Rail Accident: ବିଗତ କିଛି ବର୍ଷ ହେବ ଭାରତୀୟ ରେଳବାଇ ଆଧୁନିକତା ଉପରେ ଗୁରୁତ୍ୱାରୋପ କରିଆସୁଛି। ଏନେଇ ଦେଶର ନୂତନ ହାଇ ସ୍ପୀଡ୍ ଟ୍ରେନ୍ ଚଳାଚଳ ଆରମ୍ଭ କରାଯାଇଛି। ବର୍ତ୍ତମାନ ଦେଶରେ ଘଣ୍ଟାପ୍ରତି ୨୦୦ କିଲୋମିଟର ବେଗରେ ଚାଲୁଥିବା ବନ୍ଦେ ଭାରତ ଟ୍ରେନ୍ ସେବା ଆରମ୍ଭ ହୋଇସାରିଛି। ହେଲେ ହାଇ ସ୍ପୀଡ୍ ଟ୍ରେନ୍ କାରଣରୁ ରେଳ ଦୁର୍ଘଟଣାରେ ପ୍ରାଣ ହରାଉଥିବା ପଶୁଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି। ସିଏଜି ମଧ୍ୟ ଏହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। 


COMMERCIAL BREAK
SCROLL TO CONTINUE READING

ସିଏଜି ରିପୋର୍ଟ ମୁତାବକ ଗତ ୨୦୧୭-୧୮ ବର୍ଷରୁ ୨୦୨୦-୨୧ ବର୍ଷ ମଧ୍ୟରେ ରେଳ ଦୁର୍ଘଟଣା କାରଣରୁ ୬୩ ହଜାର ପଶୁ ପ୍ରାଣ ହରାଇଛନ୍ତି। ପ୍ରାଣ ହରାଇଥିବା ପଶୁଙ୍କ ମଧରେ ୪ ଏସୀୟ ସିଂହ ଏବଂ ୭୩ ହାତୀ ରହିଛନ୍ତି। ରେଳ ଦୁର୍ଘଟଣା କାରଣରୁ ହେଉଥିବା ପଶୁ ମୃତ୍ୟୁ ଘଟଣାକୁ ରୋକିବା ପାଇଁ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ ଏବଂ ରେଳବାଇ ଦ୍ୱାରା ନିଆଯାଇଥିବା ପଦକ୍ଷେପ ଉପରେ ଚିନ୍ତା ବ୍ୟକ୍ତ କରିଛନ୍ତି ସିଏଜି। ଅନ୍ୟପଟେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ସଂସଦରେ କହିଛନ୍ତି ଯେ ଟ୍ରେନ୍ ଧକ୍କା ହେତୁ ପ୍ରତିବର୍ଷ ୫୦ କିମ୍ବା ଏହା ଠାରୁ ଅଧିକ ହାତୀ ପ୍ରାଣ ହରାଉଛନ୍ତି। 


ପିଟିଆଇ ନ୍ୟୁଜ ଏଜେନ୍ସି ଅନୁଯାୟୀ, ଗତ ମାସରେ ସଂସଦରେ ଟ୍ରେନ୍ ଦୁର୍ଘଟଣା ସମ୍ପର୍କରେ ସିଏଜି ଏକ ରିପୋର୍ଟ ଉପସ୍ଥାପନ କରିଥିଲା। ଏହି ରିପୋର୍ଟ ଜରିଆରେ ରେଳ ଦୁର୍ଘଟଣା କାରଣରୁ ହେଉଥିବା ପଶୁ ମୃତ୍ୟୁ ଘଟଣା ବିଷୟ ଉଲ୍ଲେଖ କରାଯାଇଛି। ରିପୋର୍ଟ ମାଧ୍ୟମରେ ପରିବେଶ ଏବଂ ଜଙ୍ଗଲ ମନ୍ତ୍ରଣାଳୟ ଏବଂ ରେଳ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ପରାମର୍ଶ ଏବଂ ନିୟମକୁ କଠୋର ଭାବରେ ପାଳନ କରିବାକୁ ସିଏଜି ଭାରତୀୟ ରେଳବାଇକୁ ପରାମର୍ଶ ଦେଇଛନ୍ତି। ରେଳବାଇ କହିଛି ଯେ ଏହା ଟ୍ରେନ୍ ଦୁର୍ଘଟଣାରେ ହେଉଥିବା ପଶୁ ମୃତ୍ୟୁକୁ ରୋକା ଯାଇପାରିବ ଏବଂ ରେଳ ଧାରଣାରୁ ଟ୍ରେନ୍ ଲାଇନଚ୍ୟୁଚତ ହେବାର ଆଶଙ୍କାଙ୍କୁ ମଧ୍ୟ ଦୂର କରାଯାଇ ପାରିବ। 


Also Read: Endangered Species: ଦେଶରେ ଏହି ୭୩ ପ୍ରଜାତି ଉପରେ ରହିଛି ଗୁରୁତର ସଙ୍କଟ, ସୂଚନା ଦେଲା ପରିବେଶ ମନ୍ତ୍ରଣାଳୟ


 


ଏନେଇ ସିଏଜି କହିଛନ୍ତି ଯେ ବିଗତ ୩ ବର୍ଷ ମଧ୍ୟରେ ୪ ଏସୀୟ ସିଂହ ଏବଂ ୭୩ ହାତୀ ସମେତ ମୋଟ  ୬୩ ହଜାର ୩୪୫ ପଶୁ ରେଳ ଦୁର୍ଘଟଣା କାରଣରୁ ପ୍ରାଣ ହରାଇଛନ୍ତି। ଗତ ୨୦୧୦ ବର୍ଷ ରେ ହାତୀ ସହିତ ରେଳ ଦୁର୍ଘଟଣାକୁ ରୋକିବା ପାଇଁ ପରିବେଶ ଏବଂ ଜଙ୍ଗଲ ମନ୍ତ୍ରଣାଳୟ ଏବଂ ରେଳ ମନ୍ତ୍ରଣାଳୟ ଦ୍ୱାରା ପକ୍ଷରୁ ଏକ ମିଳିତ ପରାମର୍ଶ ଜାରି କରାଯାଇଥିଲା। ହେଲେ ଏହା ସତ୍ତ୍ୱେ  ଏତେ ସଂଖ୍ୟକ ରେଳ ଦୁର୍ଘଟଣା କାରଣରୁ ପ୍ରାଣ ହରାଇବାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ସିଏଜି।


ସିଏଜି ରିପୋର୍ଟ ଜରିଆରେ କୁହାଯାଇଛି ୧୦ ବର୍ଷ ବିତିଯିବା ପରେ ମଧ୍ୟ ନିୟମ ଏବଂ ପରାମର୍ଶ ସମ୍ପୂର୍ଣ୍ଣ ରୂପେ ପାଳନ କରାଯାଇ ନାହିଁ। ରେଳବାଇ ଯନ୍ତ୍ରୀଙ୍କ ସହ କରାଯାଇଥିବା ମିଳିତ ଯାଞ୍ଚ ସମୟରେ ସମ୍ବେଦନଶୀଳ ସ୍ଥାନରେ ଫେନସିଂ, ସାଇନ୍ ବୋର୍ଡ ଏବଂ ୱାଚ୍ ଟାୱାର ଦୃଶ୍ୟମାନ ହେଉ ନଥିଲା। ଯାହାର ଅର୍ଥ ହେଉଛି ଯେ ଏସୀୟ ସିଂହଙ୍କୁ ସୁରକ୍ଷା ଦେବା ପାଇଁ ରେଳ ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନରେ ଅଭାବ ପରିଲକ୍ଷିତ ହୋଇଥିଲା।