Nipah Virus Case in Kerala: କୋରୋନା ପରେ ଏବେ ଦେଖିବାକୁ ମିଳିବାକୁ ନିପା ଭାଇରସ କହର। ଏହି ଭାଇରସ ସହ ଜଡ଼ିତ ପ୍ରଥମ ମାମଲା କେରଳ ଠାରେ ଦେଖିବାକୁ ମିଳିଛି। ଏହି ଭାଇରସ କାରଣରୁ ୨ ଜଣ  ରୋଗୀଙ୍କ ମୃତ୍ୟୁ ହୋଇଥିବାର ନିଶ୍ଚିତ ହୋଇଛି। ଏନେଇ କେରଳ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି ଯେ ନିପା ଭାଇରସ୍ ବାଂଲାଦେଶ ଭ୍ୟାରିଏଣ୍ଟ ଅତ୍ୟନ୍ତ ବିପଜ୍ଜନକ। କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ କହିଛନ୍ତି ଯେ ଏହି ଭୂତାଣୁ ମଣିଷ ଠାରୁ ମଣିଷ ପର୍ଯ୍ୟନ୍ତ ବ୍ୟାପିଥାଏ। ଯଦିଓ ଏହାର ବିସ୍ତାରର ଗତି ଧିର ହେଲେ ଏହା ଅତ୍ୟନ୍ତ ବିପଜ୍ଜନକ। ରାଜ୍ୟର କୋଝିକୋଡେ ଜିଲ୍ଲାରେ ନିପା ଭାଇରସ୍ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ ସ୍ୱୀକାର କରିଛନ୍ତି। ଆପଣଙ୍କୁ କହିରଖୁଛୁ ଯେ ଗତ ୩୦ ତାରିଖରେ ମଧ୍ୟ ନିପା ଭାଇରସ୍ ସଂକ୍ରମଣ ହେତୁ ରାଜ୍ୟରେ ଅନ୍ୟ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିଲା।


COMMERCIAL BREAK
SCROLL TO CONTINUE READING

ପ୍ରସ୍ତୁତ ହୋଇନାହିଁ ନିପା ଭାଇରସ ଟିକା; କ୍ରମାଗତ ଭାବେ ସାମ୍ନାକୁ ଆସୁଛି ମାମଲା 
ଗତ ୨୦୧୮ ବର୍ଷ ପରେ ଚତୁର୍ଥ ଥର ପାଇଁ କେରଳରେ ନିପା ଭାଇରସ୍ ମାମଲା (Nipah Virus Case in Kerala) ଦେଖିବାକୁ ମିଳିଛି। ୨୦୧୮ ପରେ, ଯେତେବେଳେ କେରଳରେ ପ୍ରଥମ ଥର ପାଇଁ ନିପା ଭାଇରସ୍ ମାମଲା (Nipah Virus Case in Kerala 2018) ମିଳିଲା, ସେତେବେଳେ ୨୩ ସଂକ୍ରମିତ ଲୋକଙ୍କ ମଧ୍ୟରୁ ୨୧ ଜଣଙ୍କ ମୃତ୍ୟୁ ହୋଇଥିଲା। ଗତ ୨୦୧୯ ଏବଂ ୨୦୨୧ ବର୍ଷରେ ପୁନର୍ବାର ନିପା ଭାଇରସ ମାମଲା (Nipah Virus Case) ଦେଖିବାକୁ ମିଳିଥିଲା​। ଏହି ଭୂତାଣୁ ବାଦୁଡ଼ି (Bat) ମାଧ୍ୟମରେ ବ୍ୟାପିଥାଏ। ଏହାର ଲକ୍ଷଣ ହେଉଛି ଉଚ୍ଚ ମାତ୍ରାର ଜ୍ୱର, ଶରୀରରେ ଯନ୍ତ୍ରଣା ଏବଂ ବାନ୍ତି।


ଖଜୁରୀ ଗଛରୁ ବ୍ୟାପିଲା ନିପା ଭାଇରସ 
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଗତ ୨୦୧୬ ବର୍ଷରେ ବାଂଲାଦେଶ ଠାରେ ନିପା ଭାଇରସ ସଂକ୍ରମଣ (Nipah Virus Death in Bangladesh) କାରଣରୁ ଅନେକ ଲୋକ ପ୍ରାଣ ହରାଇଥିଲେ। ହେଲେ ନିପା ସଂକ୍ରମିତ ଲୋକଙ୍କ ଆକଳନକୁ (Nipah Virus Infection in Bangladesh) ନେଇ ଅନେକ ପ୍ରକାରର ଦାବି କରାଯାଇଥିଲା। ଏନେଇ ଡାକ୍ତରୀ ଦଳ ପକ୍ଷରୁ ହୋଇଥିବା ଅନୁସନ୍ଧାନ ପରେ କୁହାଯାଇଥିଲା ଯେ ଖଜୁରୀ ଗଛ ଏବଂ ଏହାର ଫଳ (Date Palm Fruit) ଦ୍ୱାରା ନିପା ଭାଇରସ (Nipah Virus) ବ୍ୟାପିଛି। ବାଦୁଡ଼ି ଖଜୁରୀ ଗଛରେ ଏକାଠି ହେଉଥିଲେ। ପରେ ସେହି ଖଜୁରୀ ଗଛର ଫଳକୁ ବ୍ୟବହାର କରୁଥିବା ଲୋକେ ଅସୁସ୍ଥ ହୋଇଥିଲେ। ନିପା ଭାଇରସ ବାଂଲାଦେଶ ଭ୍ୟାରିଏଣ୍ଟ (Nipah Virus Bangladesh variant) କେରଳ ଲୋକଙ୍କୁ ଭୟଭୀତ କରୁଛି। ଏହିସ ଭାଇରସ କାରଣରୁ କେରଳରେ ସୃଷ୍ଟି ହୋଇଥିବା ପରିସ୍ଥିତିର ଆକଳନ କରିବାକୁ ଦିଲ୍ଲୀରୁ ଏକ ବିଶେଷଜ୍ଞ ଦଳ ସେଠାରେ ପହଞ୍ଚି ତଦନ୍ତ କରୁଛନ୍ତି।


ଏହାର ଭୟର ସବୁଠାରୁ ବଡ କାରଣ ହେଉଛି ଟିକା ଅଭାବ। ଆଜ୍ଞା ହଁ, କୋରୋନା ଭୂତାଣୁ ଭଳି ନିପା ଭାଇରସ ପାଇଁ କୌଣସି ସ୍ୱତନ୍ତ୍ର ଧରଣର ଟିକା କିମ୍ବା ଔଷଧ (Nipah Virus Medicine and Vaccine) ଏ ପର୍ଯ୍ୟନ୍ତ ବିକଶିତ ହୋଇନାହିଁ। ଏହି ଭୂତାଣୁ ସିଧାସଳଖ ମସ୍ତିଷ୍କ ଏବଂ ସ୍ନାୟୁ ପ୍ରଣାଳୀ ଉପରେ ଆକ୍ରମଣ କରିଥାଏ। ଏହି ଭାଇରସ ଦ୍ୱାରା ସଂକ୍ରମିତ ବ୍ୟକ୍ତି କୋମା ଅବସ୍ଥାକୁ ଚାଲି ଯାଇପାରନ୍ତି। ଆପଣଙ୍କୁ କହିରଖୁଛୁ ଯେ ୧୯୯୯ ମସିହାରେ ମାଲେସିଆ ଏବଂ ସିଙ୍ଗାପୁର ଠାରେ ନିପା ଭାଇରସ ସହ ଜଡିତ ମାମଲା ଚିହ୍ନଟ କରାଯାଇଥିଲା।