India Budget Highlights 2023: ବଜେଟରେ କ’ଣ ମହଙ୍ଗା ଓ କ’ଣ ଶସ୍ତା ହୋଇଛି ତାହା ଜାଣିବାକୁ ଅଧିକ ସାଧାରଣ ଲୋକ ସବୁଠୁ ଅଧିକ ଆଗ୍ରହୀ ଥାନ୍ତି? ଏହାପରେ ସମସ୍ତଙ୍କ ନଜର ଇନକମ୍ ଟାକ୍ସ ସ୍ଲାବ (Income Tax Slab) ଉପରେ ଥାଏ । କହିରଖୁଛୁ ଯେ ଆୟକରରେ ରିହାତି (Income Tax) ପାଞ୍ଚ ଲକ୍ଷରୁ ସାତ ଲକ୍ଷକୁ ବୃଦ୍ଧି କରାଯାଇଛି, ଅର୍ଥାତ ବର୍ତ୍ତମାନ ସାତ ଲକ୍ଷ ପର୍ଯ୍ୟନ୍ତ କୌଣସି ଟିକସ ଦେବାକୁ ପଡିବ ନାହିଁ । ଏହା ବ୍ୟତୀତ ଏଲଇଡି ଟିଭି, ମୋବାଇଲ୍ ଫୋନ୍, ଖେଳନା ସମେତ ଅନ୍ୟାନ୍ୟ ଜିନିଷର ମୂଲ୍ୟ ହ୍ରାସ ପାଇଛି । ସିଗାରେଟର ମୂଲ୍ୟ ବୃଦ୍ଧି ପାଇଛି । ଆମେ ନିମ୍ନରେ ଦେଇଥିବା ତାଲିକାରେ ଦେଖନ୍ତୁ କ’ଣ ଶସ୍ତା ଓ କ’ଣ ମହଙ୍ଗା ହୋଇଛି?

COMMERCIAL BREAK
SCROLL TO CONTINUE READING

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (FM Nirmala Sitharaman) ଆଜି ଦେଶର ପଞ୍ଚମ ବଜେଟ୍ ଉପସ୍ଥାପନ କରିଛନ୍ତି । ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଏହା ନରେନ୍ଦ୍ର ମୋଦୀଙ୍କ ଦ୍ୱିତୀୟ ସରକାରର ଶେଷ ପୂର୍ଣ୍ଣ ବଜେଟ୍ ହେବ । ବଜେଟରେ ବିଭିନ୍ନ କ୍ଷେତ୍ର ପାଇଁ ଅନେକ ବଡ ଘୋଷଣା କରାଯାଇଛି । କିନ୍ତୁ ସାଧାରଣ ଲୋକଙ୍କ ପାଇଁ କ’ଣ ଶସ୍ତା ହୋଇଛି ଓ କ’ଣ ମହଙ୍ଗା ହୋଇଛି, ଆସନ୍ତୁ ଜାଣିବା ...

ଶସ୍ତା ହେଲା ଏସବୁ ଜିନିଷ

  • ଏଲଇଡି ଟିଭି

  • ଖେଳନା

  • ମୋବାଇଲ୍ କ୍ୟାମେରା ଲେନ୍ସ 

  • ଇଲେକ୍ରୋନିକ୍ସ ଯାନ

  • ହୀରା ଅଳଙ୍କାର 

  • ଚାଷ ଉପକରଣ

  • ଲିଥିୟମ୍ ସେଲ୍ସ

  • ସାଇକେଲ

ମହଙ୍ଗା ହେଲା ଏସବୁ ଜିନିଷ

  • ସିଗାରେଟ୍

  • ମଦ

  • ଛତା

  • ବିଦେଶୀ ରୋଷେଇ ଚିମିନି

  • ସୁନା

  • ବିଦେଶରୁ ଆସୁଥିବା ସୁନା ଓ ରୂପା ସାମଗ୍ରୀ

  • ପ୍ଲାଣ୍ଟେନିୟମ

  • ଏକ୍ସ-ରେ ମେସିନ୍ 

  • ହୀରା

ବଜେଟ୍ ଉପସ୍ଥାପନ ପୂର୍ବରୁ ମଧ୍ୟ ଆଶା କରାଯାଉଥିଲା ଯେ ୨୦୨୪ ରେ ହେବାକୁ ଥିବା ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାରଙ୍କ ଏହି ଶେଷ ପୂର୍ଣ୍ଣ ବଜେଟ୍ ସାଧାରଣ ଜନତାଙ୍କୁ ଆକର୍ଷିତ କରିବ । ଗୋଟିଏ ପଟେ ଯେଉଁଠାରେ ଟ୍ୟାକ୍ସ ସ୍ଲାବରେ ପରିବର୍ତ୍ତନ କରାଯାଇମଛି, ଅନ୍ୟ ପଟେ କୃଷକ ଠାରୁ ଆରମ୍ଭ କରି ବେପାରୀ ଓ ଶ୍ରମିକ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରର ଲୋକମାନେ ବଜେଟରେ ଆରାମ ପାଇଛନ୍ତି । ମୋଟ ଉପରେ, ସାଧାରଣ ଜନତାଙ୍କ ପକେଟକୁ ଲକ୍ଷ୍ୟ ରଖି ଅର୍ଥମନ୍ତ୍ରୀଙ୍କ ୨୦୨୩-୨୪ ବଜେଟକୁ ଧ୍ୟାନ ଦିଆଯାଇଛି ବୋଲି କୁହାଯାଉଛି ।