India-China LAC: ଭାରତ ସୀମାରେ ଚୀନ୍ ଦ୍ରୁତ ଗତିରେ ନିର୍ମାଣ କରୁଛି ବୋଲି ଅନେକ ସମୟରେ ଖବର ଆସିଥାଏ। ହେଲେ ଭାରତ ଏ କ୍ଷେତ୍ରରେ ପଛରେ ପଡ଼ିନାହିଁ। ଚୀନ୍ ସେନାର ବିସ୍ତାରବାଦୀ ନୀତି ଏବଂ ମନ୍ଦ ଉଦ୍ଦେଶ୍ୟକୁ ନଜରରେ ରଖି ଭାରତ ମଧ୍ୟ ପ୍ରକୃତ ନିୟନ୍ତ୍ରଣ ସୀମା ରେଖାରେ ନିଜ ଉପସ୍ଥିତି ମଜବୁତ କରିବା ପାଇଁ କୌଣସି ପ୍ରକାରର ପଦକ୍ଷେପ କାର୍ଯ୍ୟ କରିବାକୁ ପଛେଇନାହିଁ।


COMMERCIAL BREAK
SCROLL TO CONTINUE READING

ଏ ସମ୍ପର୍କରେ ସୀମାନ୍ତ ସଡକ ସଙ୍ଗଠନ (Border Roads Organisation) ବିଆରଓ ମହାନିର୍ଦ୍ଦେଶକ ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଚୌଧୁରୀ (BRO Director General Lt. Gen. Rajeev Chaudhary) ଜଣାଇଛନ୍ତି। ଏନେଇ ବିଆରଓ ମହାନିର୍ଦ୍ଦେଶକ କହିଛନ୍ତି ଯେ ବିଗତ ୩ ବର୍ଷ ମଧ୍ୟରେ ଚୀନ୍ ସୀମାରେ ଭାରତ (India China Border) ଅନେକ ନିର୍ମାଣ କାର୍ଯ୍ୟ କରିଛି। ଭାରତ ସରକାରଙ୍କ (Govt of India) ଠାରୁ ବଜେଟ୍ ଏବଂ ନୂତନ ପ୍ରଯୁକ୍ତିବିଦ୍ୟା ଗ୍ରହଣ କରାଯାଇଛି। ଯେଉଁଥିପାଇଁ ବିଆରଓ ଭିତ୍ତିଭୂମି ପ୍ରକଳ୍ପ ସମାପ୍ତ କରୁଛି। ତାଙ୍କ କହିବା ଅନୁସାରେ ବିଗତ ୨ ବର୍ଷରେ ବିଆରଓ ପାଇଥିବା ବଜେଟ୍ (Border Roads Organisation Budget) ୧୦୦% ବୃଦ୍ଧି ପାଇଛି।


ଶେଷ ହୋଇଛି ୩୦୦ ପ୍ରକଳ୍ପ 
ଯେତେବେଳେ ପଚରାଗଲା ଯେ ଚୀନ୍ ଭାରତୀୟ ସୀମା ନିକଟରେ ଅନେକ ଭିତ୍ତିଭୂମି ବିକାଶ କରୁଛି। ଏହାର ଉତ୍ତରରେ ମହାନିର୍ଦ୍ଦେଶକ କହିଛନ୍ତି ଯେ ବିଗତ ୩ ବର୍ଷ ମଧ୍ୟରେ ବିଆରଓ ଏବଂ ଅନ୍ୟାନ୍ୟ ଏଜେନ୍ସି ମଧ୍ୟ ଚୀନ୍ ସୀମାରେ ଅନେକ ନିର୍ମାଣ କାର୍ଯ୍ୟ କରିବା ଜାରି ରଖିଛନ୍ତି। ଗତ କିଛି ବର୍ଷ ମଧ୍ୟରେ ୮୦୦୦ କୋଟି ଟଙ୍କା ମୂଲ୍ୟରେ ସୀମାନ୍ତ ସଡକ ସଙ୍ଗଠନର ପ୍ରାୟ ୩୦୦ ପ୍ରକଳ୍ପ (Border Roads Organisation Project) ସମାପ୍ତ ହୋଇଛି। ଗତ ୩ ବର୍ଷ ମଧ୍ୟରେ ବିଆରଓ ୨୯୫ ସଡ଼କ ପ୍ରକଳ୍ପ, ପୋଲ, ସୁଡଙ୍ଗ ଏବଂ ଏୟାରଷ୍ଟ୍ରିପ୍ ନିର୍ମାଣ କରିଛୁ। ଆହୁରି ୬୦ ପ୍ରକଳ୍ପ ୪ ମାସ ମଧ୍ୟରେ ପ୍ରସ୍ତୁତ ହୋଇଯିବ। ରାସ୍ତା ନିର୍ମାଣରେ ଇସ୍ପାତର କୋ ପ୍ରଡ଼କ୍ଟ ଷ୍ଟିଲ ସ୍ଲାଗ୍ ଏବଂ ପ୍ଲାଷ୍ଟିକ୍ ବ୍ୟବହାର କରାଯାଉଛି।


ଭିତ୍ତିଭୂମି ବିକାଶରେ ଭାରତ ପଛରେ ପଡ଼ିଯିବ ଚୀନ 
ବିଆରଓ ମହାନିର୍ଦ୍ଦେଶକ କହିଛନ୍ତି ଯେ ସୀମାରେ ସୀମାନ୍ତ ସଡକ ସଙ୍ଗଠ ଦ୍ୱାରା କରାଯାଉଥିବା କାର୍ଯ୍ୟର ଗତି ଅତ୍ୟନ୍ତ ଦ୍ରୁତ ରହିଛି ଏବଂ ଏଥିରେ ସରକାରଙ୍କ ସମ୍ପୂର୍ଣ୍ଣ ସମର୍ଥନ ମିଳୁଛି। ବଜେଟ୍ ହେଉ କିମ୍ବା ମେସିନ୍ ଅଥବା ନୂତନ ପ୍ରଯୁକ୍ତିବିଦ୍ୟା କିମ୍ବା ପ୍ରକ୍ରିୟା ସରଳୀକରଣ ହେଉ ସବୁ କ୍ଷେତ୍ରରେ ସରକାରଙ୍କ ସହଯୋଗ ମିଳୁଛି। ଆସନ୍ତା ୪-୫ ବର୍ଷ ମଧ୍ୟରେ ସୀମାରେ ଭିତ୍ତିଭୂମି ବିକାଶ କରିବା କ୍ଷେତ୍ରରେ ଭାରତ ପଛରେ ପଡ଼ିଯିବ ଚୀନ। ପ୍ରକୃତ ନିୟନ୍ତ୍ରଣ ସୀମା ରେଖାରେ (Line of Actual Control) ରାସ୍ତା ନିର୍ମାଣକୁ ନେଇ ପୂର୍ବତନ ସରକାର ଭୟଭୀତ ରହୁଥିଲେ। ଗତ ୨୦୦୮ ବର୍ଷରେ ତତ୍କାଳୀନ ପ୍ରତିରକ୍ଷା ମନ୍ତ୍ରୀ ଏ.କେ ଆଣ୍ଟୋନି ସଂସଦରେ କହିଥିଲେ ଯେ ଚୀନ୍, ଭାରତ ବିରୋଧରେ ସେହି ସମାନ ରାସ୍ତା ବ୍ୟବହାର କରିପାରେ। ହେଲେ ବର୍ତ୍ତମାନର ସରକାର ଏକ ଭିନ୍ନ ଉପାୟରେ ଏହି ପ୍ରସଙ୍ଗରେ ଚିନ୍ତା କରୁଛନ୍ତି। ଆମର ପ୍ରକଳ୍ପକୁ ପ୍ରୋତ୍ସାହନ ଦିଆଯାଉଛି।


୬୦ ବର୍ଷରେ ନିର୍ମିତ ହୋଇଥିଲା କେବଳ ୨ ସୁଡ଼ଙ୍ଗ
ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଚୌଧୁରୀ କହିଛନ୍ତି ଯେ ବିଗତ ୬୦ ବର୍ଷରେ କେବଳ ଦୁଇଟି ସୁଡ଼ଙ୍ଗ ନିର୍ମାଣ କରାଯାଇଥିଲା। ବିଗତ ୩ ବର୍ଷ ମଧ୍ୟରେ ଚାରୋଟି ଟନେଲ ନିର୍ମାଣ କରାଯାଇଛି। ବର୍ତ୍ତମାନ ଆମ ପକ୍ଷରୁ ଆହୁରି ୧୦ ସୁଡ଼ଙ୍ଗ ନିର୍ମାଣ କାର୍ଯ୍ୟ କରାଯାଉଛି। ଯାହାର କାମ ଆସନ୍ତା ବର୍ଷ ପର୍ଯ୍ୟନ୍ତ ଶେଷ ହୋଇଯିବ। ଆହୁରି ଆଠଟି ସୁଡ଼ଙ୍ଗ ନିର୍ମାଣ କରିବାକୁ ଯୋଜନା କରାଯାଇଛି। ଜାମ୍ମୁ କାଶ୍ମୀର, ଉତ୍ତରାଖଣ୍ଡ, ତୱାଙ୍ଗ ଏବଂ ଅନ୍ୟାନ୍ୟ ଅଞ୍ଚଳରେ ରାସ୍ତା ବନ୍ଦ ହେବାର ସମୟ ହ୍ରାସ କରିବା ପାଇଁ ବରଫ ହଟାଇବା ଲାଗି ନୂତନ ଜ୍ଞାନକୌଶଳ ଏବଂ ଉପକରଣ ବ୍ୟବହାର କରାଯାଉଛି। ଜୋଜି ଲା ପାସ୍  ଉଦାହରଣ ଦେଇ ସେ କହିଛନ୍ତି ଯେ ବରଫ କାରଣରୁ ଅକ୍ଟୋବର ମାସରୁ ଏହା ୬ ମାସ ପର୍ଯ୍ୟନ୍ତ ବନ୍ଦ ରହୁଥିଲା। ବିଗତ ୩ ବର୍ଷ ମଧ୍ୟରେ ରାସ୍ତା ବନ୍ଦ ହେବାର ସମୟ ହ୍ରାସ ପାଇଛି।
 
ବିଆରଓ ପ୍ରକଳ୍ପ ଉପରେ ପ୍ରତିକ୍ରିୟା ରଖି ମହାନିର୍ଦ୍ଦେଶକ କହିଛନ୍ତି ଯେ ଏହା ଡେମୋଛୋକ ଠାରେ ପ୍ରାୟ ୧୯ ହଜାର ଫୁଟ ଉଚ୍ଚତାରେ ବିଶ୍ୱର ସର୍ବୋଚ୍ଚ ରାସ୍ତା ନିର୍ମାଣ କରାଯାଇଛି। ପ୍ରାୟ ୪୦ ଦିନ ପୂର୍ବେ  ସୀମାନ୍ତ ସଡକ ସଙ୍ଗଠନ ୧୫ ହଜାର ଫୁଟ ଉଚ୍ଚତାରେ ହାନଲେ ଠାରେ ଏକ ସୁଡ଼ଙ୍ଗ ଆରମ୍ଭ କରିଥିଲୁ। ଏହି ସମସ୍ତ ରାସ୍ତା ମାଉଣ୍ଟ ଏଭରେଷ୍ଟ ପର୍ବତର ମୂଳ ଶିବିର ଅପେକ୍ଷା ସମସ୍ତ ରାସ୍ତା ଅଧିକ ଉଚ୍ଚତାରେ ରହିଛି।