Perfume Ban in Flight: ଦେଶରେ ଏକ ନୂତନ ପ୍ରସ୍ତାବିତ ନିୟମ ଅନୁଯାୟୀ ଏଣିକି ଅତର ଅର୍ଥାତ ପର୍ଫ୍ୟୁମ ବ୍ୟବହାର କରୁଥିବା ବିମାନ ଚାଳକଙ୍କ ବିରୋଧରେ ଗ୍ରହଣ କରାଯାଇପାରେ କାର୍ଯ୍ୟାନୁଷ୍ଠାନ। ରିପୋର୍ଟ ଅନୁଯାୟୀ ଦେଶର ଏୟାରଲାଇନ୍ସ ବ୍ୟବସାୟ ତଦାରଖ କରୁଥିବା ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ କାର୍ଯ୍ୟାଳୟ ନିକଟରେ ମଦ୍ୟପାନ ସମ୍ପର୍କରେ ଏହାର ନିୟମ ପରିବର୍ତ୍ତନ କରିବାକୁ ପ୍ରସ୍ତାବ ଦେଇଛି। 


COMMERCIAL BREAK
SCROLL TO CONTINUE READING

ଏ ସମ୍ପର୍କିତ ନିର୍ଦ୍ଦେଶନାମା ଆସିବା ପୂର୍ବରୁ (DGCA Latest Orders) ମାଦକ ପାନୀୟ ସହିତ ଅନ୍ୟାନ୍ୟ ଜିନିଷ ଉଲ୍ଲେଖ ରହିଛି। ଯାହା ମଦ୍ୟପାନ ସମ୍ପର୍କରେ ଯାଞ୍ଚ କରିବା ପାଇଁ ହେଉଥିବା ବ୍ରିଥଆନାଲାଇଜର ପରୀକ୍ଷାକୁ ପଜିଟିଭ (Positive Breathalyzer Test) କରିପାରେ। ଯେପରିକି ଯେପରିକି ମାଉଥୱାଶ (Mouthwash)। ଏହି ରିପୋର୍ଟ ମାଧ୍ୟମରେ କୁହାଯାଇଛି ଯେ ବର୍ତ୍ତମାନ ଏକ ନୂତନ ଧାରା ଯୋଡାଯାଉଛି। ଯେଉଁଥିରେ ଅତର (Perfume) ସମ୍ପର୍କରେ ବିଶେଷ ଭାବରେ ଉଲ୍ଲେଖ କରାଯାଇଛି।


ନୂତନ ପ୍ରସ୍ତାବ ଦେଲା ଡିଜିସିଏ
ଏହି ସମ୍ଭାବିତ ନିର୍ଦ୍ଦେଶାବଳୀ ଅନୁସାରେ ବିମାନ ଚାଳକ ଦଳ ସହ ଜଡ଼ିତ ସଦସ୍ୟ (Flight Crew Member) ଯେପରିକି ପାଇଲଟ କିମ୍ବା ବିମାନ ପରିଚାରିକା (Pilot or Air Hostess) ଅଥବା ଅନ୍ୟ କେହି କୌଣସି ପ୍ରକାରର କୌଣସି ପ୍ରକାରର ମେଡ଼ିସିନ୍/ଫର୍ମୁଲେସନ (Medicines or Formulations) ସେବନ କରିପାରିବେ ନାହିଁ କିମ୍ବା ମାଉଥୱାଶ୍/ଟୁଥ୍ ଜେଲ୍/ ଅତର (Mouthwash/Tooth Gel/Perfume) କିମ୍ବା ଏପରି କୌଣସି ପଦାର୍ଥ ବ୍ୟବହାର କରିବେ ନାହିଁ ଯେଉଁଥିରେ ଆଲକୋହଲ ମାତ୍ରା (Alcohol Element) ରହିଛି। ଏହି କାରଣରୁ ସେମାନଙ୍କ ବ୍ରିଥ ଆନଲାଇଜର ଟେଷ୍ଟ ପଜିଟିଭ ହୋଇପାରେ। ଯେକୌଣସି ଚାଳକ ଦଳ ସଦସ୍ୟ ଯିଏ ଏପରି ଔଷଧ ସେବନ କରୁଛନ୍ତି ସେମାନେ ବିମାନ ଉଡ଼ାଣ ଆରମ୍ଭ କରିବା ପୂର୍ବରୁ କମ୍ପାନୀ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଆବଶ୍ୟକ।


Also Read: DGCA: ୫୭ ବିମାନ ବନ୍ଦରରେ ଏୟାର ଟ୍ରାଫିକ୍ ନିୟନ୍ତ୍ରକଙ୍କ ପାଇଁ ଲାଗୁ ହେଲା ନୂତନ ନିୟମ


ସିଏନ୍ଏନ୍ ରିପୋର୍ଟ ଅନୁଯାୟୀ, ଯଦିଓ ଅତରରେ ସ୍ୱଳ୍ପ ପରିମାଣରେ ଆଲକୋହଲ ମାତ୍ରା ରହି ଥାଇପାରେ। ହେଲେ ଏହା ସ୍ପଷ୍ଟ ନୁହେଁ ଯେ ଶରୀରରେ ଅତର ଲଗାଇବା ଦ୍ୱାରା ଭୁଲ ପଜଟିଭ ବ୍ରିଥ ଟେଷ୍ଟ (False Positive Breath Test) ହୋଇପାରେ। ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ (Directorate General of Civil Aviation) ଡିଜିସିଏ (DGCA) ପାଇଁ ସରକାରୀ ବାୟୁ ସୁରକ୍ଷା ଆବଶ୍ୟକତା (Official Air Security Requirements) ୨୦୧୫ ଅଗଷ୍ଟ ମାସରେ ଅନୁମୋଦିତ ହୋଇଥିଲା। ଅକ୍ଟୋବର ୫ ତାରିଖ ପର୍ଯ୍ୟନ୍ତ ଜନସାଧାରଣଙ୍କ ମତାମତ ପାଇଁ ଏହାକୁ ଆଗକୁ ବୃଦ୍ଧି କରାଯାଇଛି।


ମଦ୍ୟପାନ କରି ଆସିବା ସବୁଠାରୁ ବଡ଼ ପ୍ରସଙ୍ଗ
ଡ୍ୟୁଟି ସମୟରେ ମଦ୍ୟପାନ କରୁଥିବା ପାଇଲଟ ବିମାନ ସେବା ବ୍ୟବସାୟରେ ବେଳେବେଳେ ଏକ ସମସ୍ୟା ହୋଇଆସୁଛନ୍ତି। ଗତ ୨୦୧୮ ବର୍ଷରେ ଜାପାନ ଏୟାରଲାଇନ୍ସ ପାଇଲଟ୍ କାଟସୁଟୋସି ଜିତୁସୁକାଙ୍କୁ ୧୦ ମାସ ଜେଲ ଦଣ୍ଡାଦେଶ ହୋଇଛି। ବିମାନ ଉଡ଼ାଣ ଭରିବା ପରେ ତୁରନ୍ତ କରାଯାଇଥିବା ପରୀକ୍ଷଣରୁ ଜଣାପଡିଛି ଯେ ତାଙ୍କ ରକ୍ତରେ ମଦ୍ୟପାନ ସ୍ତର ନିର୍ଦ୍ଧାରିତ ସୀମା ଠାରୁ ୯ ଗୁଣା ଅଧିକ ରହିଥିଲା। ଯୁକ୍ତରାଷ୍ଟ୍ର ଆମେରିକାରେ ଗାବ୍ରିଏଲ୍ ଲାଇଲ୍ ସ୍କ୍ରୋଡର୍ ନାମକ ଜଣେ ଡେଲଟା ପାଇଲଟ୍ ବିମାନ ଉଡ଼ାଣ ପୂର୍ବରୁ ସମ୍ପୂର୍ଣ୍ଣ ଲୋଡ୍ ହୋଇଥିବା ବିମାନରୁ ବାହାର କରାଯାଇଥିଲା କାରଣ ସେ ମଦ୍ୟପାନ କିମ୍ବା ଆଲକୋହଲ ପ୍ରଭାବରେ ରହିଥିବାର ସନ୍ଦେହ କରାଯାଉଥିଲା।