ନୂଆଦିଲ୍ଲୀ: ବିଶ୍ୱ ଅର୍ଥନୀତି କ୍ଷେତ୍ରରେ ଭାରତକୁ ମିଳିଛି ଅନନ୍ୟ ମର୍ଯ୍ୟାଦା। ଏହାଦ୍ୱାରା ଭାରତ ବିଶ୍ୱର ଅନ୍ୟ ୪ ଶକ୍ତିଶାଳୀ ଅର୍ଥନୀତି ସହ ସମକକ୍ଷ ହୋଇଛି। ବେଆଇନ ଅର୍ଥ କାରବାର ଏବଂ ଆତଙ୍କବାଦୀଙ୍କ ପାଣ୍ଠି ଯୋଗାଣରେ ଭାରତ ବିଗତ କିଛି ବର୍ଷ ହେଲା ଯେଉଁ ନିରନ୍ତର ଉଦ୍ୟମ କରିଛି ତାହାକୁ ପ୍ରଶଂସା କରି ଫାଇନାନ୍ସିଆଲ୍‍ ଆକ୍ସନ ଟାସ୍କ ଫୋର୍ସ ( ଏଫ୍‍ଏଟିଏଫ୍‍)। ସିଙ୍ଗାପୁରଠାରେ ଶୁକ୍ରବାର ଶେଷ ହୋଇଥିବା ବୈଠକରେ ଭାରତକୁ ‘ରେଗୁଲାର ଫଲୋଅପ୍‍’ ବର୍ଗରେ ସମ୍ମାନୀତ କରାଯାଇଛି। 


COMMERCIAL BREAK
SCROLL TO CONTINUE READING

ଏଫ୍‍ଏଟି,ଏଫ୍ ଏକ ଆନ୍ତର୍ଜାତିକ ସଂଗଠନ। ଯେଉଁଥିରେ ବିଭିନ୍ନ ଦେଶର ପ୍ରତିନିଧି ସାମିଲ୍‍ ରହିଛନ୍ତି। ଏହି ପ୍ରତିନିଧିମାନଙ୍କ ଭିତରୁ ଗଠିତ ଏକ ମୂଳଲ୍ୟାଙ୍କନ କମିଟି ଭାରତକୁ ଗତବର୍ଷ ପରିଦର୍ଶନ କରିଥିଲେ। ସେମାନେ ବାସ୍ତବ କ୍ଷେତ୍ରରେ ବିଭିନ୍ନ ବିଭାଗ ବୁଲି ଦେଖିବା ସହ ଆିନ ଓ କାର୍ଯ୍ୟକାରୀତାକୁ ଅନୁଧ୍ୟାନ କରିଥିଲେ। ଏହାପରେ ମୂଲ୍ୟାଙ୍କନ କମିଟି ଦେଇଥିବା ରିପୋର୍ଟକୁ ଦୁଇଦିନିଆ ପ୍ଲେନାରୀ ବୈଠକରେ ଗ୍ରହଣ କରାଯାଇଛି। 


ଭାରତର ଏହି ମାନ୍ୟତା ଭଳି ଜି-୨୦ ଦେଶମାନଙ୍କ ଭିତରୁ ଅନ୍ୟ ତିନି ଦେଶ ମାନ୍ୟତା ପାଇଛନ୍ତି। ଏହା ସୂଚନା ଦେଉଛି ଯେ ଭାରତ ବିଗତ କିଛି ବର୍ଷରେ ବେଆଇନ ଅର୍ଥ କାରବାରକୁ ଅଧିକ ସକ୍ରିୟ ଢଙ୍ଗରେ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇଛି। ଏହାଦ୍ୱାରା ସାଂଗଠନିକ ଅପରାଧ, ଦୁର୍ନୀତି ଏବଂ ଭ୍ରଷ୍ଟାଚାର ରୋକିବାରେ ଦେଶ ସମର୍ଥ ହୋଇଥିବା ଏଥିରେ କୁହାଯାଇଛି। 


ଭାରତର ଡିଜିଟାଲ୍‍ ଅର୍ଥନୀତିକ ବ୍ୟବସ୍ଥା ଏହି ସଂସ୍କାର ପଛରା ପ୍ରମୁଖ ଭିତ୍ତିଭୂମି ପ୍ରସ୍ତୁତ କରିଛି। ନଗଦ ଅର୍ଥନୀତିରୁ ଡିଜିଟାଲ୍‍ ଅର୍ଥନୀତି ଆଡ଼କୁ ଦେଶର ରୂପାନ୍ତରଣ ଏହାକୁ ପ୍ରଶ୍ରୟ ଦେଇଛି। ପୁଣି ଜନ-ଧନ- ଆଧାର ଭଳି ନୀତି ନଗଦ କାରବାର ଉପରେ ରୋକ ଆଣିଛି।


Also Read- Jio ଦେଲା ଆଉ ଏକ ଝଟକା, ବନ୍ଦ କଲା ୨ଟି ଶସ୍ତା ପ୍ଲାନ


Also Read- ଦିଲ୍ଲୀ ବିମାନବନ୍ଦରରେ ଛାତ ଭୁଶୁଡି ମୃତ୍ୟୁ ଘଟଣା, ୨୦ ଲକ୍ଷ ସହାୟତା ଘୋଷଣା କଲେ ମନ୍ତ୍ରୀ