DGCA: ୫୭ ବିମାନ ବନ୍ଦରରେ ଏୟାର ଟ୍ରାଫିକ୍ ନିୟନ୍ତ୍ରକଙ୍କ ପାଇଁ ଲାଗୁ ହେଲା ନୂତନ ନିୟମ
Air Traffic Controllers New Rules in India 2023: ଏୟାର ଟ୍ରାଫିକ୍ ନିୟନ୍ତ୍ରକଙ୍କ ପାଇଁ ସର୍ବାଧିକ ଘଣ୍ଟା ଡ୍ୟୁଟି ଏବଂ ସର୍ବନିମ୍ନ ଘଣ୍ଟା ବିଶ୍ରାମ ସ୍ଥିର କରାଯାଇଛି। ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଏହା ଏକ ମହତ୍ତ୍ୱପୂର୍ଣ୍ଣ ସଂସ୍କାର। ବିମାନ ଟ୍ରାଫିକ୍ ସେବା ଯୋଗାଣରେ ନିୟୋଜିତ ହୋଇଥିବା ଏୟାର ଟ୍ରାଫିକ୍ ନିୟନ୍ତ୍ରକଙ୍କୁ ପର୍ଯ୍ୟାପ୍ତ ଆଶ୍ୱସ୍ତି ପ୍ରଦାନ କରିବ।
Air Traffic Controllers New Rules in India: ଅନ୍ତର୍ଜାତୀୟ ନିୟମ ଅନୁଯାୟୀ ଦେଶର ବିମାନ ବନ୍ଦରରେ ଏୟାର ଟ୍ରାଫିକ୍ ସେବାରେ ନିୟୋଜିତ ଏୟାର ଟ୍ରାଫିକ୍ କଣ୍ଟ୍ରୋଲର୍ସ ପାଇଁ "ୱାଚ୍ ଡ୍ୟୁଟି ଟାଇମ ଲିମିଟେସନ" (Air Traffic Controllers Watch Duty Time Limitation) ଏବଂ ଅନ୍ୟାନ୍ୟ ଆବଶ୍ୟକତା ସମ୍ବନ୍ଧରେ ନୂତନ ନିୟମ ଲାଗୁ କରିଛି। ଏହି ନିୟମ ସେପ୍ଟମ୍ବର ୨୧ ତାରିଖ ଗୁରୁବାର ଠାରୁ ଲାଗୁ ହୋଇଥିବା ଡିଜିସିଏ ପକ୍ଷରୁ କୁହାଯାଇଛି। ଏନେଇ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି ଯେ ହିତାଧିକାରୀଙ୍କ ସହ ଘନିଷ୍ଠ ସମନ୍ୱୟ ରକ୍ଷା କରି ନିୟାମକଙ୍କ ମିଳିତ ଉଦ୍ୟମ ହେତୁ ସର୍ବୋଚ୍ଚ ବିମାନ ଚଳାଚଳ ସୁରକ୍ଷା ନିଶ୍ଚିତ କରିବାକୁ ଡିଜିସିଏ ପ୍ରତିବଦ୍ଧତା ପାଇଁ ଏହି ନିୟମ କାର୍ଯ୍ୟକାରୀ ହେବା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।
ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ (Civil Aviation Sector in India) ଏହା ଏକ ମହତ୍ତ୍ୱପୂର୍ଣ୍ଣ ସଂସ୍କାର। ଏୟାର ଟ୍ରାଫିକ୍ ସେବା ବ୍ୟବସ୍ଥାରେ (Air Traffic Service Provisions in India) ନିୟୋଜିତ ହୋଇଥିବା ଏୟାର ଟ୍ରାଫିକ୍ ନିୟନ୍ତ୍ରକଙ୍କୁ (Air Traffic Controllers in India) ପର୍ଯ୍ୟାପ୍ତ ଆଶ୍ୱସ୍ତି ପ୍ରଦାନ କରିବ ବୋଲି ଅଧିକାରୀ କହିଛନ୍ତି। ଏୟାର ଟ୍ରାଫିକ୍ ନିୟନ୍ତ୍ରକଙ୍କ ପାଇଁ ସର୍ବାଧିକ ଘଣ୍ଟା ଡ୍ୟୁଟି (Air Traffic Controllers Duty Hour in India) ଏବଂ ସର୍ବନିମ୍ନ ଘଣ୍ଟା ବିଶ୍ରାମ (Air Traffic Controllers Rest Hpur in India) ସ୍ଥିର କରାଯାଇଛି। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (Directorate General of Civil Aviation) ଡିଜିସିଏ (DGCA) ଅନୁଯାୟୀ ଏହି ମାନଦଣ୍ଡ ଆନ୍ତର୍ଜାତୀୟ ବେସାମରିକ ବିମାନ ଚଳାଚଳ ସଙ୍ଗଠନ (International Civil Aviation Organization) ନିୟମାବଳୀ ଏବଂ ଦେଶର ଜାତୀୟ, ସାମାଜିକ ତଥା ସାଂସ୍କୃତିକ ପ୍ରସଙ୍ଗ ଉପରେ ଆଧାରିତ। ଯାହା ବୈଜ୍ଞାନିକ ଭାବରେ ବୈଧ ଏବଂ ଏୟାର ଟ୍ରାଫିକ୍ ନିୟନ୍ତ୍ରଣ ଅଧିକାରୀଙ୍କ (Air Traffic Control Officer) ପାଇଁ ଉପଯୁକ୍ତ କାର୍ଯ୍ୟ ସମୟ ସହିତ ଜଡ଼ିତ।
ପ୍ରାୟ ୫୭ ଏୟାର ଟ୍ରାଫିକ ନିୟନ୍ତ୍ରଣ କେନ୍ଦ୍ର (Air Traffic Control Centers of India) ମଧ୍ୟରେ ଉତ୍ତର କ୍ଷେତ୍ରର ୯ (ଅମୃତସର, ଡୋରାଡୁନ, କିଶନଗଡ, ଶିମଲା, କାନପୁର, ଭୁନ୍ତର, ଗଗ୍ଗଲ, ପନ୍ତ ନଗର, ସଫଦରଜଙ୍ଗ), ଦକ୍ଷିଣ କ୍ଷେତ୍ରର ୧୫ (ତ୍ରିଚି, କୋଏମ୍ବାଟୁର, ମଦୁରାଇ, ତୁତିକୋରିନ, କାଲିକଟ, କନ୍ନୁର, କଲବୁର୍ଗି, ମହୀଶୂର, ବେଲଗାମ୍, ହୁବଲି, ବିଜୟୱାଡା, କଡପ୍ପା, ହାଇଦ୍ରାବାଦ-ବେଗମପେଟ୍, ତିରୁପତି, ରାଜମୁନ୍ଦ୍ରୀ), ପଶ୍ଚିମ ଅଞ୍ଚଳର ୧୨ (ମୋପା ଗୋଆ, ଇନ୍ଦୋର, ସୁରତ, ଭୋପାଳ,ଉଦୟପୁର, ଭଦୋଦରା, ଔରଙ୍ଗାବାଦ, ହୀରାସର, ଜବଲପୁର, ଶିରିଡ଼ି, କୋହଲାପୁର, ଜୁହୁ), ପୂର୍ବ ଅଞ୍ଚଳର ୧୧ (ଭୁବନେଶ୍ୱର, ପାଟନା, ରାଞ୍ଚି, ଦୁର୍ଗାପୁର, ଗୟା, ଝାରସୁଗୁଡା, ଦେଓଘର, ଜଗଦଲପୁର, ରାୟପୁର, ଖଜୁରାହୋ, କୁଶୀନଗର) ଏବଂ ଉତ୍ତର ପୂର୍ବ ଅଞ୍ଚଳର ୧୦ (ବାରାପାନି, ଡିବ୍ରୁଗଡ, ଦିମାପୁର, ଲେଙ୍ଗପୁଇ, ଲୀଲାବାରୀ, ରୂପସି, ଇମ୍ଫାଲ, ଅଗରତାଲା, ହୋଲୋଙ୍ଗୀ, ତେଜୁ) ସାମିଲ ରହିଛି। ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ (Airports Authority of India) ଦେଇଥିବା ରୋଡମ୍ୟାପ ଅନୁଯାୟୀ ବିମାନ ବନ୍ଦରରେ ଏହି ନିୟମକୁ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ ହେବ ବୋଲି ଡିଜିସିଏ ପକ୍ଷରୁ କୁହାଯାଇଛି।