Birth Certificate Single Document: କେବଳ ଜନ୍ମ ପ୍ରମାଣପତ୍ର ବ୍ୟବହାର କରି ହୋଇପାରିବ ବିଭିନ୍ନ କାର୍ଯ୍ୟ। ଏଣିକି କୌଣସି ଶିକ୍ଷାନୁଷ୍ଠାନରେ ନାମଲେଖା, ଆଧାର କାର୍ଡ, ପାସପୋର୍ଟ ଏବଂ ଡ୍ରାଇଭିଂ ଲାଇସେନ୍ସ  ଆବେଦନ ଅଥବା ବିବାହ ପଞ୍ଜୀକରଣ କରିବା ପାଇଁ ଆବଶ୍ୟକ ପଡ଼ୁଥିବା ଭିନ୍ନ ଭିନ୍ନ ଦସ୍ତାବିଜ ଲାଗି ହେଉଥିବା ଅସୁବିଧା ଦୂରକ ହେବାକୁ ଯାଉଛି। ଏପରି ଅନେକ କାର୍ଯ୍ୟ ପାଇଁ, ବର୍ତ୍ତମାନ କେବଳ ଜନ୍ମ ପ୍ରମାଣପତ୍ର ଆବଶ୍ୟକ ହେବ। ଆସନ୍ତା ଅକ୍ଟୋବର ପହିଲାରୁ କାର୍ଯ୍ୟକାରୀ ହେବାକୁ ଯାଉଥିବା ଏକ ନୂତନ ସଂଶୋଧିତ ନିୟମ ଅନୁଯାୟୀ ଲୋକଙ୍କୁ ଏହି ସୁବିଧା ମିଳିବା ଆରମ୍ଭ ହୋଇଯିବ।


COMMERCIAL BREAK
SCROLL TO CONTINUE READING

ସଂସଦ ମୌସୁମୀ ଅଧିବେଶନରେ (Parliament Monsoon Session 2023) ଜନ୍ମ ଏବଂ ମୃତ୍ୟୁ ପଞ୍ଜୀକରଣ (ସଂଶୋଧନ) ଅଧିନିୟମ ୨୦୨୩ (Registration of Births and Deaths Amendment Act  2023) ପାରିତ ହୋଇଥିଲା। ଯାହାକୁ ଅଗଷ୍ଟ ୧୧ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୋହର ମାରିଥିଲେ। ଏନେଇ ରେଜିଷ୍ଟ୍ରାର ଜେନେରାଲ ଏବଂ ଜନଗଣନା କମିଶନର (Registrar General and Census Commissioner of India) ମୃତ୍ୟୁଞ୍ଜୟ କୁମାର ନାରାୟଣ ଏକ ବିଜ୍ଞପ୍ତି ଜାରି କରିଛନ୍ତି। ଏହି ବିଜ୍ଞପ୍ତି ଅନୁଯାୟୀ ଜନ୍ମ ଏବଂ ମୃତ୍ୟୁ ପଞ୍ଜୀକରଣ (ସଂଶୋଧନ) ଅଧିନିୟମର ଧାରା ୧, ଉପ-ଧାରା (୨) ଦ୍ୱାରା ପ୍ରଦାନ କରାଯାଇଥିବା କ୍ଷମତାକୁ ବ୍ୟବହାର କରି କେନ୍ଦ୍ର ସରକାର ଜଣାଇ ଦେଉଛନ୍ତି ଯେ ୨୦୨୩ ଅକ୍ଟୋବର ୧ ତାରିଖରୁ ଏହି ସଂଶୋଧିତ ଅଧିନିୟମ କାର୍ଯ୍ୟକାରୀ ହେବ।


ଏକକ ଦସ୍ତାବିଜ ଭାବରେ ହେବ ବ୍ୟବହାର
ଜନ୍ମ ଏବଂ ମୃତ୍ୟୁ ପଞ୍ଜୀକରଣ (ସଂଶୋଧନ) ଅଧିନିୟମ ୨୦୨୩ କାର୍ଯ୍ୟକାରୀ ହେବା ସହିତ ଅନ୍ୟାନ୍ୟ କାର୍ଯ୍ୟ ତଥା ସେବା ପାଇଁ ଜନ୍ମ ପ୍ରମାଣପତ୍ର ଏକକ ଦସ୍ତାବିଜ (Birth Certificate Single Document) ଭାବରେ ବ୍ୟବହାର କରାଯାଇ ପାରିବ। ଯେପରିକି କୌଣସି ଶିକ୍ଷାନୁଷ୍ଠାନରେ ନାମଲେଖା (Admission in Educational Institutions), ଡ୍ରାଇଭିଂ ଲାଇସେନ୍ସ (Driving Licence Apply), ଆଧାର କାର୍ଡ (Aadhaar Card) କିମ୍ବା ପାସପୋର୍ଟ (Passport) ପାଇଁ ଆବେଦନ ଏବଂ ବିବାହ ପଞ୍ଜୀକରଣ (Marriage Registration)। ଏହି ନୂତନ ସଂଶୋଧନ ପରେ ଜନ୍ମ ପ୍ରମାଣପତ୍ରର ଗୁରୁତ୍ୱ ବଢିଯିବ। ଏହା ବ୍ୟତୀତ ଜାତୀୟ ତଥା ରାଜ୍ୟ ସ୍ତରରେ ଜନ୍ମ ଏବଂ ମୃତ୍ୟୁ ସମ୍ପର୍କିତ ତଥ୍ୟର (Birth and Death Data in India) ଆଧାର ସୃଷ୍ଟି କରିବା ମଧ୍ୟ ସହଜ ହେବ। ଏହା ବ୍ୟତୀତ ନାଗରିକଙ୍କୁ ପ୍ରଦାନ କରାଯାଉଥିବା ସୁବିଧା ଏକ ଉତ୍ତମ ଉପାୟରେ ବିତରଣ କରାଯାଇ ପାରିବ।


ଲୋକଙ୍କୁ ମିଳିବ ଏହି ସୁବିଧା
ଏହି ଆଇନ କାର୍ଯ୍ୟକାରୀ ହେବା ଦ୍ୱାରା ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ। ଜନ୍ମ ମୃତ୍ୟୁ ସମ୍ପର୍କିତ ପ୍ରମାଣପତ୍ର ଡିଜିଟାଲ୍ (Digital Birth and Death Certificate in India) ଭାବରେ ଉପଲବ୍ଧ ହେବ। ବର୍ତ୍ତମାନ ଲୋକଙ୍କୁ ଉଭୟ ବାର୍ଥ-ଡେଥ ସାର୍ଟିଫିକେଟ ହାର୍ଡ କପି (Birth-Death Certificate Hard Copy) ମିଳୁଛି। ଅନେକ ଥର ଲୋକଙ୍କୁ ଏହି ଦସ୍ତାବିଜ ପାଇବା ସପ୍ତାହେ ଧରି ସରକାରୀ କାର୍ଯ୍ୟାଳୟକୁ ଦୌଡ଼ିବାକୁ ପଡ଼ିଛି। ବର୍ତ୍ତମାନ ଆଧାର କାର୍ଡ ସର୍ବତ୍ର ପରିଚୟ ପତ୍ର ଭାବରେ ବ୍ୟବହୃତ ହେଉଛି। ଏହା ସହିତ ଅବଶିଷ୍ଟ ଦସ୍ତାବିଜ ଆଧାରକାର୍ଡ ସହ ଲିଙ୍କ୍ କରିବାକୁ ପଡୁଛି। ବର୍ତ୍ତମାନ ଏହି କାର୍ଯ୍ୟ ଜନ୍ମ ପ୍ରମାଣପତ୍ର ଦ୍ୱାରା କରାଯିବ। ଯାହା ଜନ୍ମ ଏବଂ ମୃତ୍ୟୁ ପାଇଁ ସର୍ବତ୍ର ପରିଚୟ ପତ୍ର ଭାବରେ ବ୍ୟବହୃତ ହେବ।