india vs pakistan world cup: ନୂଆଦିଲ୍ଲୀ: ଆଜି ବିଶ୍ୱକପର ୧୬ତମ  ମ୍ୟାଚରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହୋଇଥିଲେ। ଏହି ହାଇଭୋଲଟେଜ ମ୍ୟାଚରେ ଭାରତ ଏକ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି। ତେବେ ମ୍ୟାଚର ପ୍ରତିଟି ମୁହୂର୍ତ୍ତରେ ଫଳାଫଳକୁ ନେଇ ସ୍ଥିତି ପରିବର୍ତ୍ତନ ହୋଇଥିଲା। ଖାଲି ସେତିକି ନୁହେଁ, ବିରାଟ କୋହଲିଙ୍କ ରକ୍ଷଣଶୀଳବ୍ୟାଟିଂ ପାକିସ୍ତାନ ବୋଲରଙ୍କୁ ଚାପରେ ରଖିବାକୁ ବାଧ୍ୟ କରିଥିଲା। ଫଳରେ ଭାରତ ୪ ଓ୍ୱିକେଟରେ ବିଜୟ ହାସଲ କରିନେଇଥିଲା। 


COMMERCIAL BREAK
SCROLL TO CONTINUE READING

ଏହି ମ୍ୟାଚ୍ ସମୟରେ ଯେତେବେଳେ ବିରାଟ କୋହଲି ଟିମ୍ ଇଣ୍ଡିଆକୁ ଜିତିବା ପାଇଁ ଏକ ଚମତ୍କାର ଇନିଂସ ଖେଳୁଥିଲେ, ସେତେବେଳେ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ଟିଭିରେ ପୁରା ମ୍ୟାଚ୍ ଦେଖୁଥିଲେ। ସେ ଏକ ଇନଷ୍ଟାଗ୍ରାମ ପୋଷ୍ଟ ଲେଖିଛନ୍ତି ଏବଂ କହିଛନ୍ତି ଯେ ଭାରତର ବିଜୟ ସମୟରେ ସେ ଭୟଙ୍କର ନୃତ୍ୟ କରିଥିଲେ।


ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ତାଙ୍କ କ୍ରିକେଟର ସ୍ୱାମୀ ବିରାଟ କୋହଲିଙ୍କ "ଧୈର୍ଯ୍ୟ ଏବଂ ନିଷ୍ଠା" କୁ ପ୍ରଶଂସା କରିଛନ୍ତି। ଅନୁଷ୍କା ବର୍ତ୍ତମାନ ମହିଳା କ୍ରିକେଟର ଝୁଲଣ ଗୋସ୍ୱାମୀଙ୍କ ବାୟୋପିକ୍ 'ଚକଡା ଏକ୍ସପ୍ରେସ' ପାଇଁ କୋଲକାତାରେ ସୁଟିଂ କରୁଛନ୍ତି। ସେ ହୋଟେଲ ରୁମରେ ଝିଅ ଭାମିକାଙ୍କ ସହ ଟିଭିରେ ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚକୁ ଦେଖିଥିଲେ। ଅନୁଷ୍କା ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଲେଖିଛନ୍ତି ଯେ ଦିନେ ତାଙ୍କ ୨୧ ମାସର ଝିଅ ଭାମିକା ବୁଝିପାରିବେ ଯେ ତାଙ୍କ ମା କାହିଁକି ନାଚୁଛନ୍ତି ଏବଂ କୋଠରୀରେ ପାଗଳ ଭାବରେ ଚିତ୍କାର କରୁଛନ୍ତି।


ସେ କହିଛନ୍ତି, "ଦିନେ ସେ ବୁଝିବେ ଯେ ଆଜିର ଦିନରେ ତାଙ୍କ ବାପା କ୍ୟାରିୟରର ସର୍ବଶ୍ରେଷ୍ଠ ଇନିଂସ ଖେଳିଥିଲେ, ଯାହା ଅତ୍ୟନ୍ତ କଷ୍ଟଦାୟକ ସମୟ ପରେ ଆସିଥିଲା। କିନ୍ତୁ ଏହା ପରେ ସେ ପୂର୍ବ ଅପେକ୍ଷା ଅଧିକ ଶକ୍ତିଶାଳୀ ଏବଂ ବୁଦ୍ଧିମାନ ହୋଇଥିଲେ ବୋଲି ଅନୁଷ୍କା ଆହୁରି କହିଛନ୍ତି। ସେ ଆହୁରି ଲେଖିଛନ୍ତି ଯେ ତୁମ ପାଇଁ ଗର୍ବିତ ! ତୁମର ଦକ୍ଷତା ପ୍ରକୃତରେ ପ୍ରଭାବିତ କରେ ଏବଂ ତୁମର ପ୍ରତିଭା କୌଣସି ସୀମା ଜାଣେ ନାହିଁ! ପ୍ରତ୍ୟେକ ଭଲ ଏବଂ ଖରାପ ପର୍ଯ୍ୟାୟରେ ମୁଁ ତୁମକୁ ସବୁବେଳେ ଭଲ ପାଏ।


ସୂଚନାଯୋଗ୍ୟ ମେଲବର୍ଣ୍ଣରେ ଖେଳାଯାଇଥିବା ଏହି ରୋମାଞ୍ଚକର ମ୍ୟାଚରେ ଟିମ୍ ଇଣ୍ଡିଆ ପାକିସ୍ତାନକୁ ୪ ୱିକେଟରେ ପରାସ୍ତ କରିଛି। ବିରାଟ କୋହଲି ଭାରତର ଏହି ବିଜୟର ହିରୋ ଥିଲେ। କିଙ୍ଗ କୋହଲି ମାତ୍ର ୫୩ ବଲରେ ଅପରାଜିତ ୮୨ ସ୍କୋର କରି ଟିମ୍ ଇଣ୍ଡିଆକୁ ହରାହୁଆ ମ୍ୟାଚ ଜିତାଇଛନ୍ତି । କହିରଖୁଛୁ ଯେ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୨୦ ଓଭରରେ ୮ ୱିକେଟ୍ ହରାଇ ୧୫୯ ରନ୍ ସଂଗ୍ରହ କରିଥିଲା । ଏହାର ଜବାବରେ ଭାରତ ଶେଷ ବଲରେ ଟାର୍ଗେଟକୁ ପିଛାକରି ହାସଲ କରି ନେଇଥିଲା ।


 



ଟାର୍ଗେଟକୁ ପିଛାକରି ଭାରତୀୟ ଦଳର ଆରମ୍ଭ ଏତେ ଭଲ ହୋଇ ନଥିଲା । ଦ୍ୱିତୀୟ ଓଭରରେ କେଏଲ ରାହୁଲ ୮ ଟି ବଲରୁ ୪ ରନ୍ ସଂଗ୍ରହ କରି ନସିମ ଶାହାଙ୍କ ଦ୍ୱାରା ଆଉଟ ହୋଇ ଯାଇଥିଲେ। ଏହା ପରେ ହରିସ୍ ରାଉଫ ରୋହିତଙ୍କ ରୂପରେ ଭାରତକୁ ଦ୍ୱିତୀୟ ବଡ଼ ଝଟକା ଦେଇଥିଲେ। ୭ ଟି ବଲରୁ ୪ ରନ୍ ସ୍କୋର କରିବା ପରେ ରୋହିତ ସ୍ଲିପ୍ସରେ କ୍ୟାଚ ଆଉଟ ହୋଇଥିଲେ। ଏଥିସହିତ ସୂର୍ଯ୍ୟକୁମାର ଯାଦବ ୧୦ ଟି ବଲରେ ୧୫ ରନ୍ ସ୍କୋରକରି ୱିକେଟ୍ କିପର ରିଜୱାନ ହାତରେ କ୍ୟାଚ୍ ଆଉଟ ହୋଇଥିଲେ। ଏହା ପରେ ଅକ୍ଷର ପଟେଲ ୩ ଟି ବଲରୁ ୨ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ। ତେବେ ତାଙ୍କ ୱିକେଟ୍ ନେଇ ବିବାଦ ଲାଗି ରହିଛି।